ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତ ଅବଷଶରକୁ ନେଇ ଏକ ଆଲୋଚନା ବୈଠକ ,୨- ସାପ କାମୁଡ଼ାରେ ଦିବ୍ୟଙ୍ଗଙ୍କ ମୃତ୍ୟୁ 

ବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତ ଅବଷଶରକୁ ନେଇ ଏକ ଆଲୋଚନା ବୈଠକ 

ବନ୍ଧୁଗାଁ ତା, ୭/୭/୨୬, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆସନ୍ତା ବର୍ଷ ତା, ୭.୭.୨୭ ରେ ୫୦ ବର୍ଷ ପୂର୍ତ୍ତ ଅବସରରେ ଏହି ବିଦ୍ୟାଳୟ ଠାରେ ପାଠ ଅଧ୍ୟୟନ କରିଯାଇଥିବା ୪୯ ଗୋଟି ପାଠ୍ୟ ଅଧ୍ୟୟନ କରିଥିବା ଯାଇଥିବା ବାର୍ଷିକ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ବଡ଼ ଧରଣରେ ସ୍ୱର୍ଣ୍ଣ ଜୟନ୍ତି ପାଳନ କୋରାଯିବା ଅବସରରେ ଆଜି ଏକ ସାଧାରଣ ଭାବରେ ବିଦ୍ୟାଳୟ ର ପୂର୍ବ ଓ ବର୍ତମାନ ର ଛାତ୍ରଛାତ୍ରୀଙ୍କୁ ନେଇ ଆଲୋଚନା କରା ଯାଇଥିଲା I ଆଜିର ପ୍ରଥମ ଆଲଚନା ବୈଠକରେ ବନ୍ଧୁଗାଁ ବ୍ଲକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କିଛି ପୂର୍ବ ଓ ବର୍ତମାନ ର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ I ଆଜିର ସାଧାରଣ ବୈଠକରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଧୁ ସୁଧନ ନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ଗଭୋର ଧନ ସାହୁ ଓ ବିଦ୍ୟାଳୟ ପରିସର ର ସଭାପତି ବାଡ଼ି ମହେଶ୍ଵର, ଓ ଅନ୍ୟାନ୍ୟ ଶିକ୍ଷକଙ୍କ ଉପସ୍ଥିତରେ ଆଜିର ସାଧାରଣ ଆଲୋଚନା କୋରାଯାଇଥିଲା I ଏହି ବିଦ୍ୟାଳୟ ରେ ଆସନ୍ତା ବର୍ଷ ୭. ୭. ୨୭ ହବାକୁ ଥିବା ସ୍ୱର୍ଣ୍ଣ ଜୟନ୍ତୀ କୁ ଆମେ କେଉଁ ପ୍ରକାର ଭାବରେ ତାକୁ ଆୟୋଜନ କରିବା ପାଇଁ ହେଲେ କେଉଁ ପ୍ରକାର ଓ କେତେଦିନ ଧରି କରିବା ଓ ଆୟୋଜନ ପାଇଁ ଏହି ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀଙ୍କ କିଛି ଆର୍ଥିକ ସୁବିଧାର ଆୟଜନକୁ ନେଇ କୋରାଜିବାର ସୁବିଧା ହୋଇ ପାରିବାର ଏକ ସୁବିଧା ହୋଇପାରେ ବଲି ଆଲୋଚନା ହୋଇଥିଲା I ଆଜିର ବୈଠକରେ ଏତିକି ରହିଥିଲା କି ଯେଉଁ ବର୍ଷରେ ଏହି ବିଦ୍ୟାଳୟ ରୁ ପାଠ ପଢି ଯାଇଚନ୍ତି ସେହି ବର୍ଷର ଛାତ୍ରଛାତ୍ରୀ ମାନେ ନିଜ ନିଜର ବାର୍ଷିକ ଚାତ୍ରଛାତ୍ରୀଙ୍କ ଦ୍ୱାରା ଯାହା ଅନୁଦାନ ସ୍ୱର୍ଣ୍ଣ ଜୟନ୍ତୀ ପାଇଁ ଯାହା ଆଦାୟ କରି ଦେଇ ପାରିବେ ତାକୁ ତାକୁ ଆଧାର କରି କୋରାଯିବା ପାଇଁ ସ୍ଥିର ହୋଇଥିଲା I ଏଥିରେ ଉପସ୍ଥିତ ରହିଥିବା କିଛି ଛାତ୍ରଛାତ୍ରୀ ଙ୍କ ମୋଟ ରଖିଥିଲେ କି ଆମେ ଆମ ବିଦ୍ୟାଳୟ ରେ ୫୦ ବାର୍ଷିକ ସ୍ୱର୍ଣ୍ଣ ଜୟନ୍ତୀ ପାଇଁ ଯାହା ଦ୍ୱାରା ଯେତିକି ହୋଇପାରେ ତାହା ସାହାଯ୍ୟ କରି ପାରିବୁ ଓ ଭଲରେ କରିବା ପାଇଁ ଏକ ଆହ୍ୱାନ ମନ୍ତବ୍ୟ ଦେଇଥିଲେ I ସ୍ୱର୍ଣ ଜୟନ୍ତୁ ଉପଲକ୍ଷେ ଆଉଥରେ କିଛି ଅଳ୍ପଦିନ ମଧରେ ବୈଠିକ ହବ ଓ ଏଥିରେ କିଛି ଛାତ୍ରଛାତ୍ରୀଙ୍କ ଯୋଗଦାନ ନିହାତି ଆବଶ୍ୟକ ବଲି ଆଜି ଆଲୋଚନା କରାଯାଇଥିଲା I 

ସାପ କାମୁଡ଼ାରେ ଦିବ୍ୟଙ୍ଗଙ୍କ ମୃତ୍ୟୁ 

ବନ୍ଧୁଗାଁ ତା ୮/୭/୨୬, ବନ୍ଧୁଗାଁ ବ୍ଲକ ଜାଗୁଗୁଡା ପଞ୍ଚାୟତ ଲେଡ଼ିଙ୍ଗି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିର ସାପ କାମୁଡ଼ାରେ ମୃତ୍ୟୁ ହୋଇଯାଇଛି। ଆଜି ସକାଳ ୧୦ ରୁ ୧୧ ଘଣ୍ଟା ମଧ୍ୟରେ ଦିବ୍ୟାଙ୍ଗ ବ୍ୟକ୍ତି ଆଚା ପ୍ରାସାକା ୫୨ ବର୍ଷ ଗାଁ ପାଖ ଝରଣା କୁ ଏକୁଟିଆ ଗାଧେଇବା ପାଇଁ ଯାଉ ଥିଲେ। ଅଧା ବାଟରେ ହଠାତ ଏକ ନାଗ ସାପ ଆଚା ପ୍ରାସାକାଙ୍କ ଗୋଡ଼ର ଆଙ୍ଗୁଠି ରେ କାମୁଡ଼ି ଥିଲା। ଗ୍ରାମବାସୀ ପହଞ୍ଚିବା ପରେ ଦିବ୍ୟାଙ୍ଗ ଜଣକ ଅଚେତ ଅବସ୍ଥାରେ ପଡିଥିବା ଦେଖି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ କୁ ଫୋନ କରି ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ହିଁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ମୃତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନିଜସ୍ୱ ଗ୍ରାମ ଗିଣିଯିଖାଲ ହୋଇ ଥିବା ବେଳେ ନିଜ ଝିଆରୀ ଯୁଇଁ ଙ୍କ ଲେଡିଙ୍ଗୀ ଗ୍ରାମରେ ଆସି ରହୁ ଥିଲେ। ନିଜ ଯୁଇଁ ନରେନ୍ଦ୍ର ମେଲେକା ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏସ ଆଇ ଟଙ୍କଧର ନାଇକ କେସ ହାତକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସୁଚନା ଅନୁଯାୟୀ ଯେଉଁ ନାଗ ସାପ କାମୁଡି ଥିଲା ଘଟଣା ସ୍ଥଳରେ ପହଞ୍ଚି ସାପକୁ ମାରି ଥିଲେ।

ସଞ୍ଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

 

Related posts

ଏକ ହଜାର ରୁ ଉର୍ଦ୍ଧ୍ଵ ଶବ ସତ୍କାର ନିଃସ୍ୱାର୍ଥ ଭାବେ କରି ସାଉଣ୍ଟିଥିବା ସମାଜସେବୀ ବାଦଲ: ଜୀବନର ଶେଷ ପର୍ଯ୍ୟନ୍ତ ଶବ ସତ୍କାର କରିବାକୁ ନେଇଛନ୍ତି ସଂକଳ୍ପ 

Sunil Chandra Nayak

ସର୍ଗିଗୁଡ଼ା ଏବଂ କୁଚାଗାଁରେ ଉଦ୍ଘାଟିତ ହେଲା ସମବାୟ ସମିତି

Sunil Chandra Nayak

ମିଶନଶକ୍ତି ଓଡିଆ କବି ସମ୍ମିଳନୀ 

masiha

Leave a Comment

error: Content is protected !!