ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଜଗଦା ରେ ନୂତନ ପ୍ରଧାନ ଆଚାର୍ଯ୍ୟ ଙ୍କ ଦାୟିତ୍ଵ ଗ୍ରହଣ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଜଗଦା ରେ ନୂତନ ପ୍ରଧାନ ଆଚାର୍ଯ୍ୟ ଙ୍କ ଦାୟିତ୍ଵ ଗ୍ରହଣ

ରାଉରକେଲା : ସୋମବାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଜଗଦା ରେ ସୁଶାନ୍ତ କୁମାର ବାରିକ ନୂତନ ପ୍ରଧାନାଚାର୍ଯ୍ୟ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବ ପ୍ରଧାନାଚାର୍ଯ୍ୟ ସୂର୍ଯ୍ୟ ନାରାୟଣ ଦାସ ଗତ ତା ୩୦.୦୬.୨୦୨୬ ରିଖ ଦିନ ପ୍ରଧାନାଚାର୍ଯ୍ୟ ପଦ ରୁ ଅବସର ଗ୍ରହଣ କରିବା ପରେ ପରିଚାଳନା ସମିତି ର ନିଷ୍ପତି କ୍ରମେ ଦୀର୍ଘ ଦିନ ଧରି ସହ ପ୍ରଧାନାଚାର୍ଯ୍ୟ ଭାବେ ଦାୟିତ୍ବ ତୁଲାଉଥିବା ଶ୍ରୀ ବାରିକଙ୍କୁ ପ୍ରଧାନାଚାର୍ଯ୍ୟ ଭାବରେ ଦାୟିତ୍ଵ ହସ୍ତାନ୍ତର କରାଯାଇଛି। ଏହି ଅବସର ରେ ଏକ ବର୍ଣ୍ଣାଢ୍ୟ ପରିବେଶ ରେ ପୂଜାର୍ଚ୍ଚନା ପୂର୍ବକ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ପରିଚାଳନା ସମିତିର ସଦସ୍ୟମାନଙ୍କର ଉପସ୍ଥିତି ରେ ରାଉରକେଲା ସଂକୁଳର ସଂକୁଳପ୍ରମୁଖ ଗୋଦାବରୀଶ ଶତପଥୀ ନୂତନ ପ୍ରଧାନାଚାର୍ଯ୍ୟଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରିଥିବା ବେଳେ ବିଦ୍ୟାଳୟର ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର ଅଙ୍ଗବସ୍ତ୍ର ପ୍ରଦାନ କରି ଶ୍ରୀ ବାରିକ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଧାନାଚାର୍ଯ୍ୟ ଶ୍ରୀ ବାରିକ ତାଙ୍କ ବକ୍ତବ୍ୟ ରେ ପରିଚାଳନା ସମିତିର ତଥା ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ଦୀର୍ଘ ଦିନର ଅଭିଜ୍ଞତା କୁ ପାଥେୟ କରି ଶିଶୁ ମାନଙ୍କର ଶୈଖିକ ପ୍ରଗତି ସହିତ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଗ୍ନିରେ ଦଗ୍ଧ ହୋଇଗଲା ଗୁହାଳ ସହ ବାଛୁରୀ, ଦୁଇଟି ଗାଈ ଅର୍ଦ୍ଧଦଗ୍ଧ

Sunil Chandra Nayak

ବିପଦ ପୂର୍ଣ୍ଣ ଅବସ୍ଥାରେ ସରବରାହ ଜୋର ବ୍ରିଜ ରାସ୍ତା

masiha

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!