ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ଆଜି ସମ୍ବଲପୁରୀ ଦିନ୍ ପାଳିତ ହୋଇ ଯାଇଛି

ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ଆଜି ସମ୍ବଲପୁରୀ ଦିନ୍ ପାଳିତ ହୋଇ ଯାଇଛି

ତା:୦୧/୦୮/୨୦୨୬ ଦିନ ସୁନ୍ଦରଗଡ ଜିଲ୍ଲାର ବଡ଼ଗାଁ ବ୍ଲକ ପାମରା ଗ୍ରାମ ରେ ଆଜି ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ଧୁମଧାମ ରେ ପାଳିତ ହେଲା ସମ୍ବଲପୁରୀ ଦିନ,ପ୍ରଥମେ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା, ତାପରେ ଇଷ୍ଟଦେବୀ ମା ସମଲେଇ ଙ୍କର ପୂଜା ଅର୍ଚନା ହୋଇଥିଲା, ଏବଂ ଗୁରୁଃଶ୍ରୀ ସତ୍ୟନାରାୟଣ ବହିଦାର ଙ୍କର ଜନମ ବାର୍ଷିକ ଉପଲକ୍ଷେ ତାଙ୍କର ଫୋଟୁ ରେ ପୁଷ୍ପ ମାଲ୍ୟାର୍ପଣ କରା ଯାଇଥିଲା, ଅଗଷ୍ଟ ୧ କୁ ପ୍ରତେକ ବର୍ଷ ସମ୍ବଲପୁରୀ ଦିନ ଭାବରେ ସାରା ପଶ୍ଚିମଓଡିଶା ବାସି ପାଳନ କରନ୍ତି। ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ର ଜନକ ଶ୍ରୀ ବହିଦାର ଙ୍କର ଏହି ଦିନୁକୁ ସମ୍ବଲପୁରୀ ଭାବେ ମନେ ରଖିବା ପାଇଁ ପାଳନ କରାଯାଏ ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଡ଼ଗାଁର ଜିଲ୍ଲାପରିଷଦ ଶ୍ରୀ ଅମୀୟ କୁମାର ପ୍ରଧାନ, ଏବଂ ସମାନ୍ୟ ଅତିଥି ବଡ଼ଗାଁ ର ପୂର୍ବତନ ନାଏକ ସରପଞ୍ଚ ସମାଜ ସେବୀ ଶ୍ରୀ କେଶବ କରସେଲ,ପାମରା ଗ୍ରାମ ର ଗଉତିଆ ଶ୍ରୀ ସୁନ୍ଦରମଣି ରାଉତ,ଦାରଜମିର ଗ୍ରାମ ର ସରପଞ୍ଚ ଗୋବର୍ଦ୍ଧନ ହାହା, ଅତିଥି ଭାବେ ଜୁଡ଼ି ହେଇଥିଲେ, ଏହି ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଭାପତି ଶ୍ରୀ ଟୋନିସ ରୋହିଦାସ, କୋଷାଧକ୍ଷ କଳ୍ପନା ରୋହିଦାସ,ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ଭୋଇ,ସହସମ୍ପାଦକ ପ୍ରଦୀପ କୁମାର ରାଉତ,ସହଯୋଗୀ ଜିତାରାଣୀ ପାଣିଗ୍ରାହୀ, ହେମାମାଳିନୀ ନାଏକ ,ବଳରାମ ପୃସେଟ ଉପସ୍ଥିତ ଥିଲେ, ପାମରା ଗ୍ରାମ ର ଅନେକ ଲୋକଙ୍କ ଆଜି କାର୍ଯ୍ୟକ୍ରମ ରେ ସମାଗମ ହୋଇଥିଲା,ଏହି ସମ୍ବଲପୁରୀ ଦିନ ରେ ୩୫ ଜଣ କଳାକାର ଆସି ନିଜର ,ସମ୍ବଲପୁରୀ ଗୀତ,ନାଚ, କବିତା, ଚିତ୍ରକଳା ରେ ମନ ମୋହିଥିଲେ , ସୁନ୍ଦରଗଡ଼ ଭଷ୍ମାରୁ ଆସିଥିଲେ କବି ଅର୍ଜୁନ ତଣ୍ଡିଆ, ପାମରା ଗାଁ ରୁ ରାନୀ ଗ୍ରୁପ, ସ୍ୱପ୍ନା ଗ୍ରୁପ,ଶ୍ରୀଷ୍ଟି ସାଥୁଆ,ପ୍ରିୟାଂଶି ଖିଲାରି, ଶ୍ରାବଣୀ,ବଡ଼ଗାଁ ରୁ ସୋମ୍ୟଶ୍ରୀ ପଣ୍ଡା,ଏହି ପରି ଅନେକ ଜଣ ଭାଗ ନେଇଥିଲେ ଅନୁଷ୍ଠାନ ତରଫରୁ ସଭିଙ୍କୁ ସମ୍ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା।

ଏହି ପରି ସବୁବର୍ଷ ଧୁମଧାମ ରେ ସମ୍ବଲପୁରୀ ଦିନ ପାଳନ କରିବାକୁ ସଭିଙ୍କୁ ଅନୁଷ୍ଠାନ ତରଫରୁ ଜଣାଇଥିଲେ, ଏବଂ ଆମର ସମ୍ବଲପୁରୀ କଳା ସଂସ୍କୃତି ପରମ୍ପରା ଆମର ପରିଚୟ ଏହାକୁ କେମିତି ବଞ୍ଚାଇ ରହିବା ଆମର ସଭିଙ୍କୁ ଦାୟିତ୍ୱ ବୋଲି ଅନୁଷ୍ଠାନ ର ସଭାପତି ଟୋନିସ ରୋହିଦାସ କହିଥିଲେ, ଏବଂ ସଭିଙ୍କୁ ଧନ୍ୟବାଦ ଦେଇଥିଲେ।

ଟୋନିସ ରୋହୀ ଦାସ ଙ୍କ ରିପୋର୍ଟ୍ 

Related posts

ମ.ରାମପୁର ଡ୍ରାଇଭର ସଂଘର ଆନ୍ଦୋଳନ ଦ୍ଵିତୀୟ ଦିନରେ : ସରକାର କର୍ଣ୍ଣପାତ କରୁନଥିବାରୁ ସଂଘର ଅସନ୍ତୋଷ

Sunil Chandra Nayak

କବି କ୍ଷିତୀଶ ଚନ୍ଦ୍ର ମାଝୀ ପାଇଲେ କନ୍ଧାନ କବି ସମ୍ମାନ

Sunil Chandra Nayak

ଶ୍ରୀ ନୀଳକଣ୍ଠଶ୍ୱର ମନ୍ଦିର ନିକଟରେ ଅଷ୍ଟ ପ୍ରହରୀ ନାମଯଜ୍ଞ 

masiha

Leave a Comment

error: Content is protected !!