ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନଜୀବୀ ଅର୍ଜୁନ ଦୀପ ଙ୍କ ଅକାଳ ବିୟୋଗ

ଆଇନଜୀବୀ ଅର୍ଜୁନ ଦୀପ ଙ୍କ ଅକାଳ ବିୟୋଗ

ଜୁନାଗଡ଼,୧୨/୭/ ୨୬(ମନୀସ)ସମସ୍ତଙ୍କ ଆଦରଣୀୟ ପ୍ରିୟ ଅର୍ଜୁନ ଦୀପ, ତଥା ଆଇନଜୀବୀ ନିଜ ଗ୍ରାମ କୋଟଗାଁ ସ୍ଥିତ ବାସଭବନ ରେ ଅକାଳ ବିୟୋଗ ହୋଇ ଯାଇଛି। ସେ ଆମ ଗହଣରେ ଆଉ ନାହାଁନ୍ତି। ସେ ବିଗତ ଚାରି ପାଞ୍ଚ ମାସ ହେବ ବ୍ରେନ୍ ଷ୍ଟ୍ରୋକ ଓ ପରାଲାଇସିସ ରୋଗରେ ଆକ୍ରାନ୍ତ ହୋଇ ତାଙ୍କ ଜୀବନ ସହ ସଂଗ୍ରାମ କରୁଥିଲେ । ଗତ ଜୁଲାଇ ୧୧ ତାରିଖ ସଂଧ୍ୟା ସମୟରେ ସମସ୍ତଙ୍କୁ ଛାଡ଼ି ଚତାଙ୍କର ଅକାଳ ବିୟୋଗ ହୋଇଥିଲା ।ମୃତୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।ସେ କଲମପୁର ବ୍ଲକ ଅଞ୍ଚଳର ଜଣେ ବିଶିଷ୍ଟ ଆଇନଜୀବୀ, ଶିକ୍ଷକ, ଆଧ୍ୟାତ୍ମିକ ଓ ପ୍ରତିଭାବାନ ବ୍ୟକ୍ତି ଥିଲେ । ତାଙ୍କ ଛାତ୍ର ଜୀବନ ଉତ୍କଳ ବିଶ୍ଵବିଦ୍ୟାଳୟର ବାଣୀବିହାରରେ କଟିଥିଲା ଯେଉଁଠି ସେ ଅର୍ଥନୀତି ଓ ଇଂରାଜୀ ବିଭାଗରେ ଏମ୍. ଏ.ଓ ଲ ଡିଗ୍ରୀ ହାସଲ କରିଥିଲେ। । ସେ ପୂର୍ବତନ ଏମ୍. ଏଲ. ଏ. ଶ୍ରୀଯୁକ୍ତ ହିମାଂଶୁ ଶେଖର ମେହେରଙ୍କ ପି. ଏ. ଓ ପରେ ଲମ୍ବୋଦର ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ ।ଏଥି ସହ କିଛି ବର୍ଷ ଜୟପାଟଣା କୋର୍ଟ ରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ ଜଣେ ମେଧାବୀ ଛାତ୍ର ଓ ଆଧ୍ୟାତ୍ମିକ ଜୀବନଶୈଳୀ ଯୋଗୁଁ ସମସ୍ତେ ତାଙ୍କୁ ପସନ୍ଦ ଓ ପ୍ରଶଂସା କରୁଥିଲେ । ତାଙ୍କର ସାଙ୍ଗସାଥି, ଛାତ୍ର ଛାତ୍ରୀ ଓ ପରିବାର ପାଇଁ ସେ ଥିଲେ ଗୋଟେ ପରିଚୟ ଓ ପ୍ରେରଣା ଥିଲେ । ସ୍ବର୍ଗତ ଦୀପ ଙ୍କ ପାର୍ଥିବ ଶରୀରକୁ ଅନେକ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶୋକାକୁଳ ଦୀପ ପରିବାର ସହିତ କୋଟାଗାଁ ଗ୍ରାମବାସୀ ଓ ବନ୍ଧୁବର୍ଗ ତାଙ୍କର ଶବ ସତ୍କାରଗ୍ରାମ ଶ୍ୱାସନ ରେ ସମ୍ପନ୍ନ କରିଥିଲେ ।ତାଙ୍କ ବିୟୋଗରେ ବିଭିନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଶ୍ୱନାଥ ଆଜ୍ଞା ଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ସ୍ଵେଛାକୃତ ରକ୍ତଦାନ ଶିବିର 

Sunil Chandra Nayak

ପ୍ରଥମ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଅଭିପ୍ସସା ପ୍ରିୟଦର୍ଶିନୀ

masiha

Leave a Comment

error: Content is protected !!