ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତିନି ଠାକୁର ସୁନା ବେଶରେ ଦେଲେ ଦର୍ଶନ 

ତିନି ଠାକୁର ସୁନା ବେଶରେ ଦେଲେ ଦର୍ଶନ 

ନବରଙ୍ଗପୁର:(୨୫|୭)(ରବି ନାରାୟଣ ମହାନ୍ତି)- ନବରଙ୍ଗପୁର ସହର ଠାରେ ପବିତ୍ର ବଡ ଏକାଦଶୀ ଅବସରରେ ରଥାରୁଢ଼ ତିନି ଠାକୁର ସୁନାବେଶରେ ଦର୍ଶନ ଦେଇଛନ୍ତି। ସନ୍ଧ୍ୟା ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଚକ୍ର ରାଜ ସୁଦର୍ଶନ, ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ସନ୍ଧ୍ୟା ଆଳତି କରାଯିବା ପରେ ରଥରେ ତିନି ଠାକୁର ସୁନାବେଶ ରେ ଦର୍ଶନ ଦେଇଥିଲେ। ସମସ୍ତ ଭକ୍ତ ମଣ୍ଡଳୀ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ଦୂଲଭ ବେଶ ଦର୍ଶନ କରି ଚର୍ମ ଚକ୍ଷୁ ର ସାର୍ଥକତା ଲାଭ କରିଥିଲେ। ଏହି ଅବସରରେ ନବରଙ୍ଗପୁର ଦେବୋତ୍ତର ବିଭାଗ ଅଧିକାରୀ ଶ୍ରୀ ଭୋଳେଶ୍ବର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମୋନଜ କୁମାର ବେହେରା, ରାଜ ପୁରୋହିତ ଶ୍ରୀ ନରସିଂହ ତ୍ରିପାଠୀ, ପୂଜକ ଶ୍ରୀ ଶେଷ ବ୍ରହ୍ମା ଓ ଶ୍ରୀ ଦେବୀ ପ୍ରସାଦ ସହ ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ ସତ୍ୟବାଦୀ ଷଡ଼ଙ୍ଗୀ, ନୀତି ନିଯୋଗ ପକ୍ଷରୁ ଶ୍ରୀ ନରେଶ ତ୍ରିପାଠୀ , କୁନା ପାତ୍ର, ସହିତ ସମସ୍ତ ସେବାୟତ ସହଯୋଗ କରିଥିଲେ। ଏହା ସହିତ ରଥଯାତ୍ରା -୨୦୨୬, ବାହୁଡା଼ ଯାତ୍ରା ଓ ସୁନାବେଶ ର ପ୍ରତ୍ୟେକ୍ଷ ଧାରା ବିବରଣୀ ଶିକ୍ଷାବିତ ଶ୍ରୀ ଶଶାଙ୍କ ଶେଖର ତ୍ରିପାଠୀ, ଶ୍ରୀମତୀ ହେମଲତା ମାଝି, ଶ୍ରୀମତୀ ଜେମାମଣୀ ବିଷୋୟୀ, ଡଃ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଓ ଶ୍ରୀମତୀ ପ୍ରଭାସିନୀ ମହାନ୍ତି ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ। ଏହା ପରେ ଭୋଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗ୍ରହରାଜ ଶନିଙ୍କ ପୀଠରେ ଜଳ ଅଭିଷେକ କଲେ ଭକ୍ତ 

Sunil Chandra Nayak

ନୂଆଗଡରେ ରାମ ନବମୀ ପାଳିତ 

Sunil Chandra Nayak

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ

Sunil Chandra Nayak

Leave a Comment

error: Content is protected !!