ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ମେଗା ଅଏଲ୍ ପାମ୍ ରୋପଣ କାର୍ଯ୍ୟକ୍ରମ ଉଦ୍ଘାଟିତ 

ନବରଙ୍ଗପୁର ଜିଲ୍ଲାରେ ମେଗା ଅଏଲ୍ ପାମ୍ ରୋପଣ କାର୍ଯ୍ୟକ୍ରମ ଉଦ୍ଘାଟିତ 

ନବରଙ୍ଗପୁର,:(୨୩ ଜୁଲାଇ ୨୦୨୬(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଅନ୍ତର୍ଗତ ଚଚରାଗୁଡା ଗ୍ରାମପଞ୍ଚାୟତର ବାଇଗାଁ ଗ୍ରାମରେ ଉଦ୍ୟାନ କୃଷି ବିଭାଗ ଏବଂ ପ୍ରିୟୁନିକ୍ (PreUnique) ପ୍ରାଇଭେଟ୍ ଲିମିଟେଡ୍‌ର ମିଳିତ ଉଦ୍ୟମରେ ୫ ଏକର ଜମିରେ ଏକ ମେଗା ଅଏଲ୍ ପାମ୍ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ଜିଲ୍ଲା ଉପ-ଉଦ୍ୟାନ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ ମହାନ୍ତି, ପ୍ରିୟୁନିକ୍ ପ୍ରାଇଭେଟ୍ ଲିମିଟେଡ୍‌ର ସହକାରୀ ମହାପ୍ରବନ୍ଧକ ଶ୍ରୀ ଦେବବ୍ରତ ସାହୁ ଏବଂ ଶ୍ରୀ ଫଣୀ କୁମାର ଯୋଗଦେଇ ଉଦ୍ଘାଟନ କରିଥିଲେ।ବାଇଗାଁ ଗ୍ରାମର କୃଷକ ଶ୍ରୀ ହରିଶ ଚନ୍ଦ୍ର ମାଝୀଙ୍କ କ୍ଷେତରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରିୟୁନିକ୍ ପ୍ରାଇଭେଟ୍ ଲିମିଟେଡ୍‌ର କର୍ମଚାରୀ ଶ୍ରୀ ପାର୍ଥ ସାରଥୀ ମାଝୀ ଓ ଶ୍ରୀ ରାଜେଶ କୁମାର ମାଝୀ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା କରିଥିଲେ।ଏହି ଅବସରରେ ଉପସ୍ଥିତ କୃଷକମାନଙ୍କୁ ଅଏଲ୍ ପାମ୍ ଚାଷର ଆର୍ଥିକ ସମ୍ଭାବନା, ଅଧିକ ଉତ୍ପାଦନ କ୍ଷମତା, ଉନ୍ନତ ପରିଚାଳନା ପଦ୍ଧତି ଏବଂ ଭବିଷ୍ୟତରେ ମିଳିପାରୁଥିବା ଲାଭ ସମ୍ପର୍କରେ ସଚେତନ କରାଯାଇଥିଲା। କୃଷକମାନଙ୍କୁ ଅଏଲ୍ ପାମ୍ ଚାଷ ଗ୍ରହଣ କରି ନିଜ ଆୟ ବୃଦ୍ଧି କରିବାକୁ ମଧ୍ୟ ପ୍ରୋତ୍ସାହିତ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଲକ୍ଷ୍ମୀପୁର ରେଳୱେ ଛକ ଠାରେ ନୂତନ ବସ ଷ୍ଟାଣ୍ଡର ଶିଳାନ୍ୟାସ ଦେଲେ ବିଧାୟକ ପବିତ୍ର ସାଉଁନ୍ତା

masiha

ମୃତ୍ତି କାରିଗରଙ୍କ ଘର ଭିତରୁ ଚାରି ଫୁଟର ନାଗ ସାପ ଉଦ୍ଧାର 

masiha

ଆମପାଣି ଓ କାଶିବାହଲ କୃଷି ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ କୃଷିଋଣ କୃଷକ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!