ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଲିମପ୍ରାପ୍ତ କଳା କ୍ରୀଡା ଶିକ୍ଷକ ମହାସଂଘର ସମ୍ମିଳନୀ 

ତାଲିମପ୍ରାପ୍ତ କଳା କ୍ରୀଡା ଶିକ୍ଷକ ମହାସଂଘର ସମ୍ମିଳନୀ  

ବ୍ରହ୍ମପୁର,୨୬/୦୭ ରାଜ୍ୟ ତାଲିମପ୍ରାପ୍ତ କଳା କ୍ରୀଡା ଶିକ୍ଷକ ମହାସଂଘ ସମ୍ମିଳନୀ ରବିବାର ବ୍ରହ୍ମପୁର ସର୍କିଟ ହାଉସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଗଂଜାମ ଶାଖା ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ମନୋଜ କୁମାର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ, କଳାହାଣ୍ଡି,ଯାଜପୁର,ଅନୁଗୁଳ, ମୟୁରଭଞ୍ଜ ଓ ଗଜପତି ଜିଲ୍ଲାର କଳା ଓ କ୍ରୀଡା ଶିକ୍ଷକ ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ । ବୈଠକରେ କଳା କ୍ରୀଡା ଶିକ୍ଷକଙ୍କୁ ଚାକିରୀରେ ନିୟମିତ କରିବା ନେଇ ମିଳିତ ଭାବେ ସ୍ୱର ଶୁଣିବାକୁ ମିଳିଥିଲା । ବାରମ୍ବାର ସଂଗଠନ ସରକାରଙ୍କ ନିକଟରେ ଦାବୀ କରିବା ସତ୍ତ୍ୱେ କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମିତ ନକରିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ସିଲାବସ ବାହାରି ପିଲାଙ୍କୁ କଳା ଓ କ୍ରୀଡା ବହି ପଢେଇବା ପାଇଁ ଶିକ୍ଷକ ପ୍ରସ୍ତୁତ ଅଛନ୍ତି ହେଲେ ସରକାର ଶିକ୍ଷକ ମାନଙ୍କ ନିୟମିତ କଥା ବି ଥରୁଟିଏ ଚିନ୍ତା କରନ୍ତୁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଗଞ୍ଜାମ ଶାଖା ତରଫରୁ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ଦେବଦତ୍ତ ଶତପଥୀ,ଉପସଭାପତି ରଶ୍ମିରଞ୍ଜନ ଶାହାଣୀ,ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ପଣ୍ଡା,ଗଜପତି ଜିଲ୍ଲାରୁ ରମେଶ ଚନ୍ଦ୍ର ସାହୁ,କଳାହାଂଡିରୁ ମୃତ୍ୟୁଞ୍ଜୟ ମୁଣ୍ଡ ପ୍ରମୂଖ ଉପସ୍ଥିତ ଥିଲେ ।ଗଞ୍ଜାମ ଜିଲ୍ଲା ସଂଗଠନ ସମ୍ପାଦକ ସପନେଶ୍ୱର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଆୟୋଜିତ ସମ୍ମିଳନୀରେ ଛଅ ଗୋଟି ଜିଲ୍ଲାର ଶତାଧିକ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗଦେଇଥିଲେ ।

Related posts

ରାୟଗଡ଼ ଜିଲ୍ଲାରେ ଶତ ପ୍ରତିଶତ ମତଦାନ ନିମନ୍ତେ ପ୍ରୟାସ , ସଚେତନତା ସୃଷ୍ଟି ପାଇଁ ଅଭିନବ ପ୍ରଚେଷ୍ଟା

masiha

ବାସନ୍ତୀ ପାଠାଗାରର ଏକ ସ୍ବତନ୍ତ୍ର ଆଲୋଚନାଚକ୍ର 

masiha

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ସାଧାରଣ ସଭା.

masiha

Leave a Comment

error: Content is protected !!