ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ବିଦ୍ୟାଳୟରେ “ଚାଲ କଥା ହେବା ” କାର୍ଯ୍ୟକ୍ରମ ର ହେଲା ଶୁଭାରମ୍ଭ 

ସରକାରୀ ଉଚ୍ଚ ବିଦ୍ୟାଳୟରେ “ଚାଲ କଥା ହେବା ” କାର୍ଯ୍ୟକ୍ରମ ର ହେଲା ଶୁଭାରମ୍ଭ 

ନବରଙ୍ଗପୁର:(୧|୮)(ରବି ନାରାୟଣ ମହାନ୍ତି) ଜଗତସିଂହପୁର ଜିଲ୍ଳା ନାଉଗାଁ ବ୍ଳକ ରୋହିଆ ଗ୍ରାମ ପଞ୍ଚାୟତ ସଦରମହକୁମା ରେ ଗଢ଼ିଉଠିଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ପ୍ରୟାସରେ ଏକ ଅଭିନବ କାର୍ଯ୍ୟକ୍ରମ “ଚାଲ କଥା ହେବା” କାର୍ଯ୍ୟକ୍ରମ ମହାସମାରୋହରେ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଉଚ୍ଚ ବିଦ୍ୟାଳୟର ଶିକ୍ଷାର ଗୁଣାତ୍ମକ ବିକାଶ ଓ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଆଶା ରଖି ଅଣ୍ଟା ଭିଡିଛନ୍ତି ପ୍ରାକ୍ତନ ଛାତ୍ରଛାତ୍ରୀ ବୃନ୍ଦ ll ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଦେବେନ୍ଦ୍ର ନାଥ ରାଉତ ଙ୍କ ଆବାହକତ୍ବରେ “ଚାଲ କଥା ହେବା “କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ପ୍ରତି ମାସର ଶେଷ ଦିବସରେ ପୁରାତନ ଛାତ୍ରଙ୍କ ମଧ୍ୟରୁ ଜଣେ ଜଣେ ସଫଳ ବ୍ୟକ୍ତିତ୍ୱ ପୁରାତନ ଛାତ୍ର ସଂସଦ ମଧ୍ୟରେ ବିଦ୍ୟାଳୟ ପରିଦର୍ଶନ କରି ନିଜର ଅନୁଭୂତି ବାଣ୍ଟିବା ସହିତ ପିଲାଙ୍କ ସମ୍ପୂର୍ଣ୍ଣ ବୌଦ୍ଧିକ ବିକାଶ ପାଇଁ ଅୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ l ଏହା ଦ୍ଵାରା ପୁରାତନ ଛାତ୍ରଙ୍କର ଅନୁଷ୍ଠାନ ପ୍ରତି ସମ୍ପର୍କ ସୁଦୃଢ ହେବା ସହିତ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇବ ବୋଲି ଆବାହକ ଶ୍ରୀ ରାଉତ ମତ ପ୍ରକାଶ କରିଛନ୍ତି l ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଡାଃ ସୁଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ସହିତ ନିଜର ଅନୁଭୂତି ବାଣ୍ଟିଥିଲେ l ଅର୍ଜୁନ ଚରଣ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ରାଉତ, ରାଜ କିଶୋର ମହାନ୍ତି, ପ୍ରାକ୍ତନ ଛାତ୍ରଛାତ୍ରୀ ଆଶାଲତା ନାୟକ, ପଦ୍ମଚରଣ ରାଉତ, ରଞ୍ଜନ ବେହେରା, ପ୍ରଦୀପ୍ତ ମହାନ୍ତି ଯୋଗଦେଇ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ନିରଞ୍ଜନ ମହାନ୍ତି ବେଶ ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦିଷ୍ଟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ପ୍ରତାପ ଲେଙ୍କା ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିଥିଲେ l ଶେଷରେ ବିକ୍ରମ କେଶରୀ ମହାନ୍ତି ସମସ୍ତ ଅତିଥିବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏପରି କାର୍ଯ୍ୟକ୍ରମକୁ ସମସ୍ତ ପ୍ରାକ୍ତନ ଛାତ୍ରଛାତ୍ରୀ ସ୍ୱାଗତ ଜଣାଇବା ସହ ଉଦ୍ୟୋକ୍ତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି l

  ରବି ନାରାୟଣ ମହାନ୍ତି 
     ରୋହିଆ ହାଇ ସ୍କୁଲ 
         ପୁରାତନ ଛାତ୍ର 
        ୧୯୭୬ ମସିହା ମେଟ୍ରିକ ବ୍ୟାଚ 
          ଗ୍ରାମ- କୋରଣିଆ

Related posts

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ

masiha

ଦାବୀ ପୂରଣ ନେଇ ଅଙ୍ଗନବାଡି କର୍ମୀ ଆନ୍ଦୋଳନ ୩୧ ଦିନରେ ପହଞ୍ଚିଲା

Sunil Chandra Nayak

Leave a Comment

error: Content is protected !!