ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଏସଆରଭିଏମ୍ ପରିଚାଳିତ ଇସ୍ପାତ ବିଦ୍ୟାମନ୍ଦିରରେ ସ୍ବାଗତ ସମାରୋହ 

ଏସଏସଆରଭିଏମ୍ ପରିଚାଳିତ ଇସ୍ପାତ ବିଦ୍ୟାମନ୍ଦିରରେ ସ୍ବାଗତ ସମାରୋହ 

ରାଉରକେଲା: ସେକ୍ଟର ୧୯ ସ୍ଥିତ ଏସଏସଆରଭିଏମ୍ ପରିଚାଳିତ ଇସ୍ପାତ ବିଦ୍ୟାମନ୍ଦିରରେ ନୂତନ ଭାବେ ଆଡ଼ମିଶନ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଉଛ୍ବସିତ ସ୍ବାଗତ କରାଯାଇଥିଲା। ବିଦ୍ୟାମନ୍ଦିରର ଅଧ୍ୟକ୍ଷା ଶିବଦତ୍ତା ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସଏସଆରଭିଏମ୍ ର ନିର୍ଦ୍ଦେଶକ ଡ ଗିରିଜା ଶଙ୍କର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କରିବା ସହ ଆଶିର୍ବଚନ ପ୍ରଦାନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଶୃଙ୍ଖଳା, ସାମାଜିକ ଦାୟିତ୍ୱବୋଧ, ଏକାଗ୍ରତା, ଆତ୍ମବିଶ୍ଵାସ ବୃଦ୍ଧି, ପିତାମାତାଙ୍କ ସହ ଗୁରୁଜନଙ୍କୁ ସମ୍ମାନ, ବିଦ୍ୟାଳୟରେ ଉପସ୍ଥାନ ଉପରେ ଗୁରୁତ୍ୱାରୋପ କରିବା ସହ ଶିକ୍ଷାନୁଷ୍ଠାନ ରେ ପାଠପଢ଼ା ବ୍ୟତୀତ ଘରେ ନିଜେ ଅତି କମରେ ୩ ଘଣ୍ଟା ପାଠପଢ଼ା ତଥା ମୋବାଇଲ କମ୍ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷା ଶ୍ରୀମତୀ ନାୟକ ଶିକ୍ଷାନୁଷ୍ଠାନ ତଥା ଛାତ୍ରଛାତ୍ରୀଙ୍କ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ବିଦ୍ୟାମନ୍ଦିରର ପ୍ରତିଷ୍ଠା କୁ ଉନ୍ନତ କରିବା ପାଇଁ ଆହ୍ବାନ ଦେଇଥିଲେ। ବର୍ଷାର ବିତ୍ପାତ ମଧ୍ୟରେ ଏହି ଅବସରରେ କଳାରେ ୧୦୬, ବାଣିଜ୍ୟରେ ୨୬ ଓ ବିଜ୍ଞାନରେ ୮୭ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସର୍ବଶ୍ରୀ ସବ୍ୟସାଚୀ ନାରାୟଣ ପଣ୍ଡା, ଶୁଭସ୍ମିତା ସାହୁ,ରୀତାଞ୍ଜଳୀ ଦାସ, ଅର୍ଚ୍ଚନା ଲାକ୍ରା, ସୁସ୍ମିତା ଏକ୍କା,ମୁକ୍ତାଞ୍ଜଳୀ ମିଶ୍ର, ଆରତୀ ସିଂ, ଶାନ୍ତି ଦାସ, ପ୍ରିୟଙ୍କା ପାତ୍ର, ଚିନ୍ମୟ ଧଳ,ସୀମା ମହାନନ୍ଦିଆ,ରୀତୁ ତିୱ।ରୀଭାରତୀ ବେହେରା, ଶ୍ରୀକାନ୍ତ ରାଉତ, ପାର୍ଥସାରଥୀ ଦାସ,ଶ୍ରୀଜା ବର୍ଦ୍ଦରାଜନ, ରାହୁଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ

masiha

ଖଳିଆ ପଡ଼ା କୁ ରାସ୍ତା ନାହିଁ ଅସୁବିଧା ଭୋଗୁଛନ୍ତି ଗ୍ରାମ ବାସି

masiha

ମ୍ଯୂନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ 

masiha

Leave a Comment

error: Content is protected !!