ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିତ୍ୟକ୍ତ ଅବସ୍ଥାରେ ଥୁଆମୁଳ ରାମପୁର ମୁଖ୍ୟ ଛକ ପାର୍ଶ୍ଵରେ ଥିବା ସାର୍ବଜନୀନ ଶୌଚାଳୟ – ବର୍ତ୍ତମାନ ପ୍ରଶାସନର ନିରବତାକୁ ନେଇ ଅନେକ ପ୍ରଶ୍ନ

ପରିତ୍ୟକ୍ତ ଅବସ୍ଥାରେ ଥୁଆମୁଳ ରାମପୁର ମୁଖ୍ୟ ଛକ ପାର୍ଶ୍ଵରେ ଥିବା ସାର୍ବଜନୀନ ଶୌଚାଳୟ – ବର୍ତ୍ତମାନ ପ୍ରଶାସନର ନିରବତାକୁ ନେଇ ଅନେକ ପ୍ରଶ୍ନ

ଥୁଆମୁଳ ରାମପୁର:୦୨/୦୮ – (ମନିସ) :- ସ୍ବଚ୍ଛ ଭାରତ ମିଶନ ଅଧିନରେ ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟ, ପରିବେଶ ସୁରକ୍ଷା ଓ ପରିମଳ ବ୍ଯବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ସ୍ଥାନରେ ସାର୍ବଜନୀନ ଶୌଚାଳୟ ଲକ୍ଷାଧିକ ଟଙ୍କା ବ୍ଯୟବରାଦରେ ନିର୍ମାଣ କରାଯାଇଛି। ମାତ୍ର ଦୁଃଖ ଓ ପରିତାପର ବିଷୟ ଏହା ଯେ, ଥୁଆମୁଳ ରାମପୁର ବ୍ଳକ ମୁଖ୍ଯାଳୟ ସ୍ଥିତ ମୁଖ୍ୟ ଛକ ପାର୍ଶ୍ଵରେ ଥିବା ସର୍ବସାଧାରଣଙ୍କ ଶୌଚାଳୟ ଟି ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଯାହାକୁ ସର୍ବସାଧାରଣଙ୍କ ସୁବିଧା ପାଇଁ ନିର୍ମାଣ କରାଯାଇଥିଲା। ତାହା ଏବେ ଅବହେଳିତ ଓ ରକ୍ଷଣାବେକ୍ଷଣ ଏକ ନୀରବ ସାକ୍ଷୀ ଭାବରେ ପଡିରହିଛି। ଦୀର୍ଘ ବର୍ଷ ଧରି ଏହି ଶୌଚାଳୟକୁ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏହାର ଚତୁଃପାଶ୍ୱର୍ରେ ଅଳିଆ ଆବର୍ଜନା ଭରପୁର ରହିଥିବାରୁ ଅସ୍ବାସ୍ଥ୍ଯକର ପରିବେଶ ସୃଷ୍ଟି ହେଉଛି। ଏହାକୁ ନେଇ ସ୍ଥାନୀୟ ବାସୀନ୍ଦା ଅଭିଯୋଗ କରିଛନ୍ତି ଯେ, ରକ୍ଷଣାବେକ୍ଷଣ ଅଭାବରୁ ସଂପୂର୍ଣ୍ଣ ଭାବରେ ଅକାମୀ ହୋଇଯିବା ଉପରେ ବସିଛି। ଥୁଆମୁଳ ରାମପୁର ମୁଖ୍ୟାଳୟ ହୋଇଥିବା ଯୋଗୁଁ ଏଠାକୁ ପ୍ରତିଦିନ ବିଭିନ୍ନ ସ୍ଥାନକୁ ଯାନବାହନ ଯାତାୟାତ କରୁଥିବା ସତ୍ବେ ପ୍ରଶାସନ ଦୃଷ୍ଟି ଏହା ଉପରେ ପଡୁନାହି। ମାଁ ମାଣିକେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର,ଠାରୁ ଆରମ୍ଭ କରି କୋର୍ଟ ବସ ରହଣି ଭଳି ସ୍ଥାନ ହୋଇଥିବା ସ୍ବତ୍ବେ ମଧ୍ୟ ଏଭଳି ଅବ୍ଯବସ୍ଥା ସୃଷ୍ଟି ହେବା ପ୍ରଶାସନିକ ଦାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଜଣାପଡିଛି। ଏପରିସ୍ଥଳେ ପୁରୁଷ ମାନେ ଏଣେତେଣେ ପରିଶ୍ରା କରୁଥିବା ବେଳେ ମହିଳା ମାନେ ବିଶେଷ କରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ଭୋଗୁଛନ୍ତି। ଏହି ଶୌଚାଳୟ ନିର୍ମାଣ ପାଇଁ ସରକାରୀ ଲକ୍ଷାଧିକ ଅର୍ଥ ବ୍ଯୟବରାଦ କରାଯାଇଥିଲେ ମଧ୍ୟ ଯଦି ଏହାର ରକ୍ଷଣାବେକ୍ଷଣ କରାନଯାଏ ତେବେ ଏହି ପ୍ରକଳ୍ପ ମୂଳ ଉଦ୍ଦେଶ୍ୟ କେତେଦୂର ସଫଳତା ହାସଳ କରୁଛି ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି ଯେ, ପ୍ରଶାସନ ପକ୍ଷରୁ ତୂରନ୍ତ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଶୌଚାଳୟ ର ମରାମତି ଓ ପାରିପାର୍ଶ୍ବିକ ପରିଷ୍କାର ପରିଚ୍ଛନ୍ନତା ସହିତ ନିୟମିତ ରକ୍ଷଣାବେକ୍ଷଣ କରାଯାଉ ନଚେତ ସ୍ବଚ୍ଛତା ଓ ଜନସ୍ବାର୍ଥ ପ୍ରତି ସରକାରଙ୍କ ପକ୍ଷରୁ ଅଣଦେଖା କରାଯାଉଛି ବୋଲି ସ୍ପଷ୍ଟ ସନ୍ଦେହ ହେବ ବୋଲି ଆଲୋଚନା ହେଉଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

Sunil Chandra Nayak

ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ

masiha

ନୃତ୍ୟ ସଂଗମ-୨୦୨୪ “ଯୁବ ପ୍ରତିଭା” ପାଇଁ ନାମ ଘୋଷଣା

masiha

Leave a Comment

error: Content is protected !!