ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏ ଆଇ ସି ସି ସଭ୍ୟ ତରୁଣ ମାଝୀ ହେଲେ ବିହାର ମୁଙ୍ଗେର  ଡି ସି ସି ର ରିଟରନୀଙ୍ଗ ଅଫିସର

ଡ଼ାଲଗୁମା  -:: କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଆଖିଲଭରତୀୟ କଂଗ୍ରେସ କମିଟି ର ସଭ୍ୟ ତରୁଣ ମାଝୀ ହେଲେ ବିହାର ରାଜ୍ୟର ମୁଙ୍ଗେର ଜିଲ୍ଲା କଂଗ୍ରେସ କମିଟି ର ରିଟରିଙ୍ଗ ଅଫିସର। ଶ୍ରୀ ମାଝୀଙ୍କ ସଂଘାଠନିକ ସ୍ତରୀୟ ଏହି ପଦୋନ୍ନତି ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଅଛି। କଳାହାଣ୍ଡି ର ଜଣେ ଯୁବନେତା ଭାବେ ସେ ଦୀର୍ଘ ବର୍ଷ ହେଲା କଂଗ୍ରେସ ଦଳରେ ବିଭିନ୍ନ ଦାୟିତ୍ଵ ରେ ରହି କୋକସରା ସମେତ କଳାହାଣ୍ଡି ଜିଲ୍ଲାରେ ଦଳକୁ ତୃଣ ମୂଳ ସ୍ତରରେ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଯୋଗଦାନ କରିଛନ୍ତି ।ଏବେ ସେ ବିହାର ର ମୁଙ୍ଗେର  ଜିଲ୍ଲା ରେ ମଧ୍ୟ ତାଙ୍କର ଅଭିଜ୍ଞତା କୁ ଆୟୁଧ୍ୟ କରି କାମ କରିବେ ବୋଲି କଂଗ୍ରେସ ର ଉପର ମହଲ ଚିନ୍ତା କରୁଥିବା ସ୍ପଷ୍ଟ ହୋଇଯାଇଛି । ପ୍ରକାଶ ଥାଉ କି , ଏହା ପୂର୍ବରୁ  ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଳାହାଣ୍ଡି ର ଟାଣୁଆ ନେତା ଭକ୍ତ ଚରଣ ଦାସ ମଧ୍ୟ ଗତ ଉପନିର୍ବାଚନ ରେ ବିହାର ପ୍ରଦେଶ ର ଏ ଆଇ ସି ସି ପ୍ରଭାରୀ ରହିଥିଲେ ।

ଡ଼ାଲଗୁମା ରୁ ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ ।

Related posts

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ ଙ୍କ କବିତା ନାଲି ମନ୍ଦାର 

Sunil Chandra Nayak

କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ଯବସ୍ଥାକୁ ନେଇ ଏକ ପରାମର୍ଶ ଶିବିର

Sunil Chandra Nayak

ଶ୍ରୀ ଭ୍ରମର ବାଗ ଙ୍କ କବିତା ବୁଆ ଗୋ ରାଜନିତିର ଲୀଲା

Sunil Chandra Nayak

Leave a Comment

error: Content is protected !!