ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀବନ୍ଧା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ–ପିତୃ ସମ୍ବିଳନୀ ଅନୁଷ୍ଠିତ

ହାତୀବନ୍ଧା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ–ପିତୃ ସମ୍ବିଳନୀ ଅନୁଷ୍ଠିତ

ସିନାପାଲି, ୨୫/୭: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ଏକ ଭବ୍ୟ ମାତୃ–ପିତୃ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀ ହୁକୁମଚାନ୍ଦ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବିଳନୀରେ ଅଭିଭାବକ, ଶିକ୍ଷକ ଓ ବହୁ ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ରହିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରମୁଖ ଶ୍ରୀ ଧ୍ରୁବ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ସର୍ବାଙ୍ଗୀଣ ବିକାଶରେ ପରିବାର ଓ ବିଦ୍ୟାଳୟର ସମନ୍ୱୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଅଭିଭାବକମାନଙ୍କୁ ଶିଶୁମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ, ଶୃଙ୍ଖଳା ଏବଂ ସଂସ୍କାର ଗଠନରେ ଅଭିଭାବକଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଖଗେଶ୍ୱର ଦାସ ଅତିଥିମାନଙ୍କର ପରିଚୟ ପ୍ରଦାନ କରି ସଭାକାର୍ଯ୍ୟର ଶୁଭାରମ୍ଭ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀ ସରୋଜ ସିଂ ନିନା ସୁଚାରୁ ଭାବେ ସଂଯୋଜନା କରିଥିବା ବେଳେ, ଶେଷରେ ଆଚାର୍ଯ୍ୟ ଶ୍ରୀ କିଶୋର କୁମାର ଧୀବର ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ନୂଆପଡା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାରେ ଅଯୋଧ୍ୟା ବାରଣାସୀ ଯାତ୍ରା 

masiha

ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗମପେନୁର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

masiha

ଶ୍ରୀ ରାମ କୁଟୀରରେ ସ୍ବର୍ଗତ ଉମାଦେବୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

masiha

Leave a Comment

error: Content is protected !!