ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡକାୟତି ଘଟଣାର ପର୍ଦ୍ଦାଫାଶ କଲା ଚାନ୍ଦିଲି ପୋଲିସ ୪ ଅଭିଯୁକ୍ତ ଗିରଫ

ଡକାୟତି ଘଟଣାର ପର୍ଦ୍ଦାଫାଶ କଲା ଚାନ୍ଦିଲି ପୋଲିସ ୪ ଅଭିଯୁକ୍ତ ଗିରଫ

ରାୟଗଡା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଫାଣ୍ଡି ଅଧିନ ମୁକୁନ୍ଦପୁର ଗ୍ରାମରେ ଗତ ୨୮ ତାରିଖ ମଧ୍ୟରାତ୍ରି ସମୟରେ ଘଟିଥିବା ଏକ ଚାଞ୍ଚଲ୍ୟକର ଡକାୟତି ଘଟଣାର ସଫଳ ପର୍ଦ୍ଦାଫାଶ କରିଛି ଚାନ୍ଦିଲି ପୋଲିସ। ଏହି ମାମଲାରେ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩୭,୦୦୦ ଟଙ୍କା, ଏକ ଟିଭିଏସ୍ ଆପାଚି ମୋଟରସାଇକେଲ୍, ଦୁଇଟି ମୋବାଇଲ୍ ଫୋନ୍ ଏବଂ ଘର ଭାଙ୍ଗିବାରେ ବ୍ୟବହୃତ ଲୁହା ରଡ୍, ସେନି, ସ୍କ୍ରୁ-ଡ୍ରାଇଭର୍, ଛୁରୀ ଆଦି ସାମଗ୍ରୀ ଜବତ କରାଯାଇଛି। 

ସୂଚନା ଅନୁଯାୟୀ, ମୁକୁନ୍ଦପୁର ଗ୍ରାମର ନମକିନ୍ ବ୍ୟବସାୟୀ ତପନ କୁମାର ପ୍ରୁଷ୍ଟିଙ୍କ ଘରେ ୮ ଜଣ ଦୁର୍ବୃତ୍ତ କବାଟ ଭାଙ୍ଗି ପଶି ପରିବାର ସଦସ୍ୟଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ପ୍ରାୟ ୨ ତୋଳାର ସୁନା ଚେନ୍, ସୁନା ମଙ୍ଗଳସୂତ୍ର ଏବଂ ୮୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ପୂର୍ଷ୍ଟିଙ୍କ ପରିବାର ଅଭିଯୋଗ ପ୍ରକାରେ ଘଟଣାର ତଦନ୍ତ ସମୟରେ ଡିଏଫ୍‌ଏସ୍‌ଏଲ୍ ଟିମ୍ ସହାୟତାରେ ବୈଜ୍ଞାନିକ ଓ ବୈଷୟିକ ପ୍ରମାଣ ସଂଗ୍ରହ କରାଯାଇଥିଲା। ବିଶ୍ୱସ୍ତ ସୂଚନା ଆଧାରରେ ପୋଲିସ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅଧିନ ବାଣୀଗାର ତୁନୁ ମାଝୀ, ମନୁ ମାଝୀ ଓ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଖରଯୋଡା ଗ୍ରାମର ଜିତେନ୍ଦ୍ର ନାଏକ ଓ ସାହାଦେବ ଛତ୍ରିଆଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ଅଭିଯୁକ୍ତମାନେ ଡକାୟତି ଘଟଣାରେ ସମ୍ପୃକ୍ତି ସ୍ୱୀକାର କରିବା ସହ ଅନ୍ୟ ଦୁଇଟି ଚୋରି ମାମଲାରେ ମଧ୍ୟ ଜଡିତ ଥିବା ନେଇ ସୂଚନା ଦେଇଥିଲେ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅଜଣା ବ୍ୟକ୍ତି ର‌ ଶବ ଉଦ୍ଧାର,ପୋଲିସର ତଦନ୍ତ ଜାରି

masiha

ଏକାଧିକ ଦଫା ନେଇ ଉତ୍କଳ କାରଖାନା ସେକ୍ୟୁରୀଟି ଜିଏମ ଗିରଫ

Sunil Chandra Nayak

ମୁଣ୍ଡାଠାକୁରା ଶିବ ମନ୍ଦିରରେ କଳା କନା ଵୁଲେଇଲେ ଦୁବୃର୍ତ୍ତ 

masiha

Leave a Comment

error: Content is protected !!