ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଶଲୀ ଲକ୍ଷ୍ମୀ ପୁରାଣର ପଞ୍ଚମ ସଂସ୍କରଣ ଏବଂ ଏହାର ଆଲବମ୍ ର ପୋଷ୍ଟର ରିଲିଜ୍

କୋଶଲୀ ଲକ୍ଷ୍ମୀ ପୁରାଣର ପଞ୍ଚମ ସଂସ୍କରଣ ଏବଂ ଏହାର ଆଲବମ୍ ର ପୋଷ୍ଟର ରିଲିଜ୍

ଭୁବନେଶ୍ବର , ତା – ୧୩/୦୭ ଭୁବନେଶ୍ବର ଭୀମଟାଙ୍ଗି ସ୍ଥିତ ଜଗନ୍ନାଥ ମନ୍ଦିର ରେ ଅକ୍ଷୟ ସରାଫଙ୍କର ଲିଖିତ କୋଶଳୀ ଲକ୍ଷ୍ମୀ ପୁରାଣର ପଞ୍ଚମ ସଂସ୍କରଣ ଏବଂ ଏହାର ଆଲବମ୍ ଭିଡିଓର ଦ୍ବିତୀୟ ପୋଷ୍ଟର ରିଲିଜ୍ ହୋଇ ଯାଇଛି। ଏହି ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଓଡିଶା ଜନତା ପାର୍ଟିର ସଭାପତି ଶ୍ରୀଯୁକ୍ତ ତଥାଗତ ସ୍ବାଇଁ , ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଶ୍ରୀଯୁକ୍ତ ଦୀପକ କୁମାର ସାହୁ ଏବଂ ଲକ୍ଷ୍ମୀ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ କୋଶଳ ସୁନ୍ଦରୀ ଡକ୍ଟର ସସ୍ମିତା ମେହେର , ଜଗନ୍ନାଥ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଶ୍ରୀଯୁକ୍ତ ଝଷକେତନ ମେହେର ଏବଂ ଏହି ପୁରାଣର ଲେଖକ ଏବଂ ଆଲବମ୍ ନିର୍ଦେଶକ ଶ୍ରୀଯୁକ୍ତ ଅକ୍ଷୟ ସରାଫ୍ ଯୋଗ ଦେଇ ଲକ୍ଷ୍ମୀ ପୁରାଣ ବହି ଏବଂ ପୋଷ୍ଟର କୁ ଉନ୍ମୋଚନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସ୍ବାଇଁ କୋଶଳୀ ଭାଷାରେ ହୋଇଥିବା ଲକ୍ଷ୍ମୀ ପୁରାଣରେ ନାରୀକୁ ସମ୍ମାନ ଦେଇ ଲେଖା ହୋଇଥିବାରୁ ଏହି ବହିକୁ ସରକାର ବାଣ୍ଟନ୍ତୁ ବୋଲି ମତ ରଖି ଥିଲେ।ସେହିପରି ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ସାହୁ ଏହି ପୁରାଣ ଘରେ ଘରେ ଅ‍ାଦୃତ ହେବ ବୋଲି ମତ ରଖିଥିଲେ । ତତ୍ ପରେ ପରେ କୋଶଳ ସୁନ୍ଦରୀ ଡକ୍ଟର ମେହେର୍ ଏବ୍ ଶ୍ରୀଯୁକ୍ତ ମେହେର ଏହି ପୁରାଣ ଆଲବମ୍ ରେ ସୁଯୋଗ ପାଇ ଥିବାରୁ ନିଜକୁ ଧନ୍ୟ ମନେ କରୁଥିବା ପ୍ରକାଶ କରିଥିଲେ। ଶେଷରେ ପୁରାଣର ଲେଖକ ତଥା ଆଲବମ୍ ନିର୍ଦେଶକ ଶ୍ରୀଯୁକ୍ତ ସରାଫ୍ ଆଗାମୀ ଦିନରେ ଏହାର ସୁଟିଂ ବିଭିନ୍ନ ସ୍ଥାନରେ ହେବ ଏବଂ ଏହା ଲୋକଙ୍କୁ ଏକ ଆଧ୍ୟାତ୍ମୀକ ବାର୍ତ୍ତା ଦେବ ବୋଲି କହି ଧନ୍ୟବାଦ ଅର୍ପଣ କରିଥିଲେ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ବାଲି ବୋଝେଇ ହାଇୱା ଧକ୍କା ରେ ବୁଲା ବେପାରୀ ମୃତ  ୧ ଲକ୍ଷ ଟଙ୍କା କ୍ଷତିପୂରଣ ପରେ ରାସ୍ତା ଅବରୋଧ ହଟିଲା

Sunil Chandra Nayak

ରାସ୍ତାରେ ମହାବଳ ବାଘ:: ଅଞ୍ଚଳରେ ଭୟର ବାତାବରଣ 

Sunil Chandra Nayak

ହକି ବିଶ୍ୱକପକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା

Sunil Chandra Nayak

Leave a Comment

error: Content is protected !!