ମାଆ ଓ ପୁଅଙ୍କ ପରିବେଶ ଚିନ୍ତା
ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ଖରା ତାତିରେ ଲୋକେ ରାସ୍ତା କଡ଼ରେ ଖୋଜନ୍ତି ଗଛର ଶୀତଳ ଛାୟୀ l ନୂଆପଡ଼ା ଜିଲ୍ଲା ଦେଇ ଯାଇଛି ନୂଆପଡ଼ା – ଆମପାଣି ବିଜୁ ଫୋର୍ ୱେ ରାସ୍ତା l ରାସ୍ତା ନିର୍ମାଣ ବେଳେ ଅନେକ ବଡ ବଡ ଗଛକୁ କାଟି ଦେଲେ l ଏତେ ଲମ୍ବ ରାସ୍ତାରେ କେଉଁଠି ବି ବଡ ଗଛ ନାହିଁ l ଛାଇ ଟିକେ ବି ମିଳୁନି l ଲୋକଙ୍କ ସୁବିଧା ପାଇଁ ରାଜପୁର ଗାଁର ପୁଅ ପୀତାମ୍ବର ଦୀପ ଓ ମାଆ ଲଇବାନି ଦୀପ ରାସ୍ତା କଡରେ ବର ଓ ପିପଲ ଗଛ ଲଗାଉଛନ୍ତି l ଲୋକଙ୍କୁ ପରିବେଶ ଓ ଗଛର ଉପକାରିତାର ବାର୍ତ୍ତା ଦେଉଛନ୍ତି l ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୀତାମ୍ବର ଦୀପ ଓ ତାଙ୍କ ବିଧବା ମାଆ ଲାଇବାନି ଦୀପ ଚଳିତ ବର୍ଷ ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରାୟ ୫୦୦ରୁ ଅଧିକ ବର ଓ ପିପଲ ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି l କିଛି ଗଛ ଲଗାଇ ଥିବା ବେଳେ ବର୍ଷା ମାସ ସାରା ଗଛ ଲଗାଇବାକୁ କହିଛନ୍ତି l ମାଆ ଓ ପୁଅଙ୍କ ପରିବେଶ ସୁରକ୍ଷା ଚିନ୍ତା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା l

