ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ           

କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ           

ନବରଙ୍ଗପୁର:(୨୯|୭)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧିନସ୍ଥ ଚଚରାଗୁଡା ଗ୍ରାମ ପଞ୍ଚାୟତର ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ବାବା ଝାଡେଶ୍ୱର କେଲିଆ ଶୈବପୀଠ ଠାରେ ଚଳିତ ବର୍ଷ ଶ୍ରବଣ ମାସ ପ୍ରତ୍ୟେକ ସୋମବାରରେ ବୋଲବମ ଭକ୍ତବୃନ୍ଦଙ୍କ ପାଇଁ ସୁରୁଖୁରୁରେ ଶାନ୍ତି ଶୃଙ୍ଖଳାରେ ଜଳାଭିଷେକ କରିପାରିବେ ସେ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କେଲିଆ ମନ୍ଦିର ପରିଚାଳନା କମିଟି ସଭାପତି ଡାବୁଗାଁ ତହସିଲଦାର ଗୀତା ମୁର୍ମଙ୍କ ସଭାପତିତ୍ୱରେ ସମ୍ପାଦକ ଦେବରାଜ ପାତ୍ର, କୋଷାଧ୍ଯକ୍ଷ ଜି. ସାଇ ରାଜୁ, ଉପସଭାପତି ବୀଣା ମାଝୀ ବରିଷ୍ଟ ବିଜେଡି ନେତା ସୁରେନ୍ଦ୍ର ମିଶ୍ର , ଚାଚାରଗୁଡା ସରପଞ୍ଚ ରା଼ଞ୍ଜୁ ଭତ୍ରା, ବଂଶୀ ମାଝୀ,ଭାଗିରଥି ନାୟକ, ପଦମ ଭତ୍ରା ଏବଂ ଆଖ ପାଖ ଗ୍ରାମରୁ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ କମିଟିର ସମ୍ପାଦକ ଶ୍ରୀ ପାତ୍ର ଗତ ବୈଠକର ବିବରଣୀ ପାଠ କରିବା ସହ ଆଲୋଚନା ଆରମ୍ଭ କରିଥିଲେ ।ଚଳିତ ବର୍ଷ ବୋଲବମ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଭଳି ସମସ୍ତଙ୍କୁ ସହଯୋଗ ଏବଂ ମନ୍ଦିର କମିଟିର ତଦାରଖରେ ସବୁ କାମ ସୁରୁଖୁରୁରେ ହେବ ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପବିତ୍ର ରାମ ନବମୀ ଉପଲକ୍ଷେ ଚିରଞ୍ଜିବୀ ହନୁମାନଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା.

Sunil Chandra Nayak

ଆଦିବାସୀଙ୍କ ଅନ୍ୟନ୍ୟ ପର୍ବ ପୌଷପର୍ବ ସମାରୋହରେ ପାଳିତ

Sunil Chandra Nayak

ହିଞ୍ଜିଳି ରେ ଧୁମ ଧାମ ରେ ପାଳିତ ହେଲା ସରସ୍ବତୀ ପୂଜା

Sunil Chandra Nayak

Leave a Comment

error: Content is protected !!