ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ୍ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ 

ଇସ୍ପାତ୍ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ 

ରାଉରକେଲା: ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସମ୍ପାଦକ ମନୋଜ କୁମାର ନନ୍ଦଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ସଂସଦର ସଭାପତି ନୃସିଂହ ଚରଣ ବିଶ୍ଵାଳ ଅଧ୍ୟକ୍ଷତା କରିଥିଲେ। ଉପଦେଷ୍ଟା ହରମୋହନ ମିଶ୍ର, ବ୍ରଜେନ୍ଦ୍ର ଦାସ, ତ୍ରିଲୋଚନ ମଥାନ, କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ଡା, ଉପସଭାପତି ରଶ୍ମିବାଳା ରାଉତରାୟ, କୋଷାଧ୍ୟକ୍ଷ ଉପେନ୍ଦ୍ର ବସ୍ତିଆ, ମଞ୍ଜୁଳା କୁମାରୀ ରଥ, ପ୍ରଶାନ୍ତ କୁମାର ପତି, ଡଲିରାଣୀ ବ୍ରହ୍ମା, ବିଜୟିନୀ ଜେନା, ପ୍ରକାଶ ଚନ୍ଦ୍ର ସେଠୀ, ଉର୍ବଶୀ ଦାଶ, ଚିତ୍ତରଞ୍ଜନ ବ୍ରହ୍ମା, ମମତା କୁମାରୀ ଜେନା ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବାର୍ଷିକ ମୁଖପତ୍ର ସ୍ତବକ ପାଇଁ ସଦସ୍ୟ ସଦସ୍ୟା ମାନଙ୍କ ଠାରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଲେଖା ଗୁଡ଼ିକ ଗ୍ରହଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ବାର୍ଷିକ ମୁଖପତ୍ର ସ୍ତବକ ନିମନ୍ତେ ମୁଖ୍ୟ ସମ୍ପାଦକ ଭାବରେ ପ୍ରଶାନ୍ତ କୁମାର ପତି ଏବଂ ସମ୍ପାଦନା ମଣ୍ଡଳୀରେ ସତ୍ୟବ୍ରତ ଦାସ, ରଶ୍ମିବାଳା ରାଉତରାୟ ଏବଂ ମଞ୍ଜୁଳା କୁମାରୀ ରଥ ସ୍ଥାନ ପାଇଛନ୍ତି। ଚଳିତ ମାସ ୧୨ତାରିଖ ରବିବାର ଦିନ ଅପରାହ୍ନ ୬ ଘଟିକା ସମୟରେ ବିଜ୍ଞାନ ସାହିତ୍ୟ ଆଲୋଚନା, କବିତା ପାଠ ଓ ବିଜ୍ଞାନ ଲେଖକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଅଗଷ୍ଟ ମାସ ୯ ତାରିଖରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ ଏବଂ ଅକ୍ଟୋବର ପ୍ରଥମ ସପ୍ତାହରେ ଦୁଇଦିନ ବ୍ୟାପି ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତାବ ଗୃହୀତ ହେଲା। ପ୍ରତିଭା ଚୟନ କମିଟି ଗଠିତ ହେବା ସଙ୍ଗେ ସଙ୍ଗେ ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକୁ ସଫଳ କରିବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରାଗଲା। ଭୁବନେଶ୍ବର ଠାରେ ଚିକିତ୍ସିତ ହେଉଥିବା ପ୍ରାକ୍ତନ ସାଧାରଣ ସଂପାଦକ ବେଣୁଧର ନାୟକଙ୍କ ଆଶୁ ଆରୋଗ୍ୟ କାମନା କରାଗଲା। ଶେଷରେ ଉପେନ୍ଦ୍ର କୁମାର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହେମଗିର ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ମହୁ ମାଛି କାମୁଡାରେ ଦୁଇ ଗୁରୁତର

କାମାକ୍ଷାନଗର ଉପଖଣ୍ଡ ପଶୁ ଚିକିତ୍ସାଳୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!