ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଅର୍ବାନ ର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା ଅର୍ବାନ ର ସଚେତନତା କାର୍ଯ୍ୟକ୍ରମ 

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନ ତରଫରୁ ଲାଠିକଟା ବ୍ଲକ୍ ଅନ୍ତର୍ଗତ ଗର୍ଜନ ଠାରେ ଥିବା ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସ୍ବାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅର୍ବାନ ର ସଭାପତି ରୋଟାରିଆନ ଦେବବ୍ରତ ନାୟକଙ୍କ ସଭାପତିତ୍ବ ତଥା ସଂଯୋଜନା ଓ ସମ୍ପାଦକ ରୋଟାରିଆନ ପ୍ରଦୀପ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ରୋଟାରିଆନ ଡାକ୍ତର ରାମଚନ୍ଦ୍ର ମେହେର, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସିଦ୍ଧାର୍ଥ ଶଙ୍କର ମେହେର, ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରୀତି ଗୁପ୍ତା ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରନ୍ଦର ସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମେହେର ସମ୍ପ୍ରତି ବର୍ଷା ଋତୁ ସମୟରେ ଶିଶୁ ଓ ପିଲାମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ହେଲେ କିପରି ଉପଚାର କରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସୁଷମ ଖାଦ୍ୟ, ଆବଶ୍ୟକ ପାଣି, ଉପଯୁକ୍ତ ବିଶ୍ରାମ, ବ୍ୟାୟାମ,ଯୋଗ,ଖେଳ ଓ ମାନସିକ ସ୍ଵାସ୍ଥ୍ୟ ଉପରେ ବକ୍ତବ୍ୟ ରଖିଥିଲା ବେଳେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଗୁପ୍ତା ମହିଳା ତଥା ଛାତ୍ରୀମାନଙ୍କ ମାସିକ ଧର୍ମ ସମୟରେ ସ୍ବଚ୍ଛତା, ବିଭିନ୍ନ ସମସ୍ୟାର ନିରାକରଣ ଦିଗରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଉପଦେଷ୍ଟା ଡାକ୍ତର ମେହେର ତାଙ୍କ ବକ୍ତବ୍ୟରେ ସ୍ବାସ୍ଥ୍ୟ ହିଁ ସମ୍ପଦ ତଥା ଶରୀର ସୁସ୍ଥ ରହିଲେ କିପରି ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ସେ ସମ୍ପର୍କରେ ଓ ପ୍ରଧାନଶିକ୍ଷକ ଶ୍ରୀ ସିଂହ ଏଭଳି କାର୍ଯ୍ୟକ୍ରମ ଦ୍ବାରା ଛାତ୍ର ଛାତ୍ରୀ ମାନେ ବେଶ ଉପକୃତ ହେଉଛନ୍ତି ବୋଲି ମତ ରଖିଥିଲେ। ସଭାପତି ଶ୍ରୀ ନାୟକ ଅତିଥି ମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଶେଷରେ ସମ୍ପାଦକ ରୋଟାରିଆନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ରୋଟାରୀଆନ ମଞ୍ଜୁରାଣୀ ମେହେର,ଉଷା ଦାସ, ସସ୍ମିତା ନାୟକ ଓ ବିଦ୍ୟାଳୟ ତରଫରୁ ନନ୍ଦକିଶୋର ସିଂହ, ମନୋଜ କୁମାର ପାହାଡି, ସହଦେବ ବଡାଇକ, ପ୍ରକାଶ ରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର 

Sunil Chandra Nayak

ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ଉତ୍ସବ -୨୦୨୪ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ଭାବରେ ପାଳିତ

masiha

Leave a Comment

error: Content is protected !!