ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଡ଼ିକାଲ ଯିବା ବାଟରେ ଖରାପ ହେଲା ଆମ୍ବୁଲାନ୍ସ: ୩ ଘଣ୍ଟା ଛଟପଟ ହୋଇ ଚାଲିଗଲା ନାବାଳିକାଙ୍କ ଜୀବନ

ମେଡ଼ିକାଲ ଯିବା ବାଟରେ ଖରାପ ହେଲା ଆମ୍ବୁଲାନ୍ସ: ୩ ଘଣ୍ଟା ଛଟପଟ ହୋଇ ଚାଲିଗଲା ନାବାଳିକାଙ୍କ ଜୀବନ

ଭବାନୀପାଟଣା : କଳାହାଣ୍ଡି ଜିଲାରେ ଗୁରୁବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଆମ୍ବୁଲାନ୍ସ ଦୀର୍ଘ ୩ ଘଣ୍ଟା ଧରି ଅଟକିବା ରହିବାରୁ ଠିକ୍‌ ସମୟରେ ରୋଗୀ ମେଡ଼ିକାଲ ପହଞ୍ଚି ନ ପାରି ମୃତ୍ୟୁବରଣ କରିଥିବା ଅଭିଯୋଗ ଆସିଛି। ତୁଲାପଡାର ରିୟା ନାଏକ(୧୧) ନାମକ ଜଣେ ଛାତ୍ରୀଙ୍କୁ ପେଟ ଯନ୍ତ୍ରଣା ହେବାରୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଗୁରୁତର ହେବାରୁ ତାଙ୍କୁ ଅକ୍ସିଜେନ ଲଗାଇ ୧୦୮ ଆମ୍ବୁଲାନ୍ସ ଜରିଆରେ ଭବାନୀପାଟଣା ଜିଲା ମୁଖ୍ୟ ମେଡିକାଲକୁ ନିଆଯାଉଥିଲା।ହେଲେ ବାଟରେ ପଞ୍ଚର ହେବାରୁ ୧୦୮ ଆମ୍ବୁଲାନ୍ସଟି ସ୍ଥାନୀୟ ଗୋହିରାପଦର ରେଳ ଫାଟକ ନିକଟରେ ଅଟକି ଯାଇଥିଲା।ତେବେ ଦୁର୍ଭାଗ୍ୟବଶତ ଆମ୍ବୁଲାନ୍ସର ଜରୁରୀକାଳୀନ ସ୍ପେୟାର ଚକ ମଧ୍ୟ ପୂର୍ବରୁ ଖରାପ ରହିଥିଲା। ଯାହାଫଳରେ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଗୁରୁତର ରୋଗୀ ରିୟା ସେଠାରେ ୩ ଘଣ୍ଟା ଧରି ଅଟକି ରହିଥିଲେ। ପରେ ଭବାନୀପାଟଣାରୁ ଆଉ ଏକ ଆମ୍ବୁଲାନ୍ସ ଜରିଆରେ ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ରିୟାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ରାଜ୍ୟସ୍ତରୀୟ ବାବା ଗୋରେଖନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ 

masiha

ଜଗଦା ସାଂସ୍କୃତିକ ପରିଷଦ ପକ୍ଷରୁ ପଖାଳ ଦିବସ ପାଳିତ 

ରାଉରକେଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

masiha

Leave a Comment

error: Content is protected !!