ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ର ଅସ୍ତିତ୍ୱ ବଞ୍ଚାଇବା ପ୍ରୟାସ ରେ ଆଉ ଏକ ପାଦ : ଇନ୍ଦ୍ରାବତୀ ନାଗରିକ ମଞ୍ଚ ବିଧାୟକ ଙ୍କୁ ଦେଲେ ସ୍ମାରକପତ୍ର

ଇନ୍ଦ୍ରାବତୀ ର ଅସ୍ତିତ୍ୱ ବଞ୍ଚାଇବା ପ୍ରୟାସ ରେ ଆଉ ଏକ ପାଦ : ଇନ୍ଦ୍ରାବତୀ ନାଗରିକ ମଞ୍ଚ ବିଧାୟକ ଙ୍କୁ ଦେଲେ ସ୍ମାରକପତ୍ର

ତେନ୍ତୁଳିଖୁଣ୍ଟି -୦୧/୦୮/୨୬  ଜଳସଂପଦ ବିଭାଗର ପତ୍ର ସଂଖ୍ୟା ୨୨୨୩୬/୨୪/୭/୨୦୨୬ ରେ ଜାରୀ ହୋଇଥିବା ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ,ଇନ୍ଦ୍ରାବତୀ ଡ୍ୟାମ ସର୍କଲ କାର୍ଯ୍ୟଳୟ କଳାହାଣ୍ଡି ର ନର୍ଲା କୁ ସ୍ଥାନାନ୍ତର ହୋଇ ଯିବ। ଯଦି ଏହା କାର୍ଯ୍ୟକାରୀ ହୁଏ ଇନ୍ଦ୍ରାବତୀ ର ଅସ୍ତିତ୍ୱ ଲୋପ ପାଇଯିବ। ସରକାରୀ ଶବ୍ଦ କୋଷ ରୁ ଇନ୍ଦ୍ରାବତୀ ଶବ୍ଦ କେବଳ ଡ୍ୟାମ ହୋଇଥିବା ନଦୀ ହୋଇ ରହିଯିବ! ଏଣୁ ନବରଙ୍ଗପୁର ଜିଲ୍ଲାରେ ଇନ୍ଦ୍ରାବତୀ ଶବ୍ଦ କୁ ବଞ୍ଚାଇ ରଖିବା ପାଇଁ କିଛି ପ୍ରୟାସ ପାଇଁ ଇନ୍ଦ୍ରାବତୀ ନାଗରିକ ମଞ୍ଚ ଆଗକୁ ଆସିଛି । ତିରିଶ ଜୁଲାଇ ରେ ଇନ୍ଦ୍ରାବତୀ ନାଗରିକ ମଞ୍ଚ ଗୋପାଳ ଶ୍ରୀକ୍ଷେତ୍ର କଲ୍ୟାଣ ମଣ୍ଡପ ପ୍ରାଙ୍ଗଣ ରେ ଦଳୀୟ ଚିନ୍ତାଧାରା ରୁ ଉର୍ଦ୍ଧ୍ୱ ରେ ରହି ଅସ୍ତିତ୍ୱ ବଞ୍ଚାଇବା ପାଇଁ ବିଭିନ୍ନ ଦଳ ,ସଂଗଠନ ର ବ୍ୟକ୍ତିବିଶେଷ ଙ୍କ ଉପସ୍ଥିତି ରେ ଇନ୍ଦ୍ରାବତୀ ର ଅସ୍ମିତା ତଥା ନବରଙ୍ଗପୁର ଜିଲ୍ଲା ର ସମ୍ମାନ ରକ୍ଷା ପାଇଁ ପ୍ରୟାସ କରିବା ପାଇଁ ଆଲୋଚନା କରାଯାଇଥିଲା । ଆଲୋଚନା ରେ ସହ ଆଗାମୀ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ପ୍ରକୃତରେ ଇନ୍ଦ୍ରାବତୀ କେବଳ ଏକ ଶବ୍ଦ ନୁହେଁ, ଏହା ନବରଙ୍ଗପୁର ଜିଲ୍ଲାର ଇତିହାସ, ବିକାଶ ଓ ପରିଚୟ ସହ ଅତି ନିବିଡ଼ ଭାବେ ଜଡ଼ିତ ବୋଲି ମତ ପ୍ରକାଶ ପାଇଥିଲା ଏବଂ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଙ୍କୁ ଭେଟି ଇନ୍ଦ୍ରାବତୀ ଠାରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟ କରିବା ,ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କୁ ହସ୍ତାନ୍ତର,ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କୁ ହସ୍ତାନ୍ତର, ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ଅଧିଗୃହୀତ ବ୍ୟବହୃତ ଓ ଅବ୍ୟବହୃତ ଜମି କୁ ରାଜସ୍ବ ବିଭାଗ କୁ ହସ୍ତାନ୍ତର କରାଯାଇ ବିକାଶ କାର୍ଯ୍ୟରେ ବ୍ୟବହାର କରିବା ଦାବୀ ଉପସ୍ଥାପନ କରିବା ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ନିଷ୍ପତ୍ତି ମୁତାବକ ତିରିଶ ଜଣିଆ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝି ଙ୍କୁ ଭେଟି ଚାରି ଦାବୀ ସହ ଇଂଜିନିଯରିଂ କ୍ୟାଡର ପୁନର୍ଗଠନ ବେଳେ ହୋଇଥିବା ସରକାର ଙ୍କ ନିର୍ଦ୍ଦେଶନାମା ପ୍ରକାରେ ଇନ୍ଦ୍ରାବତୀ ଠାରେ ପୂର୍ବରୁ ଥିବା ଗୁଣ ନିୟନ୍ତ୍ରଣ ଅଫିସ ରେ ପୁଣି ଠାରେ ଗୁଣ ନିୟନ୍ତ୍ରଣ ବିଭାଗ ଅଫିସ କାର୍ଯ୍ୟ କ୍ଷମ କରିବା ପାଇଁ ଦାବୀ ଦିଆଯାଇଥିଲା । ବିଧାୟକ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ଲୋକଙ୍କ ସରକାର ନିଶ୍ଚିତ ରୂପେ ନବରଙ୍ଗପୁର ର ଗୌରବ ଏବଂ ଇନ୍ଦ୍ରାବତୀ ର ଅସ୍ମିତା ରକ୍ଷା କରିବ ବୋଲି ଦୃଢତା ସହ କହିଥିଲେ । ଆବଶ୍ୟକ ପଡିଲେ ନାଗରିକ ମଞ୍ଚ ପ୍ରତିନିଧି ମଣ୍ଡଳ ଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ସହ ଏହି ସମସ୍ତ ବିଷୟ ର ସମାଧାନ ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳ ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଳ କୃଷ୍ଣ ଭଞ୍ଜ , ଖବରଦାତା ପୃଥିରାଜ ପାଇକରାୟ , ଇନ୍ଦ୍ରାବତୀ ବଣିକ ସଂଘ ସଭାପତି ସୁରେନ୍ଦ୍ର ନାଥ ରାଉତ ,ଭାଜପା ତେନ୍ତୁଳିଖୁଣ୍ଟି ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ,ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳୀୟ ଗଣ ପରିଷଦ ସମ୍ପାଦକ ସୁଧୀର ସୁନା , ଗୋବର୍ଦ୍ଧନ ସାହୁ, ଚନ୍ଦ୍ର ଶେଖର ଦଳେଇ ,ସୁରେଶ ଦାସ, ଜଗବନ୍ଧୁ ସାମଲ, ପ୍ରବୀର ପ୍ରଧାନ , ସାଧୁସୁଦନ ବରାଳ , ମହେଶ୍ୱର ମହାନ୍ତି, ବାବୁଲା ନାୟକ , ହରିଶ୍ଚନ୍ଦ୍ର ନାୟକ,ହରେକୃଷ୍ଣ ମୁଦୁଲି, ରାଜେଶ ଟାକରି, ବଣିକ ସଂଘ ଉପସଭାପତି ଅକ୍ଷୟ ମହାନ୍ତି , ପ୍ରଶାନ୍ତ ମହାନ୍ତି ପରଜା ବାରଙ୍ଗ ପଦର ଶକ୍ତିକେନ୍ଦ୍ର ପ୍ରମୁଖ ମହେଶ୍ୱର ଦଳେଇ,ଲମତାଗୁଡ଼ା ସରପଞ୍ଚ ସମେତ ବହୁ ମାନ୍ୟଗଣ୍ୟ ନାଗରିକ ଉପସ୍ଥିତ ରହି ନିଜ ନିଜ ମତ ରଖିଥିଲେ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଧର୍ମଗଡ ଓକିଲ ସଂଘ ନିର୍ବାଚନ ପ୍ରସନ୍ନ ସଭାପତି ଓ ବିଶ୍ବ ସାଧାରଣ ସଂପାଦକ

Sunil Chandra Nayak

ଏକଦା ଗୃପ ତରଫରୁ ବନ୍ଧୁ ମିଳନ ଓ ନବବର୍ଷ ପାଳନ

Sunil Chandra Nayak

ଆର୍ ଜି ଏଚ୍ କୁ ରାଜଧାନୀ ହସ୍ପିଟାଲର ମାନ୍ୟତା ସହିତ ବିବିଧ ସମସ୍ୟାର ସମାଧାନ ପାଇଁ ବିଜେପିର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

masiha

Leave a Comment

error: Content is protected !!