ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ମିଶନ ଫିଟ୍ ନୂଆପଡ଼ା’ : ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ୱାକାଥନ୍ ଅନୁଷ୍ଠିତ 

‘ମିଶନ ଫିଟ୍ ନୂଆପଡ଼ା’ : ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ୱାକାଥନ୍ ଅନୁଷ୍ଠିତ 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ସୁସ୍ଥ ଶରୀର, ସୁଦୃଢ଼ ମନ ଓ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତାକୁ ନେଇ ନୂଆପଡ଼ା ପୁଲିସ ପକ୍ଷରୁ ‘ମିଶନ ଫିଟ୍ ନୂଆପଡ଼ା’ ଅଭିଯାନ ଅଧୀନରେ ୫ କିଲୋମିଟର ୱାକାଥନ୍ ଆୟୋଜିତ ହୋଇଯାଇଛି। 

ଜିଲ୍ଲାପାଳ ମଧୁସୂଦନ ଦାଶ ଏବଂ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂ ଏକତା ଛକଠାରେ ସବୁଜ ପତାକା ପ୍ରଦର୍ଶନ କରି ୱାକାଥନ୍‌ର ଶୁଭାରମ୍ଭ କରିଥିଲେ। ପରେ ଏହା ସିଲଦାସ୍ଥିତ ରିଜର୍ଭ ଅଫିସ ପଡ଼ିଆରେ ପହଞ୍ଚିଥିଲା।ରିଜର୍ଭ ଅଫିସ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ କହିଥିଲେ ଯେ, ଯୁବବର୍ଗ ସର୍ବଦା ସଚେତନ, ସତର୍କ ଓ ସଜାଗ ରହିବା ଆବଶ୍ୟକ, କାରଣ ସେମାନେ ଆଗାମୀ ଦିନର ଭବିଷ୍ୟତ। ବର୍ତ୍ତମାନର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ମଧ୍ୟ ସୁସ୍ଥ ରହିବା ପାଇଁ ସମୟର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ଆମ ଶରୀରର ଜୈବିକ ଘଣ୍ଟା (Biological Clock) ଅନୁଯାୟୀ ନିୟମିତ ଜୀବନଚର୍ଯ୍ୟା ଅବଲମ୍ବନ କଲେ ସୁସ୍ଥ ରହିବା ସମ୍ଭବ। ଆସନ୍ତୁ ଯୁବଶକ୍ତିକୁ ସଶକ୍ତ କରିବା, ଦେଶକୁ ସଶକ୍ତ କରିବା ବୋଲି ସେ ଆହ୍ୱାନ ଦେଇଥିଲେ।ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଜିଲ୍ଲାପାଳ, ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜଣାଇଥିଲେ। ସୁସ୍ଥ ଶରୀର, ସୁଦୃଢ଼ ମାନସିକତା ଏବଂ ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଏଭଳି ଜନସଚେତନତାମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସେ କହିଥିଲେ।ଶେଷରେ ୱାକାଥନ୍‌ରେ କୃତିତ୍ୱ ପ୍ରଦର୍ଶନ କରିଥିବା ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମରେ ଏସ୍‌.ଆର୍‌.ପି.ଏଫ୍‌ କମାଣ୍ଡାଣ୍ଟ ଦୀପକ ମଣି ତ୍ରିପାଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଲମ୍ବୋଦର ଧରୁଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଂଜିତ ନାୟକ, ଏସଡିପିଓ ସ୍ୱାଧୀନ ମିଶ୍ର, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ, ନୂଆପଡ଼ା ଏନ୍‌.ଏ.ସି.ର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ପୁଲିସ ଓ ସିଆରପିଏଫ୍‌ ଯବାନ, ଗଣମାଧ୍ୟମ ପ୍ରତିନିଧି, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନସାଧାରଣ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।

Related posts

ଗ୍ରାମ ର ପିଲାମାନେ ମିଶି ଜାତୀୟ ରାଜପଥ 149 ନମ୍ବର ରାସ୍ତା କଲେ ମରାମତି

masiha

ରାଉରକେଲାର ଜନଜାତି ସଂଗ୍ରହାଳୟ ପରିଦର୍ଶନ କଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ

Sunil Chandra Nayak

ରାଇରଙ୍ଗପୁରରେ ୩୪ ତମ ରଥଯାତ୍ରା କମିଟିର ଅଧ୍ୟକ୍ଷ ହେଲେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ 

masiha

Leave a Comment

error: Content is protected !!