ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମାଳପୁର ବିଶ୍ୱନାଥ ଏକାଡେମୀ ସମେତ ଯୁକ୍ତ ଦୁଇ କଳା ଶ୍ରେଣୀ ଖୋଲିବାକୁ ଜଳେଶ୍ଵର ବ୍ଲକର ୩ ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଅନୁମୋଦନ

ଜମାଳପୁର ବିଶ୍ୱନାଥ ଏକାଡେମୀ ସମେତ ଯୁକ୍ତ ଦୁଇ କଳା ଶ୍ରେଣୀ ଖୋଲିବାକୁ ଜଳେଶ୍ଵର ବ୍ଲକର ୩ ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଅନୁମୋଦନ

ଜଳେଶ୍ଵର,୩୧/୭(ମନିସ )- ଜଳେଶ୍ଵର ବ୍ଲକର ଜମାଳପୁର ବିଶ୍ୱନାଥ ଏକାଡେମୀ ସମେତ ଗୁଆଗଡ଼ିଆ ସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଖୁଆର୍ଡ ସ୍ଥିତ ଦୀନକୃଷ୍ଣ ସରକାରୀ ଉଚ୍ଚ ଉଚ୍ଚ ବିଦ୍ୟାଳୟରେ ଚଳିତ ୨୦୨୬–୨୭ ଶିକ୍ଷାବର୍ଷରୁ +୨ କଳା ଶ୍ରେଣୀ ଖୋଲିବାକୁ ସରକାରଙ୍କ ଅନୁମୋଦନ ମିଳିଛି।ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଦ୍ୱିତୀୟ ସର୍ବ ପୁରାତନ ବିଦ୍ୟାଳୟ ରୂପେ ପରିଚିତ ବିଶ୍ୱନାଥ ଏକାଡେମୀ ୧୯୩୮ ମସିହାରେ ତତ୍କାଳୀନ ଜମିଦାର ରାୟବାହାଦୁର ବିଶ୍ୱନାଥ ପରିଡା ଏକ ମନୋରମ ପରିବେଶରେ ପ୍ରତିଷ୍ଠା କରିଥିଲେ। ତାଙ୍କର ସ୍ୱପ୍ନ ଥିଲା ଏହି ଅନୁଷ୍ଠାନ ଦିନେ ଶିକ୍ଷା ଓ ସଂସ୍କୃତିର ଏକ ଅଗ୍ରଣୀ କେନ୍ଦ୍ର ହେବ। ଦୀର୍ଘ ବର୍ଷର ଅପେକ୍ଷା ପରେ ସେହି ସ୍ୱପ୍ନ ଆଜି ସାକାର ହୋଇଛି। ଏହି ବିଦ୍ୟାଳୟରେ ପଦ୍ମବିଭୂଷଣ ମନୋଜ ଦାସ,ପୂର୍ବତନ ମନ୍ତ୍ରୀ କୁଆଁରିଆ ମାଝି,ପୂର୍ବତନ ପୋଲିସ୍ ଡି.ଜି ଗୋବିନ୍ଦ ସେନାପତି, ରାଜ୍ୟପାଳ ପୁରସ୍କାରପ୍ରାପ୍ତ କୃତୀ ଶିକ୍ଷକ ସୁରେଶ ଚନ୍ଦ୍ର ରଣା ପ୍ରମୁଖ ବ୍ୟକ୍ତି ବିଶେଷ ଅଧ୍ୟୟନ କରିଥିଲେ।୨୦୨୩ ମସିହାରେ ଜଳେଶ୍ୱରର ବିଧାୟକ ତଥା ତତ୍କାଳୀନ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ରଙ୍କ ଉଦ୍ୟମ କ୍ରମେ ପ୍ଲାଟିନମ୍ ଜୁବିଲି ଉତ୍ସବରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ସହ କମିଟିର ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।ତେଣୁ ଏହି ୩ଟି ଉଚ୍ଚ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ +୨ କଳା ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ଅନୁମୋଦନ କରି ଥିବାରୁ ଜଳେଶ୍ଵର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ଜିଲ୍ଲା ର ପଶ୍ଚିମ ସର୍କଲ ସ୍ଥାୟି କମିଟି ଘୋଷିତ 

Sunil Chandra Nayak

ନବରଂଗପୁର ମହାବିଦ୍ୟାଳୟ ରେ ପିଜି ଶ୍ରେଣୀ ଖୋଲିବା ସମ୍ଭାବନା ଉଜ୍ବଳ

Sunil Chandra Nayak

ଉର୍ଲାଦାନୀ ସ୍ଥିତ ସହିଦ ରେଣ୍ଡୋ ମାଝି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ସ୍ମୃତି ଚାରଣ ସଭା

masiha

Leave a Comment

error: Content is protected !!