ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବ ଅଧିକାର କମିଶନରଙ୍କ ନିକଟରେ ମାମଲା 

ମାନବ ଅଧିକାର କମିଶନରଙ୍କ ନିକଟରେ ମାମଲା 

ନବରଙ୍ଗପୁର:(୩୧|୭)(ରବି ନାରାୟଣ ମହାନ୍ତି)ମୟୁରଭଞ୍ଜ ଜିଲ୍ଲା ଠାକୁର ମୁଣ୍ଡା ବ୍ଳକ ଅନ୍ତର୍ଗତ ଶାଳଚୁଆ ଉପର ବାଘମରା ଗ୍ରାମର ଦୁଇଟି ୱାର୍ଡ ର ଲୋକେ ମୌଳିକ ସୁବିଧା ରୁ ବଞ୍ଚିତ ଥିବା ନେଇ ଗତ ୨୩ ତାରିଖରେ ଖବରକାଗଜ ରେ ପ୍ରକାଶିତ ହେବା ପରେ ଏହାକୁ ଆଧାର କରି ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ରାଷ୍ଟ୍ରୀୟ ଉପ ସଭାପତି ତପନ କୁମାର ପତି ରାଜ୍ୟ ମାନବ ଅଧିକାର କମିଶନର ଙ୍କ ଦ୍ୱାରସ୍ଥ ହୋଇଛନ୍ତି l କମିସନର ଆବେଦନ ଗ୍ରହଣ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି lଉକ୍ତ ଗ୍ରାମରେ ୨୦୦ ରୁ ଉର୍ଦ୍ଧ୍ବ ଲୋକେ ବାସ କରୁଥିଲେ ହେଁ ଆଜି ପର୍ଯ୍ୟନ୍ତ ଏଠାରେ ବିଦ୍ୟୁତ୍ ସଂଯୋଗ ଓ ସୋଲାର ସଂଯୋଗ ହୋଇ ପାରିନାହିଁ l ଏଥି ସହିତ ସୁରକ୍ଷିତ ସୌଚାଳୟ ଉନ୍ନତ ମାନର ରାସ୍ତା ଓ ସ୍ଵଚ୍ଛ ପାନୀୟ ଜଳ ଭଳି ସୁବିଧାରୁ ବଞ୍ଚିତ ରହିଛନ୍ତି ଗ୍ରାମବାସୀ l ଶୋଷ ମେଣ୍ଟାଇବା ଲାଗି ସାହାରା ସାଜିଛି ପରିତ୍ୟକ୍ତ କୂଅ l ଆଧୁନିକ ଯୁଗରେ ମଧ୍ୟ ଏଇ ଗ୍ରାମରେ କାହାରି ପାଖରେ ମୋବାଇଲ ଫୋନ ନାହିଁ l କେବଳ ସେତିକି ନୂହେଁ ମୋବାଇଲ ଟାୱାର ଓ ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ନାହିଁ l ଫଳରେ କୋମଳମତି ଶିଶୁମାନେ ପ୍ରାକ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି lଅପରପକ୍ଷରେ ଅଙ୍ଗନବାଡି ମାଧ୍ୟମରେ ସରକାର ପୋଷଣ ଯୋଜନା ଦ୍ୱାରା ଗର୍ଭବତୀ ଓ ପ୍ରସୂତି ମହିଳା ଓ କିଶୋରୀ ବାଦ ପଡିବା ସହ ଛୋଟ ଶିଶୁ ମାନେ ଅପପୁଷ୍ଟି ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି l ସରକାରଙ୍କ ବହୁମୂଖୀ ଯୋଜନା ଉପର ବାଘମରା ଗ୍ରାମ ପାଇଁ ସାତ ସପନ ହୋଇପଡ଼ିଛି l ଏମାନଙ୍କୁ ମୌଳିକ ଅଧିକାର ଯୋଗାଇ ଦେବା ପାଇଁ ଗ୍ରାମରେ କୌଣସି ଜନପ୍ରତିନିଧି ଓ ଜିଲ୍ଳା ବ୍ଳକ ପ୍ରଶାସନ ପହଁଞ୍ଚି ପାରି ନାହିଁ l ଏଣୁ ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ପତି ଲିଖିତ ଅଭିଯୋଗ ମାଧ୍ୟମରେ ଉକ୍ତ ମୌଳିକ ସମସ୍ୟାର ସମାଧାନ ପୂର୍ବକ ତ୍ଵରିତ ପଦକ୍ଷେପ ନେଇ ଏକ ଜରୁରୀ ଆଦେଶନାମା ଜାରୀ କରିବା ପାଇଁ ବିନମ୍ର ନିବେଦନ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଘରୋଇ ହିଂସା ମୁକାବିଲା ସମ୍ବନ୍ଧୀୟ ସଚେତନତା କର୍ମଶାଳା

masiha

ନୂଆପଡ଼ା ଜିଲ୍ଲା କୁ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଙ୍କ ଗସ୍ତ

masiha

୨୬ ରେ ସଚେତନ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଓ ଆଲୋଚନାସଭା

Sunil Chandra Nayak

Leave a Comment

error: Content is protected !!