ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ଃ ବିଆର ଆମ୍ବେଦକର କ୍ଳବର ସାଧାରଣ ସଭା ସାମାଜିକ ସ୍ୱାଧୀନତା ବିନା ରାଜନୈତିକ ସ୍ୱାଧୀନତାର କୌଣସି ଅର୍ଥ ନାହିଁ

ଡ଼ଃ ବିଆର ଆମ୍ବେଦକର କ୍ଳବର ସାଧାରଣ ସଭା

ସାମାଜିକ ସ୍ୱାଧୀନତା ବିନା ରାଜନୈତିକ ସ୍ୱାଧୀନତାର କୌଣସି ଅର୍ଥ ନାହିଁ

ଜୁନାଗଡ଼,୨୩/୭(ମନୀ ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁରୁଗୁଡା ମହୁଲକୋଟ ପଡା ସ୍ଥିତ ଧାନମଣ୍ଡି ଠାରେ ଡ଼ଃ ବି.ଆର ଆମ୍ବେଦକର କ୍ଳବ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ମଣିଷର ମହାନତା ତା’ର ଜନ୍ମରେ ନୁହେଁ, ବରଂ ତା’ର କର୍ମରେ ରହିଛି। ଜ୍ଞାନ ହେଉଛି ମଣିଷ ଜୀବନର ଭିତ୍ତି।ସାମାଜିକ ସ୍ୱାଧୀନତା ବିନା ରାଜନୈତିକ ସ୍ୱାଧୀନତାର କୌଣସି ଅର୍ଥ ନାହିଁ। ଯେ ସମାଜ ନିଜ ଇତିହାସକୁ ଭୁଲିଯାଏ, ସେ ସମାଜ ନିଜର ଭବିଷ୍ୟତ ଗଢ଼ିପାରେ ନାହିଁ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । କ୍ଳବ ର ସଭାପତି ଅଜୟ କୁମାର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭା ରେ ଅତିଥି ଭାବେ ପ୍ରକୃତିବନ୍ଧୁ ଯତୀନ୍ଦ୍ର କର, ଓୟୁଜେ ରାଜ୍ୟ ଉପସଭାପତି ତଥା ଜୁନାଗଡ଼ ସାମ୍ବାଦିକ ସଂଘ ର ସଭାପତି ସନ୍ତୋଷ ସିଂହ ଦେଓ,ବରିଷ୍ଠ ଆଇନଜୀବୀ ଚିତ୍ତ ରଞ୍ଜନ ନିଆଲ, ମିଡ଼ିଆ କ୍ଳବ ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତି, ଆମ୍ବେଦକରବାଦୀ ସଞ୍ଜୟ ସୁନାନୀ, ଭଇଁରୀଗୁଡା ପଞ୍ଚାୟତର ସମିତିସଭ୍ୟ ଜବରସିଂ ତାଣ୍ଡି, ସମ୍ବାଦ ର ବ୍ଲକ ପ୍ରତିନିଧି ସୁନ୍ଦର ମୋହନ ଛାତ୍ରୀଆ ପ୍ରମୁଖ ଉଦବୋଧନ ଦେଇଥିଲେ । ଆମ୍ବେଦକର କ୍ଳବର ଉପଦେଷ୍ଟା କୁମାର ମଣି ଦୁର୍ଗା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ହରେଶ କନ୍ଦପାନ ସଭା ପରିଚଳନା କରିଥିଲେ । କାର୍ଯ୍ୟକ୍ରମ ରେ ସଂଘ ର ସମ୍ପାଦକ ଲିଲୁ କନ୍ଦପାନ, ଉପସଭାପତି ଶେଖର ମାଝୀ, କୋଷାଧ୍ୟକ୍ଷ ମାଧବ ମହାନନ୍ଦ, ସଙ୍ଘ ର ସଦସ୍ୟ ପାର୍ଥବ ବେହେରା, ଗୋପୀନାଥ ଠାକୁର,ତୀର୍ଥରାଜ ସୁନାନୀ, ବିଶାଳ କନ୍ଦପାନ, ସଚିତାନନ୍ଦ ଦୁର୍ଗା, ଭଗବାନ ବେହେରା, ଅଲେଖ ସୁନାନୀ, ରାଜେଶ୍ଵର ସୁନାନୀ, ରୀଙ୍କୁ ଠାକୁର, ଲଳିତ କନ୍ଦପାନ, ପ୍ରଶାନ୍ତ କନ୍ଦପାନ, ହେମନ୍ତ ଠାକୁର, ଦଶରଥ ବେହେରା, ନବୀନ କର, ସଞ୍ଜୟ କନ୍ଦପାନ, ପ୍ରେମ ଧଙ୍ଗଡାମାଝୀ,ବିକାଶ କନ୍ଦପାନ, in ଗୋବିନ୍ଦ କନ୍ଦପାନ, ଖଗେଶ୍ବର ରଣା, ରୋହନ ବେହେରା,ରାମନୁଜନ ବେହେରା ,ଟୁନା ଦୁର୍ଗା, ହିମାଂଶୁ ବାଗ ,ପ୍ରତାପ ପୋଢ଼ ପ୍ରମୁଖ ସହଯୋଗ କରିଥିଲେ ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା କୃଷି ଓ କୃଷକ ପ୍ରେରଣା ପୁରସ୍କାର ୨୦୨୩ ପ୍ରଦାନ

Sunil Chandra Nayak

ଯୋଡ଼ା ଟାଟାଷ୍ଟିଲ ମେଡିକାଲରେ ନିଜସ୍ୱ ଆମ୍ବୁଲାନ୍ସ ନାହିଁ, ଆବଶ୍ୟକ କର୍ମଚାରୀ ନିଯୁକ୍ତି ନ କରିବା ପାଇଁ ଭଡା ଗାଡି ଚାଲିଛି କି ? 

masiha

ଗୋଲାମୁଣ୍ଡା ବ୍ଲକ ପୁଟିଆଚୁରା ରେ କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

masiha

Leave a Comment

error: Content is protected !!