ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ବାଚନ ରୋଲ୍ ପର୍ଯ୍ୟବେକ୍ଷକଙ୍କ ନବରଙ୍ଗପୁର ଗସ୍ତ: SIR-2026 କାର୍ଯ୍ୟର ସମୀକ୍ଷା, ସ୍ୱଚ୍ଛ ନାମାବଳୀ ପାଇଁ ନିର୍ଦ୍ଦେଶ 

ନିର୍ବାଚନ ରୋଲ୍ ପର୍ଯ୍ୟବେକ୍ଷକଙ୍କ ନବରଙ୍ଗପୁର ଗସ୍ତ: SIR-2026 କାର୍ଯ୍ୟର ସମୀକ୍ଷା, ସ୍ୱଚ୍ଛ ନାମାବଳୀ ପାଇଁ ନିର୍ଦ୍ଦେଶ 

ନବରଙ୍ଗପୁର:(ତା. ୨୮.୦୭.୨୦୨୬)(ରବି ନାରାୟଣ ମହାନ୍ତି) ନିର୍ବାଚନ ରୋଲ୍ ପର୍ଯ୍ୟବେକ୍ଷକ ତଥା ସରକାରୀ ଉଦ୍ୟୋଗ ବିଭାଗର କମିଶନର-ତଥା-ଶାସନ ସଚିବ ମହମ୍ମଦ ସାଦିକ୍ ଆଲମ୍, ଭା ପ୍ର ସେ ଆଜି ଦ୍ୱିତୀୟ ଥର ପାଇଁ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅନ୍ତର୍ଗତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ନିର୍ବାଚନୀ ନାମାବଳୀକୁ ସ୍ୱଚ୍ଛ, ନିର୍ଭୁଲ ଓ ତ୍ରୁଟିମୁକ୍ତ ରଖିବା ସହ ସମସ୍ତ କାର୍ଯ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମୟବଦ୍ଧ ଭାବେ ସମ୍ପନ୍ନ କରିବାକୁ ସେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅଶୋକ ମେହେତା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡ଼. ମହେଶ୍ୱର ସ୍ୱାଇଁ ତାଙ୍କୁ ସ୍ୱାଗତ କରିଥିଲେ I ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ନାମାବଳୀ ସଂଶୋଧନ, ଦାବି-ଆପତ୍ତି ନିଷ୍ପତ୍ତି, EPIC ବଣ୍ଟନ, ଯୁବ ଭୋଟର ପଞ୍ଜୀକରଣ ଏବଂ ଅନଲାଇନ୍ ଜନ ଅଭିଯୋଗ ନିଷ୍ପତ୍ତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରୀଯୁକ୍ତ ଆଲମ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଭତରାସିଉଣି ଗ୍ରାମ ପଞ୍ଚାୟତ ଏବଂ ନବରଙ୍ଗପୁର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ କ୍ଷେତ୍ର ପରିଦର୍ଶନ କରିଥିଲେ Iସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ସୂଚନା ମିଳିଥିଲା ଯେ, DEO ଓ ERO ମାନେ ERONET ରିପୋର୍ଟ ମାଧ୍ୟମରେ ଫର୍ମ-୬, ୬ଏ, ୭ ଓ ୮ର ଆବେଦନ ନିୟମିତ ତଦାରଖ କରୁଛନ୍ତି। BLO ମାନେ ଘରକୁ ଘର ସର୍ଭେ କରୁଥିବା ବେଳେ ୨୭.୦୭.୨୦୨୬ ସୁଦ୍ଧା ମୋଟ ୪୯୪ଟି ଫର୍ମ-୮ ଆବେଦନ ଗ୍ରହଣ କରାଯାଇସାରିଛି। ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ସଂଯୋଜନ ଓ ବିଯୋଜନ ହୋଇଥିବା ୨୦ଟି ଲେଖାଏଁ ମତଦାନ କେନ୍ଦ୍ର ପୁନଃଯାଞ୍ଚ ସମ୍ପନ୍ନ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ NRI ଭୋଟରଙ୍କଠାରୁ ଫର୍ମ-୬ଏର କୌଣସି ଆବେଦନ ଆସିନାହିଁ।ଦାବି ଓ ଆପତ୍ତି ଆବେଦନ ଗୁଣାତ୍ମକ ଭାବେ ନିଷ୍ପତ୍ତି କରାଯାଉଥିବା ବେଳେ ସମସ୍ତ ଆବେଦନରେ ନୋଟିସ୍ ଜାରି କରି BLO Appରେ ରସିଦ ଅପଲୋଡ୍ କରାଯାଉଛି। ସମସ୍ତ ପକ୍ଷଙ୍କୁ ଶୁଣାଣି ସୁଯୋଗ ଦିଆଯାଉଛି ଏବଂ ଅଭିଲେଖ BLO ଓ AERO ସ୍ତରରେ ସଂରକ୍ଷିତ ରଖାଯାଉଛି।EPIC ବଣ୍ଟନ ସମ୍ପର୍କରେ କୁହାଯାଇଥିଲା ଯେ, ଗତ ବର୍ଷଠାରୁ ଛପା ହୋଇଥିବା ୩୯,୭୧୦ଟି EPIC ସମ୍ପୂର୍ଣ୍ଣ ବଣ୍ଟନ ସରିଛି। ନୂତନ ଭେଣ୍ଡରଙ୍କଠାରୁ ଆସିବାକୁ ଥିବା ୧୫,୫୪୨ଟି EPIC ପ୍ରାପ୍ତ ହେବା ମାତ୍ରେ ବଣ୍ଟନ କରାଯିବ। ନାମାବଳୀରେ ଥିବା ଖରାପ ଫଟୋଗୁଡ଼ିକୁ ଚିହ୍ନଟ କରି ଫର୍ମ-୮ ମାଧ୍ୟମରେ ସଂଶୋଧନ କରାଯାଉଛି।ଯୁବ ଭୋଟର ପଞ୍ଜୀକରଣରେ ଉମରକୋଟରେ ୯୬୬, ଝରିଗାଁରେ ୧୩୯୦, ନବରଙ୍ଗପୁରରେ ୧୭୪୦ ଏବଂ ଡାବୁଗାଁରେ ୧୭୨୧ ଜଣ ନୂତନ ଯୁବ ଭୋଟର ପଞ୍ଜୀକୃତ ହୋଇଛନ୍ତି। ERONET, Voter Helpline App, NGSP ପୋର୍ଟାଲ ଏବଂ ୧୯୫୦ କଲ୍ ସେଣ୍ଟର ମାଧ୍ୟମରେ ପ୍ରାପ୍ତ ସମସ୍ତ ଜନ ଅଭିଯୋଗର ନିଷ୍ପତ୍ତି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କରାଯାଉଛି। ସୀମାବର୍ତ୍ତୀ ଜିଲ୍ଲାରେ ଦ୍ୱିତୀୟ ଥର ନାମ ପଞ୍ଜୀକରଣ ମାମଲା ଚିହ୍ନଟ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ରିପୋର୍ଟ ପଠାଯାଉଛି।ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ପ୍ରମୋଦ କୁମାର ପୃଷ୍ଟି,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରବାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡେପୁଟି କଲେକ୍ଟର ନିର୍ବାଚନ ଚିନ୍ମୟ କୁମାର ସାହୁ, ସମସ୍ତ ERO, AERO ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡାବୁଗାଁରେ ନୂତନ ବନାଞ୍ଚଳ ଅଧିକାରୀ ଙ୍କ ଯୋଗଦାନ 

Sunil Chandra Nayak

ବରିଷ୍ଠ ନାଗରିକ ତୀର୍ଥଯାତ୍ରା , ତୀର୍ଥଯାତ୍ରୀ ଗାଡିକୁ ପତାକା ଦେଖାଇ ଶୁଭରମ୍ଭ କଲେ ମାନ୍ୟବର ମାନ୍ତ୍ରୀ

Sunil Chandra Nayak

ତହସିଲ ଅଫିସରେ ବିଳମ୍ବିତ କାର୍ଯ୍ଯକୁ ନେଇ ଅସନ୍ତୋଷ ,ତ୍ଵରିତ ପଦକ୍ଷେପ ନେବାକୁ ଦାବୀ କଲେ ସାମ୍ୱାଦିକ

Sunil Chandra Nayak

Leave a Comment

error: Content is protected !!