ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ମହାବିଦ୍ୟାଳୟରେ ଆର୍ଥିକ ସ୍ଵାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର  

ବିକାଶ ମହାବିଦ୍ୟାଳୟରେ ଆର୍ଥିକ ସ୍ଵାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର  

 ଭବାନୀପାଟଣାସ୍ଥିତ ବିକାଶ ମହାବିଦ୍ୟାଳୟରେ କଳାହାଣ୍ଡି ଜ଼ିଲ୍ଲା ପ୍ରଶାସନ ଓ କଳାହାଣ୍ଡି ଜ଼ିଲ୍ଲା ଡାକସେବା ବିଭାଗ ତରଫରୁ ଏକ ଆର୍ଥିକ ସ୍ଵାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଲୋଚନା ଶିବିର ଅନୁଷ୍ଠିତ ହୋଇଯାଇଛି । ସହକାରୀ ନିର୍ଦ୍ଦେଶକ ଜ଼ିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ କଳାହାଣ୍ଡି, ବିବେକାନନ୍ଦ ମହାନନ୍ଦଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ, କଳାହାଣ୍ଡି ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିଲେ। ତତସହିତ ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀନେଶ କୁମାର କଁହର , କଳାହାଣ୍ଡି ଜ଼ିଲ୍ଲା ଡାକ ବିଭାଗର ନିର୍ଦ୍ଦେଶକ, ଲିଡ଼ ବ୍ୟାଙ୍କ ମ୍ୟାନେଜର ଧର୍ମରାଜ ସୁନାନୀ, ନିର୍ଦ୍ଦେଶକ ବିକାଶ ଶିକ୍ଷା ଅନୁଷ୍ଠାନ , ଦୈନିକ ସମାଚାର ସମ୍ବାଦର ଜ଼ିଲ୍ଲା ସାମ୍ବାଦିକ ଦେବେନ୍ଦ୍ର ବିଶିଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ।ବିକାଶ ଶିକ୍ଷ୍ୟାନୁଷ୍ଠାନର ନିର୍ଦ୍ଦେଶକ ସାମ୍ପ୍ରତ୍ତିକ ସମୟରେ ଆର୍ଥିକ ସ୍ଵାକ୍ଷରତା, ସାଇବର ଅପରାଧ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ସମ୍ପର୍କରେ ସୂଚନା ଦେଇଥିଲେ। ଅତିରିକ୍ତ ଜ଼ିଲ୍ଲାପାଳ, କଳାହାଣ୍ଡି ଶ୍ରୀ ତନ୍ମୟ କୁମାର ଦରୱାନ ଆର୍ଥିକ ସ୍ଵାକ୍ଷରତା ଓ ସାଇବର ଅପରାଧ ସମ୍ପର୍କରେ ସଚେତନ କରାଇଥିଲେ। ଏଥିରେ ସହକାରୀ ନିର୍ଦ୍ଦେଶକ ଶ୍ରୀ ମହାନନ୍ଦ ଆର୍ଥିକ ସ୍ଵାକ୍ଷରତା ଓ ସାଇବର ଅପରାଧ ଶିବିର ଆୟୋଜନର ଆଭିମୁଖ୍ୟ ଓ ସଚେତନତା ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀମାନେ ସଚେତନ ହେବାପାଇଁ ଆହ୍ୱାନ ଦେଇଥିଲେ। ଡାକସେବା ବିଭାଗର ଅଧିକାରୀମାନେ ଡାକବିଭାଗ ଦ୍ୱାରା ଉପଲବ୍ଧ ହେଉଥିବା ବିଭିନ୍ନ ଲାଭଜନକ ସ୍କିମ ଉପରେ ସୂଚନା ଦେଇଥିଲେ। ଶେଷରେ ଉକ୍ତ ମହାବିଦ୍ୟାଳୟର ନିର୍ଦ୍ଦେଶକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ପଞ୍ଚାୟତ ସ୍ତରୀୟ ଓବିସି ମଞ୍ଚର କର୍ମକର୍ତ୍ତା ଚୟନ

Sunil Chandra Nayak

ପୂର୍ବତନ ସରପଞ୍ଚ ବିଶିଷ୍ଟ ସମାଜସେବୀ ଯୁଧୁଷ୍ଠିର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ 

masiha

ଯୁବତୀ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ 

Sunil Chandra Nayak

Leave a Comment

error: Content is protected !!