ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚଦଶ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ପଞ୍ଚଦଶ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଜଳେଶ୍ବର,୧୫/୭-(ମନିସ):ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ବାଲେଶ୍ୱରଙ୍କ ସହଯୋଗରେ ଜଳେଶ୍ୱର ପଞ୍ଚାୟତ ସମିତିର ଆୟୋଜନରେ ଜଳେଶ୍ବର ଶାନ୍ତିଆ ସରକାରୀ ଉ.ପ୍ରା.ବିଦ୍ୟାଳୟ ପରିସରରେ ପଞ୍ଚଦଶ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜଳେଶ୍ଵର ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ଏବିଡିଓ ସୁଧୀର କୁମାର ସାହୁ, ସାମାଜିକ ସୁରକ୍ଷା ବିଭାଗର ଭାରପ୍ରାପ୍ତ ଅଧିକାରୀ ସଜତ୍ ଅନୁପମ, କମ୍ୟୁନିଟି ଅର୍ଗାନାଇଜର ମୋନାଲିସା ମିଶ୍ରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିବା ସହିତ ଅସ୍ଥିଶଲ୍ୟ, ରକ୍ତ ହୀନତା, ସ୍ନାୟୁ ଆଘାତ, ଦୃଷ୍ଟିବାଧିତ ଓ ମାନସିକ ଅଗ୍ରସର ବିଭାଗର ଡ଼ାକ୍ତର ମେଡିସିନ ସ୍ପେସାଲିଷ୍ଟ ରତ୍ନାକର ଦାସ, ଅସ୍ଥିଶଲ୍ୟ ବିଭାଗର ଡ଼ାକ୍ତର ଶିବାନନ୍ଦ ରଥ, ମାନସିକ ଅଗ୍ରସର ବିଭାଗର ଡ଼ାକ୍ତର ବ୍ରଜକିଶୋର ଗିରି, ବିକାଶ ରଞ୍ଜନ ଦାସ, ଦୃଷ୍ଟି ବାଧିତ ବିଭାଗର ଡ଼ାକ୍ତର ଚିତ୍ତରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସବୁ ବିଭାଗର ହିତାଧୀକାରୀ ମାନଙ୍କୁ ପରୀକ୍ଷା କରି ଚିହ୍ନଟ କରାଯାଇ ଥିଲା।ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ଶାନ୍ତିଆ ସରକାରି ଉ.ପ୍ରା. ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଏହି ପଞ୍ଚଦଶ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ସହଯୋଗ କରିଥିଲେ।ଏହି ଶିବିରରେ ଅସ୍ଥିଶଲ୍ୟ, ରକ୍ତ ହୀନତା, ସ୍ନାୟୁ ଆଘାତ ବିଭାଗ ପକ୍ଷରୁ-୧୨୯, ଦୃଷ୍ଟିବାଧିତ ବିଭାଗ ପକ୍ଷରୁ ୩୯, ମାନସିକ ଅଗ୍ରସର ପକ୍ଷରୁ ୩୨ ଜଣ ମୋଟ ୧୯୧ ଜଣ ଏହି ସବୁ ବିଭାଗରେ ପଞ୍ଜିକରଣ କରି ଡ଼ାକ୍ତର ମାନଙ୍କ ଠାରୁ ପରୀକ୍ଷା କରେଇ ଥିଲେ।ଜଳେଶ୍ବର ବ୍ଲକର ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

କାମରେ ଆସୁନି କୋଟି କୋଟି ଟଙ୍କାର ନିର୍ମିତ ଜୁନାଗଡ଼ ନୂତନ ବସଷ୍ଟାଣ୍ଡ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଓଡ଼ିଶା ଦିବସ ପାଳନ

masiha

ଭଗାଵନ୍ଦି ଛକରେ ବୀର ଵୀର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ପ୍ରାକ୍ତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ଦ୍ବାରା ଲୋକାର୍ପିତ 

masiha

Leave a Comment

error: Content is protected !!