ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଛଧରା ଜାଲରେ ପଡିଲା ନବଜାତକ ଶିଶୁ ର ମୃତଦେହ

କୋକସରା-୧୬/୦୫ (ମ ନି ସ) କୁସୁମଖୁଣ୍ଟି ନିକଟସ୍ଥ ଇନ୍ଦ୍ରାବତୀ ବାମ କେନାଲ ରୁ ନବଜାତକ ଶିଶୁ ର ମୃତଦେହ ଠାବ ହୋଇଛି। ସୋମବାର ମଧ୍ୟାହ୍ନ ରେ କୁସୁମଖୁଣ୍ଟି ଗ୍ରାମର କିଛି ଲୋକ କେନାଲ ରେ ଜାଳ ପକାଇ ମାଛ ଧରୁଥିବା ସମୟରେ ମାଛ ଧରା ଜାଳ ରୁ ଏକ ନବଜାତକ ଶିଶୁପୁତ୍ର ର ମୃତଦେହ ଠାବ ହୋଇଥିଲା। ତେବେ କେଉଁ କାରଣ କୁ ନେଇ ଜନ୍ମିତ ଶିଶୁ କୁ କେହି ଫିଙ୍ଗି ଦେଇଛି ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଅବାଞ୍ଛିତ ପ୍ରେମ ସମ୍ପର୍କ କିମ୍ବା କୁମାରୀ ମାତୃତ୍ୱ ଲୋକଲଜ୍ଜ୍ୟା ଭୟ ରେ କେହି ଯୁବତୀ, ମହିଳା କିମ୍ବା ତାଙ୍କ ସମ୍ପର୍କୀୟ ହୁଏତ ନବ ଜାତକ କୁ ଫିଙ୍ଗି ଦେଇଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଘଟଣା କୁ ନେଇ ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ଙ୍କୁ ପଚାରିବାରୁ ଆମ ପାଖରେ କିଛି ଖବର ନାହିଁ ବୋଲି କହିଛନ୍ତି।

Related posts

ଢ଼େଙ୍କାନାଳ – ନଗାରୀ ସ୍ଥିତ ବୈଷୟିକ ଉଚ୍ଚ ବିଦ୍ୟାପୀଠ ରେ ୫ଟି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ

ବିଧାୟକ ଙ୍କ ଦ୍ଵାରା କାଣିଗୁମା ଗ୍ରାମପଞ୍ଚାୟତ କାର୍ଯ୍ଯାଳୟ ଉଦଘାଟନ 

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଆଇନ୍ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!