ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧରାକୋଟ ରେ ତିନି ଠାକୁରଙ୍କ ନେତ୍ର ଉତ୍ସବ ପାଳନ 

ଧରାକୋଟ ରେ ତିନି ଠାକୁରଙ୍କ ନେତ୍ର ଉତ୍ସବ ପାଳନ 

ଆସିକା, ୧୪/୭/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ଗଡରେ ତିନି ଠାକୁରଙ୍କ ନେତ୍ର ଉତ୍ସବ କାର୍ଯ୍ୟକ୍ରମ ପାରମ୍ପରିକ ରୀତି ନୀତି ଅନୁଯାୟୀ ସମ୍ପନ୍ନ ହୋଇଛି। ସ୍ନାନ ବେଦୀରୁ ଯାଇ ଅଣସର ଘରେ ଠାକୁର ମାନେ ଚଉଦ ଦିନ ଜ୍ୱରରେ ପୀଡିତ ହୋଇ ଚିକିତ୍ସିତ ହେବାପରେ ମଙ୍ଗଳବାର ଦିନ ସୁସ୍ଥ ହୋଇଛନ୍ତି । ସୋମବାର ରାତ୍ରିରେ ଠାକୁର ମାନଙ୍କ ଚକା ବିଜେ ପରେ ଅଣସର ଭୋଗ ଅର୍ପଣ କରାଯାଇଥିଲା । ମଙ୍ଗଳବାର ଚିତ୍ରକାର କିଶୋର ଚନ୍ଦ୍ର ମହାପାତ୍ର,କାଳିଆ ମହାପାତ୍ର ତିନି ଠାକୁରଙ୍କ ଚିତ୍ରଣ ପରେ ନେତ୍ରର ଶେଷ ସ୍ପର୍ଶ ଦେଇଥିଲେ । ରାଜ ପୁରୋହିତ କୈଳାସ ଚନ୍ଦ୍ର ମିଶ୍ର ତିନି ଠାକୁରଙ୍କ ଭୋଗନୀତି ସମ୍ପାଦନ କରିଥିଲେ । ରାଜା ସୁଲକ୍ଷଣା ଗୀତାଞ୍ଜଳି ଓ ତ୍ରିନାଥ ବଡ଼ପଣ୍ଡା ଙ୍କ ଉପସ୍ଥିତିରେ ଚାରି ଆଳତି ପ୍ରଦାନ କରାଯିବା ପରେ ଠାକୁର ମାନଙ୍କ ନବ ଯୌବନ ର ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ବୁଧବାର ଉଭା ଯାତ୍ରା ପରେ ଗୁରୁବାର ଠାକୁର ମାନଙ୍କ ପହଣ୍ଡି ଓ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Related posts

କନକପୁରରେ ବିରାଟ କଳସ ଶୋଭାଯାତ୍ରା

Sunil Chandra Nayak

ଶ୍ରୀ ଶ୍ରୀ ରାଧା କୃଷ୍ଣ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଷୋହଳ ପ୍ରହର ନାମ ଯଜ୍ଞାର୍ଥେ କଳସ ଯାତ୍ରା

Sunil Chandra Nayak

ଶୀତଳ ଷଷ୍ଠୀ ଉମା ଚତୁର୍ଥୀ ପାଳିତ

Leave a Comment

error: Content is protected !!