ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ସହର ଉପକଣ୍ଠରେ ହାତୀପଲ ଭାଙ୍ଗିଲେ ପାଚେରି, ଫାଟକ

ଢେଙ୍କାନାଳ ସହର ଉପକଣ୍ଠରେ ହାତୀପଲ ଭାଙ୍ଗିଲେ ପାଚେରି, ଫାଟକ

ଢେଙ୍କାନାଳ – ଢେଙ୍କାନାଳ ସହର ଆଖପାଖ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ି ଚାଲିଛି। ଏବେ ହାତୀ ସହର ଉପକଣ୍ଠକୁ ଚାଲି ଆସିଲେଣି। ଢେଙ୍କାନାଳ ସ‌ହରର କାଠଗଡ଼ା,ଆନନ୍ଦନଗର,ଜୁଆଙ୍ଗସାହି ଅଞ୍ଚଳରେ ଗତ ୪ ଦିନ ହେଲା ଏକ ୩ଟିକିଆ ହାତୀପଲ ଓ ଗୋଟିଏ ଛୁଆ ଥିବା ଦେଖାଯାଇଛି। ରାତିରେ ହାତୀପଲ ଚାରଖୋଲା ଜଙ୍ଗଲରେ ରହିବା ସହ ସନ୍ଧ୍ୟାହେଲେ ଜନବସତି ମୁହାଁ ହେଉଛନ୍ତି ମଙ୍ଗଳବାର କାଠଗଡ଼ାର ଅଞ୍ଚଳର ଆଇନଜୀବୀ ସୁରେନ୍ଦ୍ର ମିଶ୍ରଙ୍କ ପାଚେରି ଓ ଲୁହା ଫାଟକଙ୍କୁ ହାତୀ ଭାଙ୍ଗିଛନ୍ତି। ନିକଟରେ ଥିବା ବଗିଚାରେ ପଶି ଆମ୍ବ,ନଡ଼ିଆ ଓ କଦଳୀ ଗଛ ଆଦି ନଷ୍ଟ କରିଛନ୍ତି। ହାତୀ ଉପଦ୍ରବକୁ ନେଇ ସନ୍ଧ୍ୟାହେଲେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ବନ କର୍ମଚାରୀ ପହଞ୍ଚି ସକାଳେ ଓ ସନ୍ଧ୍ୟାପରେ ସତର୍କ ରହିବାକୁ ଲୋକଙ୍କୁ ସଚେତନ କରିବା ସହ ହାତୀଙ୍କୁ ଘୋଉଡ଼ାଇବାକୁ ବାଣଇ ଫୁଟାଉଥିଲେ ବି ହାତୀ ଅଞ୍ଚଳ ଛାଡ଼ି ଯାଉନଥିବା ଜଣାଯାଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ 

Sunil Chandra Nayak

ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ମା ତାରାତାରିଣୀ ଏଣ୍ଟରପ୍ରାଇଜସ ଫେକ୍ଟ୍ରିରେ ଭୟାବହ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ 

Leave a Comment

error: Content is protected !!