ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପନିପରିବା ଦର ଆକାଶଛୁଆଁ ,ଟମାଟୋ କିଲୋ ୧୦୦, ବାଇଗଣ ୫୦

 ରୋଷେଇ ଶାଳ ଉପରେ ମହଙ୍ଗା ମାଡ, ବଜାରରେ ଆକାଶ ଛୁଆଁ ପରିବା ଦର। ସିନାପାଲି ଦୈନିକ ବଜାରକୁ ଗ୍ରାହକ ମାନେ ଯାଇ ୧୦୦ ଟଙ୍କାରେ ପୁରା ବ୍ୟାଗ ଭର୍ତ୍ତି ହେଉଥିବା ବେଳେ ଏବେ ଗୋଟିଏ ଛୋଟ ମୁଣି ପୁରିବା କଷ୍ଟକର । ଫଳରେ ବଜାରକୁ ଆସିବାକୁ ଗ୍ରାହକ ଦର ଦାମ ଶୁଣି ଛାନିଆ ହେଉଛନ୍ତି। ବଜାରରେ ଆକାଶ ଛୁଆଁ ହେଉଛି ପରିବା ଦର , ସବୁ ପନିପରିବାର ଦର ପାଖାପାଖି ୭୦ ଟଙ୍କା ଉପରେ । ଯାହାକୁ ନେଇ ଚିନ୍ତାରେ ଖାଉଟି ଗ୍ରାହକ। ବିଶେଷ କରି ଜିଲ୍ଲାରେ ପରିବା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବା ଯୋଗୁଁ ଗାଡି ଭଡା ମଧ୍ୟ ବୃଦ୍ଧି ପାଇଛି, ଯେଉଁଥିରେ ପରିବା ଦର ସହ ଖାଉଟି ସାମଗ୍ରୀ ଦର ଆକାଶ ଛୁଆଁ ହେଉଥିବା ବ୍ୟବସାୟୀ ମାନେ ପ୍ରକାଶ। ବ୍ୟବସାୟୀ ଚିନ୍ତା ସହ ଗ୍ରାହକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।ଆକାଶ ଛୁଆଁ ଦରଦାମ: ଟମାଟୋ କିଲୋ ୧୦୦, ବାଇଗଣ ୫୦ ବର୍ତ୍ତମାନ ବଜାରରେ ଟମାଟୋ କିଲୋପ୍ରତି ୮୦ ରୁ ୧୦ ଟଙ୍କା ବିକ୍ରି ହେଉଥିବାବେଳେ ବାଇଗଣ କିଲୋ ୮୦, ଝୁଡଙ୍ଗ କିଲୋ ୮୦, ବିନ୍ସ କିଲୋ ୭୦, ବିଟା ୧୦୦, ଗାଜର ଦର କିଲୋପ୍ରତି ୮୦ ରୁ ୯୦ ଟଙ୍କା ରହିଛି । ଦରଦାମ ବୃଦ୍ଧି ନେଇ ପଞ୍ଚାୟତ ଦୃଷ୍ଟି ଦେବା ଅନୁରୋଧ। ସ୍ୱାଭାବିକ ଦରରେ ବଜାରରେ ସାମଗ୍ରୀ ବିକ୍ରୀ ବ୍ୟବସ୍ଥା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବଡଦୁନ୍ଦୁ ମସଜିଦରେ ମୁସଲମାନ ସଂପ୍ରଦାୟର ଲୋକେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରାର୍ଥନା

Sunil Chandra Nayak

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ବଡପଳଶା ଜାହେରା ଗାଳରେ ପୂଜାର୍ଚ୍ଚନା

Sunil Chandra Nayak

ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମ ଦିବସ ପାଳନ

Leave a Comment

error: Content is protected !!