ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଲାସୁଦର ଗ୍ରାମର ଚନ୍ଦାସାହି ରାସ୍ତା କାଦୁଅ ପଚପଚ; ସାହିବାସୀ ଗମନାଗମନ ପାଇଁ ହନ୍ତସନ୍ତ; ପଞ୍ଚାୟତ ଓ ବ୍ଳକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ସଲାସୁଦର ଗ୍ରାମର ଚନ୍ଦାସାହି ରାସ୍ତା କାଦୁଅ ପଚପଚ; ସାହିବାସୀ ଗମନାଗମନ ପାଇଁ ହନ୍ତସନ୍ତ; ପଞ୍ଚାୟତ ଓ ବ୍ଳକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ରାଇରଙ୍ଗପୁର -୨୮/୦୭  ମୟୁରଭଞ୍ଜ ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁସୁମି ବ୍ଲକ ଅନ୍ତର୍ଗତ ଯୋରଦା ପଞ୍ଚାୟତ ର ସଲାକୁଦର ର ଚାନ୍ଦାଢିପା ସାହି ରାସ୍ତା ୨ କିମି କାଦୁଅ ପଚପଚ ।ଏହି ସାହିରେ ୧୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି ।ବର୍ଷା ଋତୁରେ ରାସ୍ତା କାଦୁଅ ପଚପଚ ବେଳେ ଖରାଦିନେ ଖାଲଖମାଲ ।ସାହିର ୧୦୦ ରୁ ଉର୍ଦ୍ଧ୍ବ ଏବଂ ଅନ୍ୟ ଗ୍ରାମ ଲୋକ ଏହି ରାସ୍ତା ଉପରେ ଗମନାଗମନ ପାଇଁ ନିର୍ଭର କରନ୍ତି ।ବୁଢାବୁଢି,ଗର୍ଭବତୀ ମହିଳା,ଫେରିବାଲା,ସ୍କୁଲ ଛାତ୍ରଛାତ୍ରୀମାନେ ,ସରକାରୀ କର୍ମଚାରୀ,ପଥଚାରୀ ପ୍ରମୁଖଗମନାଗମନ ପାଇଁ ହନ୍ତସନ୍ତ ହେଉଛନ୍ତି ।

ମତାମତ ନିମନ୍ତେ ଏନେଇ ଯୋରଦା ସରପଞ୍ଚ ଚିତ୍ତରଞ୍ଜନ ମାଝୀ ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ରାସ୍ତା କାମ କରାଯିବା ନେଇ MGNRGS ଯୋଜନା ରେ ପ୍ରଶାସନ କୁ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ଏବେ ସୁଦ୍ଧା କୋୖଣସି ସୂଚନା ଆସିନାହିଁ। ଯାହା ଫଳରେ କାମ ହୋଇପାରିନାହିଁ। କୁସୁମୀ ବିଡ଼ିଓ ଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।

ଅକ୍ଷୟ ବିଶ୍ୱାଳ ଙ୍କ ରିପୋର୍ଟ୍ 

Related posts

ଚିଲିଗୁଡା ରେ ବିହନ ବିତରଣ ମେଳା ଅନୁଷ୍ଠିତ

Sunil Chandra Nayak

ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ମହାବୀର କମ୍ୟୁନିଟି ସେଣ୍ଟର ନାମରେ ଅର୍ଥ ଆତ୍ମସାତ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!