ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦାହରଣ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଉଦାହରଣ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା: ସହିଦ୍ ମାନଙ୍କ ପ୍ରତି ସମର୍ପିତ ଥିବା ସାମାଜିକ ଅନୁଷ୍ଠାନ ଉଦାହରଣ ଟ୍ରଷ୍ଟ ପକ୍ଷରୁ ସେକ୍ଟର ୧ ସ୍ଥିତ ଡିଭାଇନ ଲାଇଫ ଏକାଡେମୀ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ଶଙ୍କର ଜେନା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ। ଅତିଥି ଓ ସଦସ୍ୟ ମାନେ ବୃକ୍ଷ ରୋପଣ ର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଟ୍ରଷ୍ଟ ପକ୍ଷରୁ ରୋହିତ କୁମାର ମହାନନ୍ଦିଆ, ଇଂ ବିମଳ କୁମାର ବିଶି, ଚନ୍ଦ୍ରଶେଖର ଶତପଥୀ, ଅସୀମ କୁମାର ସାବତ,ଡ ହୃଷିକେଶ ନାଏକ,ଉଷଦ ତନ୍ତୀ, କୁଞ୍ଜବିହାରୀ ରାଉତ, ସଞ୍ଜୟ ପ୍ରଧାନ, ସରୋଜ ପାତ୍ର, ବିଦ୍ୟାଳୟ ତରଫରୁ ବାବାଜୀ ଦାସ, ଚନ୍ଦନ, ସତ୍ୟଜିତ,ଭବେଶ,ଶୁଭମ, ସାହିଲ,ଥନ୍ମୟ,ପ୍ରତ୍ୟୁଷ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏପ୍ରିଲ ୨୩ ରୁ ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ

masiha

ଭଟାଙ୍ଗପଦରରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ 

masiha

ରାଇରଙ୍ଗପୁରରେ ନେସ୍କୋ ପାଓ୍ବାର ଏମ୍ଲୟଜ ୟୂନିଅନର ସମ୍ମିଳନୀ 

masiha

Leave a Comment

error: Content is protected !!