ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ,ବକ୍ତୃତା ପ୍ରତିଯୋଗିତା,ବୃକ୍ଷରୋପଣ,ରକ୍ତଦାନ ଓ ପୁରସ୍କାର ବିତରଣ ଉତ୍ସବ-୨୦୨୬ ଅନୁଷ୍ଠିତ 

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ,ବକ୍ତୃତା ପ୍ରତିଯୋଗିତା,ବୃକ୍ଷରୋପଣ,ରକ୍ତଦାନ ଓ ପୁରସ୍କାର ବିତରଣ ଉତ୍ସବ-୨୦୨୬ ଅନୁଷ୍ଠିତ 

(ଭାରତ ସରକାରଙ୍କ ସମବାୟ ମନ୍ତ୍ରାଳୟର ୫ମ ସ୍ୱର୍ଣ୍ଣିମ ବର୍ଷ ପୂର୍ତ୍ତି ଓ ଆନ୍ତର୍ଜାତୀୟ ସମବାୟ ଦିବସ -୨୦୨୬ ପାଳନ)

ଢେଙ୍କାନାଳ : ତା.୦୫.୦୭.୨୦୨୬ ରିଖ : ( ) ଆଜି ପୂର୍ବାହ୍ନ ୦୩ ଘଟିକା ସମୟରେ ଭାରତ ସରକାରଙ୍କ ସମବାୟ ମନ୍ତ୍ରାଳୟର ୫ମ ସ୍ୱର୍ଣ୍ଣିମ ବର୍ଷ ପୂର୍ତ୍ତି ଓ ଆନ୍ତର୍ଜାତୀୟ ସମବାୟ ଦିବସ ପାଳନ ଉପଲକ୍ଷେ ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ସ୍ଥାନୀୟ ଢେଙ୍କାନାଳ ସମବାୟ ବିଭାଗ ପକ୍ଷରୁ ଉପନିବନ୍ଧକ ସମବାୟ ସମିତିଙ୍କ ସମ୍ମିଳନୀ କକ୍ଷରେ ପ୍ରବନ୍ଧ,ବକ୍ତୃତା ପ୍ରତିଯୋଗିତା,ବୃକ୍ଷରୋପଣ,ରକ୍ତଦାନ ପାଇଁ ପୁରସ୍କାର ବିତରଣ ଉତ୍ସବ -୨୦୨୬ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଢେଙ୍କାନାଳ ଉପନିବନ୍ଧକ ସମବାୟ ସମିତି ସମୂହ ଉମାଶଙ୍କର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉଦଘାଟନ କରି ଭାରତ ସରକାରଙ୍କ ସମବାୟ ମନ୍ତ୍ରାଳୟର ୫ମ ସ୍ୱର୍ଣ୍ଣିମ ବର୍ଷ ପୂର୍ତ୍ତି ଓ ଆନ୍ତର୍ଜାତୀୟ ସମବାୟ ଦିବସ -୨୦୨୬ ପାଳନର ଆଭିମୁଖ୍ୟ,ଆବଶ୍ୟକତା,ତାତ୍ପର୍ଯ୍ୟ ସମ୍ପର୍କରେ ସୁବିସ୍ତୃତ ବର୍ଣ୍ଣନା କରି ପ୍ରତିଯୋଗିତାର ମୁଖ୍ୟ ଆଲୋଚ୍ୟ ବିଷୟବସ୍ତୁ : “ସମବାୟରୁ ସମୃଦ୍ଧି” ଓ ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ “ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ” ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଅଭିପ୍ରେତ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମସ୍ତେ ଏଥିରେ ସାମିଲ ହୋଇ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଡ. ପ୍ରଭାସ କୁମାର ବେହେରା,ଢେଙ୍କାନାଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,ଜିଲ୍ଳା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ତତ୍ଵମସି ମହାପାତ୍ର,ବାଲୁଙ୍କେଶ୍ୱର ଦାଶ,ଜିଲ୍ଳା ସମୀକ୍ଷା ଅଧିକାରୀ ଓ ବିଚାରକ ଭାବରେ ଅମରଜୟ ଦାଶ,ସହକାରୀ ନିବନ୍ଧକ,ସମବାୟ ସମିତି ସମୂହ,ଢେଙ୍କାନାଳ ପ୍ରଭାଗ,ଶୁଭ୍ରାଂଶୁ ଶେଖର ପାତ୍ର,ଅବସରପ୍ରାପ୍ତ ଉପ ସହକାରୀ ନିବନ୍ଧକ,ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ,ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଆମ ସଂସ୍କୃତି ଓ ପରମ୍ପରାରେ ସମବାୟର ଉତ୍ସ ଓ ଆଧାର ରହିଛି।ପ୍ରଗତିର ଏକ ସଫଳ ମାଧ୍ୟମ ହେଉଛି ସମବାୟ।ସମବାୟ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ହାସଲ କରାଯାଇଥିବା ପ୍ରଗତିକୁ ଆଧାର କରି ଭବିଷ୍ୟତ ପାଇଁ ମାର୍ଗ ନିର୍ଣ୍ଣୟ ନିମନ୍ତେ ସମବାୟ କାର୍ଯ୍ଯକ୍ରମ ପ୍ରେରଣା ଯୋଗାଇବ।ସମୟର ଆହ୍ଵାନ ଓ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ସମବାୟରୁ ବିକଶିତ ଓଡ଼ିଶା ଓ ଭାରତର ସମୃଦ୍ଧି ସମ୍ଭବ ହେବ ବୋଲି ଦୃଢ଼ ଆଶା ଓ ବିଶ୍ବାସ ପୋଷଣ କରିଥିଲେ।ଏହି ଅବସରରେ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ଅନୁଷ୍ଠିତ ପ୍ରବନ୍ଧ ଓ କନିଷ୍ଠ ଓ ବରିଷ୍ଠ ବର୍ଗରେ ବିଭାଗ ବକ୍ତୃତା ପ୍ରତିଯୋଗିତାରେ ୦୭ ଟି ବିଭାଗରେ ମୋଟ୍ ୨୧ ଜଣ କୃତୀ ପ୍ରତିଯୋଗୀଙ୍କୁ ପ୍ରଶଂସାପତ୍ର,ମୋମେଣ୍ଟୋ ଓ ଅର୍ଥରାଶି ପ୍ରଦାନ କରାଯାଇ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।କନିଷ୍ଠ ଵିଭାଗ ଓଡ଼ିଆ ବିତର୍କ ପ୍ରତିଯୋଗିତାରେ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସାଗରିକା ସ୍ଵାଇଁ ପ୍ରଥମ ସ୍ଥାନ ଓ ଓଡ଼ିଆ ପ୍ରବନ୍ଧରେ ତୃତୀୟ ସ୍ଥାନ,ସେହି ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅତିଫା ଜରିନ ଓଡ଼ିଆ ପ୍ରବନ୍ଧରେ ଦ୍ୱିତୀୟ ଓ ଦଶମ ଶ୍ରେଣୀର ଛାତ୍ର ସତ୍ୟବ୍ରତ ନାୟକ ଇଂରାଜୀ ପ୍ରବନ୍ଧରେ ତୃତୀୟ ସ୍ଥାନ,ଶ୍ରୀ ବଳରାମ ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଛାତ୍ରୀ ଲିପ୍ ସା ପରିଡ଼ା କନିଷ୍ଠ ବିଭାଗ ଓଡ଼ିଆ ବିତର୍କରେ ଦ୍ୱିତୀୟ ସ୍ଥାନ,ବାଣୀ ସରକାରୀ ଉଚ୍ଚ ବିଦ୍ୟାପୀଠ,ନଡ଼ିଆଳିର ଛାତ୍ରୀ ଶାଳିନୀ ପ୍ରିୟଦର୍ଶିନୀ ରଣା କନିଷ୍ଠ ଵିଭାଗ ଇଂରାଜୀ ପ୍ରବନ୍ଧରେ ପ୍ରଥମ ସ୍ଥାନ ଓ ସେହି ସ୍କୁଲ୍ ର ବାଦଲ ସାହୁ କନିଷ୍ଠ ଵିଭାଗ ଓଡ଼ିଆ ବିତର୍କରେ ତୃତୀୟ ସ୍ଥାନ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଢେଙ୍କାନାଳର ଛାତ୍ରୀ ପ୍ରଜ୍ଞା ପାରମିତା ବରାଳ କନିଷ୍ଠ ଵିଭାଗ ଓଡ଼ିଆ ପ୍ରବନ୍ଧରେ ପ୍ରଥମ ସ୍ଥାନ,ସେହି ବିଦ୍ୟାଳୟର ଛାତ୍ର ଆୟୁଷ୍ମାନ ସାହୁ,ବରିଷ୍ଠ ଵିଭାଗ ଇଂରାଜୀ ବିତର୍କରେ ତୃତୀୟ ସ୍ଥାନ,ଜିଏମ୍ ଆର୍ ଭି ଡିଏ ଭି ପବ୍ଲିକ୍ ସ୍କୁଲ୍,କମଳାଙ୍ଗ, ଢେଙ୍କାନାଳର ଛାତ୍ରୀ ଶ୍ରୁତି ସୋନମ୍ ଜେନା କନିଷ୍ଠ ଵିଭାଗ ଇଂରାଜୀ ପ୍ରବନ୍ଧ ବିଭାଗରେ ଦ୍ୱିତୀୟ ସ୍ଥାନ ଓ ସେହି ସ୍କୁଲ୍ ର ଛାତ୍ର ସୁମିତ କୁମାର ବରିଷ୍ଠ ବିଭାଗ ଇଂରାଜୀ ପ୍ରବନ୍ଧରେ ତୃତୀୟ ସ୍ଥାନ,ଢେଙ୍କାନାଳ ସ୍ଵୟଂଶାସିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଅନୁସୟା ରାଉତ ବରିଷ୍ଠ ଵିଭାଗ ଓଡ଼ିଆ ପ୍ରବନ୍ଧରେ ପ୍ରଥମ ସ୍ଥାନ ଓ ବରିଷ୍ଠ ଵିଭାଗ ଓଡ଼ିଆ ବିତର୍କରେ ଦ୍ୱିତୀୟ ସ୍ଥାନ,ସେହି ଅନୁଷ୍ଠାନର ସ୍ୱାତୀ ଇପ୍ସିତା ପଣ୍ଡା ତୃତୀୟ ସ୍ଥାନ,ଛାତ୍ରୀ ଅର୍ପିତା ମହାରଣା ବରିଷ୍ଠ ଵିଭାଗ ଇଂରାଜୀ ବିତର୍କରେ ଦ୍ବିତୀୟ ସ୍ଥାନ,ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ସାହୁ ବରିଷ୍ଠ ବିଭାଗ ଓଡ଼ିଆ ବିତର୍କରେ ତୃତୀୟ ସ୍ଥାନ,ଗାୟତ୍ରୀ ଦଲେଇ ବରିଷ୍ଠ ଵିଭାଗ ଇଂରାଜୀ ପ୍ରବନ୍ଧ ବିଭାଗରେ ଦ୍ୱିତୀୟ ସ୍ଥାନ,ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳର ଛାତ୍ରୀ ପ୍ରତ୍ୟାଶା ପରିଡ଼ା ବରିଷ୍ଠ ବିଭାଗ ଇଂରାଜୀ ପ୍ରବନ୍ଧରେ ପ୍ରଥମ ସ୍ଥାନ,ଛାତ୍ରୀ ସ୍ମୃତିରେଖା ବେହେରା ବରିଷ୍ଠ ବିଭାଗ ଓଡ଼ିଆ ବିତର୍କରେ ପ୍ରଥମ ସ୍ଥାନ ଓ ବରିଷ୍ଠ ଵିଭାଗ ଓଡ଼ିଆ ପ୍ରବନ୍ଧରେ ଦ୍ୱିତୀୟ ସ୍ଥାନ ଏଵଂ ସେହି ଅନୁଷ୍ଠାନର ଛାତ୍ରୀ ଲିପ୍ସା ରାୟ ପ୍ରମୁଖ ବରିଷ୍ଠ ବିଭାଗ ଇଂରାଜୀ ବିତର୍କରେ ପ୍ରଥମ ସ୍ଥାନ ଅଧିକାର କରି ମଞ୍ଚାସୀନ ଅତିଥି ବୃନ୍ଦଙ୍କ ଠାରୁ ପର୍ଯ୍ୟାୟ କ୍ରମେ ପ୍ରଶଂସାପତ୍ର,ମେମେଣ୍ଟୋ ଓ ଅର୍ଥରାଶି ପୁରସ୍କାର ସ୍ୱରୂପ ଗ୍ରହଣ କରିଥିଲେ।

ଢେଙ୍କାନାଳ ସମବାୟ ବିଭାଗ ଉପନିବନ୍ଧକଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡଃ ଅନୁପମା ମିଶ୍ର ସୁଲଳିତ କଣ୍ଠରେ ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ କରିଥିଲେ।ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ୧୪୦ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ରେ,ଜିଲ୍ଳାର ୦୩ ଟି ସହକାରୀ ନିବନ୍ଧକ କାର୍ଯ୍ୟାଳୟ ନିକଟସ୍ଥ ବିଦ୍ୟାଳୟ, ମହାବିଦ୍ୟାଲୟ,ମନ୍ଦିର ହତା ପ୍ରାଙ୍ଗଣ ଆଦି ସ୍ଥାନରେ ପ୍ରାୟ ସହସ୍ରାଧିକ ବୃକ୍ଷପ୍ରେମୀ ସମ୍ମିଳିତ ହୋଇ ପ୍ରାୟ ୨୫୦୦ ସଂଖ୍ୟକ ବୃକ୍ଷରୋପଣ କରଯାଇଥିଲା ଏଵଂ ଚଳିତ ବର୍ଷ ପ୍ରାୟ ୫୦୦୦ ସଂଖ୍ୟକ ବୃକ୍ଷରୋପଣର ଲକ୍ଷ୍ୟଧାର୍ଯ୍ୟ କରଯାଇଛି।ଢେଙ୍କାନାଳ ରକ୍ତ କେନ୍ଦ୍ରର ଲାବୋରେଟୋରୀ ଟେକ୍ନୋ ସିଆନ୍ ପରମାନନ୍ଦ ପଣ୍ଡା,ମାନସ ରଞ୍ଜନ ବାରିକ,ନର୍ସିଂ ଅଫିସର୍ ସୌମ୍ୟ ରଞ୍ଜନ ମହାନ୍ତି,ଆଟେନ୍ ଡାଣ୍ଟ ଅଜୟ ସ୍ବାଇଁ ଓ ତପନ ଜେନାଙ୍କ ମିଳିତ ସହଯୋଗରେ ଅର୍ଦ୍ଧଶତାଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ବିଚାରକ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ସମେତ କାର୍ଯ୍ୟାଳୟର ଦିନେଶ କୁମାର ବେହେରା,ସୁଭାଷ ଚନ୍ଦ୍ର ନାୟକ,ମଳୟ କୁମାର ରାଉତ,ଅମିତ ଶକ୍ତି ପ୍ରଧାନ,ଶେଖର ଚନ୍ଦ୍ର ମଲ୍ଲିକ ରକ୍ତଦାନ କରିଥିବା ବେଳେ ଉମାକାନ୍ତ ନାୟକ, ମଳୟ କୁମାର ରାଉତ,ଅମିତ ଶକ୍ତି ପ୍ରଧାନ,ଶେଖର ଚନ୍ଦ୍ର ମଲ୍ଲିକ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଓ ବିଚାରକ ଭାବରେ ଅମରଜୟ ଦାଶ,ସହକାରୀ ନିବନ୍ଧକ,ସମବାୟ ସମିତି ସମୂହ,ଢେଙ୍କାନାଳ ପ୍ରଭାଗ ଉପସ୍ଥିତ ଆଜିର ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ସଫଳ କରିଥିବା ଅଂଶଗ୍ରହଣକାରୀ ସମସ୍ତ ଛାତ୍ରୀ ଛାତ୍ର,ସେମାନଙ୍କର ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ, ମାତା,ପିତା,ଅଭିଭାବିକା ,ଅଭିଭାବକ,କାର୍ଯ୍ୟାଳୟର ଅଧିକାରୀ ଗଣ ଓ କର୍ମଚାରୀ ବୃନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ନବନିର୍ମାଣ କୃଷକ ସଂଘ ଜିଲ୍ଲା ଯୁବ ସଭାପତି ହିତେଶ୍ କୁମାର ନାଏକ ମନୋନୀତ

masiha

ସର୍କଲ ମୁଖ୍ୟ ଜେନେରାଲ ମ୍ୟାନେଜରଙ୍କ ଦ୍ଵାରା ନୂତନ ଷ୍ଟେଟ ବ୍ୟାଙ୍କ ଉଦଘାଟିତ 

masiha

ପିକ ଅପ ଧକ୍କା ରେ ୨ ବାଇକ ଆରୋହି ମୃତ, ଜଣେ ଗୁରୁତର

masiha

Leave a Comment

error: Content is protected !!