ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସବିଆଇ ନୂଆପଡ଼ା ଶାଖା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ଏସବିଆଇ ନୂଆପଡ଼ା ଶାଖା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ ): ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନୂଆପଡ଼ା ଶାଖା ପକ୍ଷରୁ ବ୍ୟାଙ୍କର ୭୧ତମ ବ୍ୟାଙ୍କ ଦିବସ ଅବସରରେ ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର, ନୂଆପଡ଼ାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମଧୂସୁଦନ ଦାଶ ଜିଲ୍ଲାପାଳ ନୂଆପଡ଼ା ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଡେପୁଟି କମାନଡେଣ୍ଟ ହରିବଂଶ ସିଂ ଏବଂ ଲିଡ୍ ଡିଷ୍ଟିକ୍ଟ ବ୍ୟାଙ୍କ୍ ମ୍ୟାନେଜର୍ ହରିଶଙ୍କର ନିଆଲ ପ୍ରମୁଖ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଅତିଥିଗଣ ଏସବିଆଇର ଏହି ମହତ୍ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହ ସ୍ୱେଚ୍ଛାକୃତ ରକ୍ତଦାନ ମାଧ୍ୟମରେ ଅମୂଲ୍ୟ ଜୀବନ ରକ୍ଷା ପାଇଁ ସମସ୍ତଙ୍କୁ ଆଗେଇ ଆସି ସ୍ବେଚ୍ଛାକୃତ ରକ୍ତଦାନ କରି ଆହ୍ୱାନ ଜଣାଇଥିଲେ।ଏହି ଶିବିରରେ ମୋଟ ୩୦ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ। ଏହି ଅବସରରେ ରକ୍ତଦାନ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷକ ତଥା ସ୍ବେଚ୍ଛାକୃତ ନିୟମିତ ରକ୍ତଦାତା କିଶୋର କୁମାର ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ଏସବିଆଇ ନୂଆପଡ଼ା ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ଲିଙ୍କନ ଦାସ ଜିଲ୍ଲା ପ୍ରଶାସନ, ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ଏବଂ ରକ୍ତଦାନ କରିଥିବା ସମସ୍ତ ସ୍ବେଚ୍ଛାକୃତ ରକ୍ତଦାତ୍ରୀ ଓ ରକ୍ତଦାତା ଙ୍କୁ ଏହି ମହତ୍ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ।

Related posts

ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରେ ୭୮ତମ ସ୍ଵାଧୀନତା ଦିବସ ପାଳିତ

masiha

ଶିକ୍ଷକ ସଂଘ ର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଲକ୍ଷ୍ମୀମୁଣ୍ଡାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୁଆଁଖାଇ ଭେଟଘାଟ 

masiha

Leave a Comment

error: Content is protected !!