ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରେମଶିଳା ବେହେରା ଙ୍କ କବିତା # ବ୍ଯାସ ପୂର୍ଣ୍ଣିମା 

ବ୍ଯାସ ପୂର୍ଣ୍ଣିମା 

ଆଷାଢ଼ ମାସର ପୂର୍ଣ୍ଣିମା ଆଜିଲୋ
                   ନାମ ତା ବ୍ଯାସ ପୂର୍ଣ୍ଣିମା 
ଏହି ଦିନ ଜନ୍ମ ହୋଇଥିଲେ ବ୍ଯାସ 
                    ଭୁଲି ନୁ ତାଙ୍କ ମହିମା ।
ବେଦ ଓ ବେଦାନ୍ତ ଗୀତା ଉପନିଷଦ୍
                   ଥିଲେ ସେହୁ ଭାଷ୍ଯକାର
ମହାକାବ୍ୟ ଯୁଗ ମହାଭାରତ ଓ
                  ଅଷ୍ଟାଦଶ ପୁରାଣର ।
ଶ୍ରୀମଦ୍ ଭଗବତ ବ୍ରହ୍ମସୂତ୍ର ପୁଣ
                  ମୀମାଂସା ର ସେ ପ୍ରଣେତା
ବେଦାନ୍ତ ଦର୍ଶନ ଅଦ୍ଵୈତ ବାଦର
                  ଥିଲେ ଯେ ସଂସ୍ଥାପକତା ।
ବେଦ ମାନଙ୍କର ସଂଗ୍ରହ ବିଭାଗ 
                  ସେହୁ ପୁଣ କରିଥିଲେ
ତେଣୁ କରି ସିଏ ଭିନ୍ନ ଭିନ୍ନ କଳ୍ପେ
                  ଧରା ପୃଷ୍ଠେ ଜନ୍ମିଥିଲେ ।
ପ୍ରତ୍ୟେକ ଯୁଗରେ ଜଣେ ଜଣେ ହୋଇ
                  ଅଠେଇଶି ବେଦବ୍ୟାସ 
ଜନ୍ମଲଭି ପୁଣି ବେଦ ମାନଙ୍କର 
                 ସଂଗ୍ରହ କଲେ ଅବଶ୍ୟ।
ବ୍ରହ୍ମା ବିଷ୍ଣୁ ମିଶି ଅବତାର ହୋଇ
                 ଥିଲେ ଏହି ଧରାଧାମେ
କରିଛନ୍ତି ଲୀଲା ବେଦବ୍ୟାସ ରୂପେ
                 ପୁଣି ଭିନ୍ନଭିନ୍ନ କାମେ ।
ପ୍ରଥମ ଦ୍ବାପରେ ସ୍ବୟଂ ବ୍ରହ୍ମା ଆସି
                 ହୋଇଥିଲେ ବେଦବ୍ୟାସ 
ଦ୍ବିତୀୟ ଦ୍ବାପରେ ପ୍ରଜାପତି ମନୁ
                  ବେଦବ୍ୟାସ ନାମେ ବାସ ।
ତୃତୀୟ ଦ୍ଵାପରେ ଶୁକ୍ରାଚାର୍ଯ୍ଯ ପୁଣି 
                  ଚତୁର୍ଥୀରେ ବୃହସ୍ପତି 
ଏ ଧରା ଧାମରେ ଜନମ ଲଭିଣ
                  ବେଦ ଭାଷ୍ୟ ହୋଇଥାନ୍ତି।
ସ୍ବୟଂଭୁବ ତଥା ବଶିଷ୍ଠ ସବିତା 
                      ଯମ ଇନ୍ଦ୍ର ଓ ଉଶନା
ସରସ୍ବତ ପୁଣ ତ୍ରିଧାମ ଋଷଭ
                    ତ୍ରିବୃଷ ବୋଲି ଗଣନା।
ଭରଦ୍ୱାଜ ଧର୍ମ ସୁଚକ୍ଷୁ ଗୌତମ 
                      ତ୍ରଯ୍ଯାରୁଣି ଧନଞ୍ଜୟ
ଉତ୍ତମ ତର୍ଯ୍ଯାତ୍ମା ନାରାୟଣ ବେଣ
                          ପରାଶର କୃତଞ୍ଜୟ ।
ସୋମ ମୁଖ୍ଯାୟନ ରକ୍ଷ ବା ବାଲ୍ମୀକି 
                         ରତଞ୍ଜୟ ଜାତୁକର୍ଣ୍ଣ
କୃଷ୍ଣ ଦୈପାୟନ ସୋମ ମୁଖ୍ଯାୟନ
                       ଧରାରେ ସେ ଅବତୀର୍ଣ୍ଣ।
ଗୁରୁ ବୋଲି ତାଙ୍କୁ ମାନଇ ଜଗତ
                         ପୂଜନ୍ତି ସଂସାର ଜନ
ଅନ୍ଧକାରୁ ସେହୁ ମୁକ୍ତ କରିଥାନ୍ତି 
                      ସେ ସେବେ ନୁହେଁ ଅଜ୍ଞାନ।

ପ୍ରେମଶିଳା ବେହେରା

ଭବାନୀପାଟଣା କଳାହାଣ୍ଡି

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା// ହେ ! ନୂଆଁ ବରଷ

Sunil Chandra Nayak

ଜଗମୋହନ ପଟ୍ଟନାୟକ ଙ୍କ କବିତା // ସ୍ୱାର୍ଥପର

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା // ଦୁଷ୍ଟ ବୟସ 

Sunil Chandra Nayak

Leave a Comment

error: Content is protected !!