ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିମା ପରିବାର ର ବୃକ୍ଷରୋପଣ 

ଗରିମା ପରିବାର ର ବୃକ୍ଷରୋପଣ 

ରାଉରକେଲା: ସାମାଜିକ ଅନୁଷ୍ଠାନ ଗରିମା ପରିବାର ତରଫରୁ ଜଗଦା ସ୍ଥିତ ନୀଳଶୈଳ ମହାବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ଶଙ୍କର ଜେନାଙ୍କ ଆବାହକତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଶ୍ରୀକାନ୍ତ କୁମାର ଷଡଙ୍ଗୀ ଓ ଅତିରିକ୍ତ ଏସପି ଡ ଶ୍ରାବଣୀ ନାୟକ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। ଅତିଥି ଦ୍ବୟ ସେମାନଙ୍କ ବକ୍ତବ୍ୟରେ ସାମ୍ପ୍ରତିକ ସ୍ଥିତି ରେ ବୃକ୍ଷ ରୋପଣ ର ଆବଶ୍ୟକତା ସହ ଅନୁଷ୍ଠାନର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅନ୍ୟତମ ପୃଷ୍ଠପୋଷକ ଲଳିତା ମୁଦାଲି,ଡ ସମ୍ପାଦିକା ମହାନ୍ତି, ମହାବିଦ୍ୟାଳୟର ବରିଷ୍ଠ କିରାଣି ପ୍ରଶାନ୍ତ ରଞ୍ଜନ ମହାପାତ୍ର, ଅଧ୍ୟାପକ ସଂଜୀତ କୁମାର ଭୂୟାଁ, ଉପଦେଷ୍ଟା ସନ୍ତୋଷ ଅଗ୍ରୱାଲ,ରଶ୍ମିତ ସାହାଣୀ ପ୍ରମୁଖ ଉପସ୍ଥିତ ରହି ସଦସ୍ୟ ଓ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁମିତା ପଟ୍ଟନାୟକ, ପ୍ରଣତୀ ଜେନା, ଶଙ୍ଖରିନା ପ୍ରଧାନ, ରେବତୀ ବାରିକ, ଶର୍ମିଲା ତ୍ରିପାଠୀ, ସନ୍ତୋଷୀ ମଲ୍ଲିକ, ଲୀନା ତ୍ରିପାଠୀ, ରଶ୍ମିତା ଚୈ।ଧୁରୀ,ସୁନିତା ଶ୍ରୀନିବାସନ,ଲୁସି ଦାଶ, ମମତା ଦାସ, ଦେବସ୍ମିତା ଶତପଥୀ, ସୁଶ୍ରୀ ସିପ୍ରା ତନୟା ଜେନା, ମନୋରଞ୍ଜନ ଓଝା ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ରେ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ରାଉରକେଲା ଏସସି ଏବଂ ଏସଟି କର୍ମଚାରୀ ସଂଘର ସ୍ୱଚ୍ଛତା ସ୍ବାଭିମାନ କାର୍ଯ୍ୟକ୍ରମ 

Sunil Chandra Nayak

ଦ୍ବିଦିବସୀୟ ଆନ୍ତଃରାଜ୍ୟ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!