ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଚରଣ ମହାନ୍ତିଙ୍କ ବିୟୋଗରେ ଶୋକସଭା

ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଚରଣ ମହାନ୍ତିଙ୍କ ବିୟୋଗରେ ଶୋକସଭା

ରାଉରକେଲା, ୨୩/୭/୨୬. ପ୍ରଗତି ଉତ୍କଳ ସଂଘର ପୂର୍ବତନ ଉପସଭାପତି ତଥା ପ୍ରକାଶନ ଉପଦେଷ୍ଟା, ରାଉରକେଲାର ଜଣାଶୁଣା ଶିକ୍ଷାବିତ୍, ସୁସାହିତ୍ୟିକ ଡଃ ଶ୍ରୀଚରଣ ମହାନ୍ତିଙ୍କର ଭୁବନେଶ୍ୱର ଠାରେ ଗତ ୨୨ ତାରିଖ ରାତିରେ ୭୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ମୂଳ ବାସିନ୍ଦା ଡଃ ମହାନ୍ତି ରାଉରକେଲାରୁ ଅଧ୍ୟାପନା ଜୀବନ ଆରମ୍ଭ କରି କଟକର ଜେ.କେ.ବି.କେ. କଲେଜରୁ ବରିଷ୍ଠ ପ୍ରାଧ୍ୟାପକ ଭାବେ ଅବସର ଗ୍ରହଣ କରିଥିଲେ। ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ତାଙ୍କ ସହଧର୍ମିଣୀଙ୍କର ଦେହାନ୍ତ ପରେ ସେ ଦୀର୍ଘ ଦିନରୁ ଭୁବନେଶ୍ୱର ସ୍ଥିତ ନିଜ ବାସଗୃହକୁ ସ୍ଥାନାନ୍ତରିତ ହୋଇଯାଇଥିଲେ ମଧ୍ୟ ବିଭିନ୍ନ ସମୟରେ ପ୍ରଗତି ଉତ୍କଳ ସଂଘର ବିଭିନ୍ନ ସାରସ୍ଵତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଉରକେଲା ଆସୁଥିଲେ। ରାଉରକେଲାରେ ଥିବା ସମୟରେ ସେ ପ୍ରଗତି ଉତ୍କଳ ସଂଘ ସହ ବହୁ ସାହିତ୍ୟ -ସଂସ୍କୃତି ଅନୁଷ୍ଠାନ ସହ ଜଡ଼ିତ ରହିବା ସହ ସାରସ୍ଵତ ସେବାରେ ବ୍ରତୀ ଥିଲେ।

 ଅନ୍ତିମ ଶଜ୍ୟା ନିକଟରେ ତାଙ୍କର ଦୁଇ କନ୍ୟା – କୁମାରୀକା ଏବଂ ଗଙ୍ଗୋତ୍ରୀଙ୍କ ସହ ଦୁଇ ଜ୍ବାଇଁ ତଥା ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ।ତାଙ୍କର ଦେହାନ୍ତ ଖବରପାଇ ରାଉରକେଲାର ବହୁ ଅନୁଷ୍ଠାନ ଏବଂ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଆଜି ସଂଧ୍ୟାରେ ପ୍ରଗତି ଉତ୍କଳ ସଂଘ ସଭାଗୃହରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପ୍ରତାପ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶୋକ ସଭାରେ ରାଧାମୋହନ ନାୟକ, ରଶ୍ମି ରଞ୍ଜନ ବୋଇତାଇ, ଘନଶ୍ୟାମ ଦଳ, ଅଶୋକ କୁମାର ପଟ୍ଟନାୟକ, ଲକ୍ଷ୍ମଣ ନାଥ ଦାସ, ଚିତ୍ତରଞ୍ଜନ ମହାନ୍ତି, ନାରାୟଣ ଚନ୍ଦ୍ର ମହନ୍ତ, ବରୁଣ କୁମାର ନାହାକ, ଲୋପାମୁଦ୍ରା ମହାନ୍ତି, କିଶୋରୀ ମୋହନ କର, ଅରବିନ୍ଦ ପାତ୍ର, ଇନ୍ଦ୍ରମଣି ମହାପାତ୍ର, ପରୀକ୍ଷିତ ଗୁରୁ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ସେ ପାଠ ପଢାଇଥିବା କୁଞ୍ଜବିହାରୀ ରାଉତ, ସତ୍ୟାନନ୍ଦ ବେହେରା ଙ୍କ ସହ ବହୁ ସଦସ୍ୟ ସଦସ୍ୟା ହ୍ବାଟ୍ସ ଆପ୍ ଗୃପ୍ ମାଧ୍ୟମରେ ଶୋକ ବାର୍ତ୍ତା ପଠାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଧବା ଗୁରୁବାରୀଙ୍କ ଘର ହାତୀ ଭାଙ୍ଗିଲା; କବାଟ ଭାଙ୍ଗି ଧାନ,ଚାଉଳ ଖାଇ ଦେଲା

masiha

ମ୍ୟୁଜିକ ସର୍କଲ ରାଉରକେଲା ସାଂସ୍କୃତିକ ପରିମଣ୍ଡଳର ପ୍ରାଣକେନ୍ଦ୍ର

Sunil Chandra Nayak

ପରିଚୟ ତରଫରୁ ଯୁବ କଳାକାର ସମାବେଶ

Sunil Chandra Nayak

Leave a Comment

error: Content is protected !!