ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲେଶ୍ୱର ସରକାରୀ ମେଡିକାଲ କଲେଜ ଓ ହସପିଟାଲ କ୍ରିୟାନୁଷ୍ଠାନ କମିଟିର ଜଳେଶ୍ଵର ଶାଖା ପକ୍ଷରୁ ଗଣ ଧାରଣା 

ବାଲେଶ୍ୱର ସରକାରୀ ମେଡିକାଲ କଲେଜ ଓ ହସପିଟାଲ କ୍ରିୟାନୁଷ୍ଠାନ କମିଟିର ଜଳେଶ୍ଵର ଶାଖା ପକ୍ଷରୁ ଗଣ ଧାରଣା 

 ଜଳେଶ୍ଵର,୩୦/୭(ମନିସ)-ଜି. କେ. ଭଟ୍ଟର ହସ୍ପି ଟାଲ ପରିସରରେ ବାଲେଶ୍ୱର ସରକାରୀ ମେଡିକାଲ କଲେଜ ଓ ହସପିଟାଲ କ୍ରିୟାନୁଷ୍ଠାନ କମିଟିର ଜଳେଶ୍ଵର ଶାଖା ପକ୍ଷରୁ ଆଜି ପୂର୍ବାହ୍ନରେ ଜିକେ ଭଟ୍ଟର ହସ୍ପିଟାଲ ସମ୍ମୁଖରେ ଏକ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଅଛି। ଜଳେଶ୍ଵର ଶାଖାର ସଭାପତି କମଳ ଚକ୍ରବର୍ତ୍ତୀ ସଭାପତିତ୍ବରେ ସମ୍ପାଦକ ଡଃ ଅଜିତ କୁମାର ମହାନ୍ତି, ଜୋନ୍ ସମ୍ପାଦକ ଦିଲ୍ଲୀପ କୁମାର ଗିରି, ବାଲେଶ୍ବର ଜିଲ୍ଲା ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଉପଦେଷ୍ଟା ସୁକୁମାର ରଣା ,ସଦସ୍ୟ ରମେଶ ଚନ୍ଦ୍ର ଜେନା,ଡଃ ରମାକାନ୍ତ ଭଞ୍ଜ, ଇ.ରତ୍ନାକର ରାୟ, ଶରତ ଚନ୍ଦ୍ର ପରିଡା, ଭାସ୍କର ଚନ୍ଦ୍ର ମିଶ୍ର, ଡଃ ଲଳିତ ରଂଜନ ସେନାପତି,କାଳି ଚରଣ ପୁଷ୍ଟି, ମହେଶ୍ୱର ଜେନା,ଇ. ରାମଚନ୍ଦ୍ର ସାହୁ, ମନୋରଞ୍ଜନ ଦାସ, ସବିତା ଭୂୟାଁ, ଦୀପ୍ତିମାନ ଆଚାର୍ଯ୍ୟ, ପ୍ରଶାନ୍ତ ପାତ୍ର, ଜଗଦୀଶ ନନ୍ଦୀ, ପଲ୍ଟୁ ଦାସ ,ସୁଦାମ ଚରଣ ପାତ୍ର, ଡଃ ରଜନୀ କାନ୍ତ ଭୂୟାଁ, ଇ. ସୁମନ୍ତ ଘୋଷ, ପ୍ରାଣକୃଷ୍ଣ ଗିରି, ହେମନ୍ତ ଗିରି, ସୁଶାନ୍ତ ରାଉତ, ସୁକୁମାର ଦତ୍ତ ପ୍ରଭୃତି ବାଲେଶ୍ବର ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା,ଜି କେ ଭଟ୍ଟର ହସ୍ପିଟାଲରେ ଆବଶ୍ୟକୀୟ ଡାକ୍ତର,ଫାର୍ମାସିଷ୍ଟ ଓ ନର୍ସ ପଦବୀ ପୂରଣ,ହାତୀଗଡ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଜଳେଶ୍ଵର ବ୍ଲକରେ ଥିବା ବିଭିନ୍ନ ଆରୋଗ୍ୟ ମନ୍ଦିରର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର, ଜି କେ ଭଟ୍ଟର ହସ୍ପିଟାଲରେ ହାର୍ଟ ପରୀକ୍ଷା ପାଇଁ ଇକୋ ମେସିନ,ଏମ ଆର ଆଇ ମେସିନ, ରକ୍ତ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା ପାଇଁ ବକ୍ତା ମାନେ ଦାବୀ କରିଥିଲେ।ଜଳେଶ୍ଵର ଜି କେ ଭଟ୍ଟର ହସ୍ପିଟାଲରେ ଏକ ଟ୍ରମା ସେଣ୍ଟର ପ୍ରତିଷ୍ଠା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଉଥିବା ବେଳେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଅଣଦେଖା କରାଯାଉଛି। ଓଡ଼ିଶାରେ ୮୯ଟି ଟ୍ରମା ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନିକଟରେ ଘୋଷଣା କରିଥିଲା ବେଳେ ଦୀର୍ଘ ୧୫ ବର୍ଷ ଧରି ଦାବି ରଖିଥିବା ଜି .କେ ଭଟ୍ଟର ଡାକ୍ତରଖାନାକୁ ସେଥିରୁ ବାଦ୍ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।ଜଳେଶ୍ଵର ଶାଖା ତରଫରୁ ସଂଗଠିତ ଗଣ ଧାରଣାରେ ଜିଲ୍ଲା ଜନସ୍ବାସ୍ଥ୍ୟ ଓ ମୁଖ୍ୟ ଚିକିତ୍ସାଧିକାରୀ ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁଁ ଉପସ୍ଥିତ ହୋଇ ପାରି ନଥିଲେ।ଏହି ଧାରଣା ଶେଷରେ ଜିକେ ଭଟ୍ଟର ହସ୍ପିଟାଲର ମେଡିକାଲ ଅଫିସର ଡାକ୍ତର ଦିଲ୍ପୀପ କୁମାର ପାତ୍ରଙ୍କୁ ଏକ ୬ ଦଫା ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ଗୁଡିକ ସମାଧାନ ନହେଲେ ଆଗାମୀ ଦିନରେ ସେପ୍ଟେମ୍ବର ୧ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଗଣ ଆନ୍ଦୋଳନ ହେବ ବୋଲି ସି.ଡି.ଏମ୍.ଓ ଙ୍କୁ ସଭାପତି କମଲ ଚକ୍ରବର୍ତ୍ତୀ ଚେତାବନୀ ଦେଇଥିଲେ। ରବୀନ୍ଦ୍ର ବାରିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଜିଲ୍ଲା ବିଜେପି ପକ୍ଷରୁ ସାଂସଦ ଖେଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଇମ୍ଫାରେ ୫୧ ତମ ବିଶ୍ଵ ପରିବେଶ ଦିବସ ପାଳିତ

ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଗଠନ ଗଠନ

Sunil Chandra Nayak

Leave a Comment

error: Content is protected !!