ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲକପୁର ରେ ମହାଭାରତ ପାରାୟଣ କାର୍ଯ୍ୟକ୍ରମ ଉଦଯାପିତ

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ଗ୍ରାମ ପଂଚାୟତର ଚିଲକପୁର ଗ୍ରାମର ମହାଜନ ପଡା ଆନୁକୂଲ୍ୟରେ ଦୀର୍ଘ ୧ ମାସ ଧରି ଅନୁଷ୍ଠିତ ହୋଇଯାଇଛି ।ଆଜି ପାରାୟଣ ଶେଷ ଦିବସରେ ଅଞ୍ଚଳର ଅନେକ ଗ୍ରାମର ଜନ ସାଧାରଣ ଏହି ମହାଭାରତ ପାରାୟଣ କାର୍ଯ୍ୟକ୍ରମ ରେ ସାମିଲ ହୋଇ ପୁରାଣ ପାଠ ଶ୍ରବଣ କରିଥିଲେ ।ଏଥିରେ ମହାଭାରତ ପାରାୟଣ କମିଟିର ସଭାପତି ଭୁବନେଶ୍ୱର ଗହୀର ,ସମ୍ପାଦକ ଶ୍ୟାମ ସୁନ୍ଦର ମାଝି ,କୋଷ।ଧକ୍ଷ ଜଗଦୀଶ ଗହୀର ମୁଖ୍ୟ ଦାୟିତ୍ୱ ବହନ କରିଥିବା ବେଳେ କର୍ତ୍ତା ଭାବରେ ଗଣେଶ ଗହୀର ଏବଂ ତାଙ୍କ ପତ୍ନୀ ସତ୍ୟଭାମା ଗହୀର ଦାୟିତ୍ୱ ଗ୍ରହଣ କରିଥିଲେ ।ପୂଜକ ଭାବରେ ଆଶୁତୋଷ ମୁଣ୍ଡ ,ପୁରାଣ ପଣ୍ଡିତ ଭାବରେ ସମୀର ରଞ୍ଜନ ମୁଣ୍ଡ ,ମଣ୍ଡନ ପୁରୋଧା ଭାବରେ ବାସୁଦେବ ପାଢ଼ୀ ଏବଂ ପାଚକ ଭାବରେ ଗୌର ହରି ଯୋଶୀ ଦାୟିତ୍ୱ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଚୁଟି କଟା ,କୁଣ୍ଡା ବରୀ ଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠାନ ତରଫରୁ କରାଯାଇଥିଲା ।ଯାହାକି ଅନେକ ଗ୍ରାମର ଲୋକେ ଏଥିରେ ଯୋଗଦାନ କରି ନିଜର କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦନା କରିଥିଲେ ।ଅନେକ ବର୍ଷ ପରେ ମହାଭାରତ ପାରାୟଣ କାର୍ଯ୍ୟକ୍ରମ ହୋଇଥିବା ରୁ ବହୁ ଜନ ସମାଗମ ଦେଖିବାକୁ ମିଳିଥିଲା ।ଏଥିରେ ଆୟୋଜକ କମିଟିର ଶ୍ରୀ ପତି ଗହୀର ,ଉମାକାନ୍ତ ଗହୀର ,ମୁକ୍ତେ ସ୍ୱର ଲହଜଳ ,ନିତ୍ୟା ନନ୍ଦ ଗହୀର ,କରୁଣ ଚନ୍ଦ୍ର ଗହୀର ,ପବିନ ଗହୀର ,ରଘୁନାଥ ମାଝି ଏବଂ ସନ୍ୟାସୀ ଗହୀର ପ୍ରମୁଖ ସହଯୋଗ କରିଥିଲେ ।ପ୍ରତିଦିନ ଏହି କାର୍ଯ୍ୟକ୍ରମ ରେ ସଂକୀର୍ତ୍ତନ ର ଆୟୋଜନ କରାଯାଇଥିଲା ।ଯାହାକି ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସ।ହ ଦେଖିବାକୁ ମିଳିଥିଲା ।ଆଜିର ଉଦଯାପିତ ଦିବସରେ ମହାଭାରତ ପୁରାଣ ପାରାୟଣ କାର୍ଯ୍ୟକ୍ରମ ର ସମସ୍ତ ପୂଜାବିଧି ସୁଚାରୁରୂପେ ସମ୍ପାଦନା କରାଯାଇଥିଲା ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଅଞ୍ଚଳ ରୁ ଧାନ କ୍ରୟ ଆରମ୍ଭ

Sunil Chandra Nayak

ନିରୁପମା ପାଣି ଙ୍କ କବିତା ଜୀବନଟା ଗୋଟେ ରାଜରାସ୍ତା ଭଳି

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ନାୟିକା ର ନାଁ ବର୍ଷା

Leave a Comment

error: Content is protected !!