ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ସରକାରଙ୍କ ଉପ-ସଚିବ 

ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ସରକାରଙ୍କ ଉପ-ସଚିବ 

 ନବରଙ୍ଗପୁର :(ତା ୨୯.୭.୨୦୨୬)(ରବି ନାରାୟଣ ମହାନ୍ତି)ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ପାଇଁ ଓଡ଼ିଶା ସରକାରଙ୍କ ଉପ-ସଚିବ ଜିତେନ୍ଦ୍ର କୁମାର ପାତ୍ର ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ କରି କ୍ଷେତ୍ର ସ୍ତରରେ ଚାଲିଥିବା କାର୍ଯ୍ୟର ଅନୁଧ୍ୟାନ କରିଥିଲେ।ଗସ୍ତ ଅବସରରେ ସେ ପ୍ରଥମେ ଜିଲ୍ଲାର ERO ମାନଙ୍କ ସହ ଆଲୋଚନା କରିଥିଲେ l ୭୫-ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଗ୍ନିପୁର ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଥିଲେ। ସେଠାରେ ଆପତ୍ତି ଏବଂ ଅଭିଯୋଗ ଶୁଣାଣି ର ସମୀକ୍ଷା କରିଥିଲେ l ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନେ ଫର୍ମ ପାଇଛନ୍ତି କି ନାହିଁ, ଫର୍ମ ପୂରଣରେ କୌଣସି ସମସ୍ୟା ରହିଛି କି ନାହିଁ ଏବଂ ବିଏଲଓମାନଙ୍କ ସହଯୋଗ ସମ୍ପର୍କରେ ଅବଗତ ହୋଇଥିଲେ। ସମସ୍ତ ଯୋଗ୍ୟ ଭୋଟରଙ୍କ ନିକଟରେ ପହଞ୍ଚି ସଠିକ୍ ଓ ତ୍ରୁଟିମୁକ୍ତ ତଥ୍ୟ ସଂଗ୍ରହ କରିବାକୁ ସେ ବିଏଲଓମାନଙ୍କୁ ପରାମର୍ଶ ଦେଇଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ସେ ୭୫- ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ SIR କାର୍ଯ୍ୟର ଦୈନିକ ପ୍ରଗତି, ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହର ସ୍ଥିତି, ସୁପରଭାଇଜରମାନଙ୍କ ଅଗ୍ରଗତି ରିପୋର୍ଟ ଏବଂ ଫିଲ୍ଡ ସ୍ତରର କାର୍ଯ୍ୟର ସମୀକ୍ଷା କରାଯାଇଥିଲା।ସମୀକ୍ଷା ବୈଠକରେ ଉପ-ସଚିବ ଶ୍ରୀ ପାତ୍ର କହିଥିଲେ ଯେ, ଭୋଟର ତାଲିକା ଗଣତନ୍ତ୍ରର ମୂଳଦୁଆ। ଏହାକୁ ଶତପ୍ରତିଶତ ସ୍ୱଚ୍ଛ, ନିର୍ଭୁଲ ଓ ସମ୍ପୂର୍ଣ୍ଣ କରିବା ସମସ୍ତଙ୍କ ପ୍ରାଥମିକ ଦାୟିତ୍ୱ। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି ଏବଂ ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ନିୟମାନୁଯାୟୀ ଅପସାରଣ କରାଯାଉ, ସେଥିପ୍ରତି ସମସ୍ତେ ସତର୍କ ରହିବା ଆବଶ୍ୟକ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଗୁଣାତ୍ମକ ଭାବେ ସମ୍ପନ୍ନ କରିବାକୁ ହେବ।ସେ ଆହୁରି ବିଏଲଓ, ସୁପରଭାଇଜର ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ନିବିଡ଼ ସମନ୍ୱୟ ରକ୍ଷା କରି ଘରକୁ ଘର ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ପ୍ରତ୍ୟେକ ଭୋଟରଙ୍କୁ ଆବଶ୍ୟକ ସହଯୋଗ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ଗସ୍ତ ଓ ସମୀକ୍ଷା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଡ଼ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ବିଶ୍ୱଜିତ ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରବାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡେପୁଟି କଲେକଟର ନିର୍ବାଚନ ଚିନ୍ମୟ ସାହୁ, ନବରଙ୍ଗପୁର ଏବଂ ନନ୍ଦାହାଣ୍ଡି ବ୍ଲକର ବିଡିଓ, ନିର୍ବାଚନ ସୁପରଭାଇଜର, ବୁଥ୍ ଲେଭେଲ ଅଫିସର (BLO) ଏବଂ ସମ୍ପୃକ୍ତ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋଲ୍ହଣ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗରେ ଗୋପବନ୍ଧୁ ଜୟନ୍ତୀ ଓ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ

masiha

କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି କାର୍ଯକ୍ରମ

Sunil Chandra Nayak

୭୫ତମ ଵନ ମହୋତ୍ସବ ସପ୍ତାହ ପାଳିତ

masiha

Leave a Comment

error: Content is protected !!