ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷ୍ଟେଚରରେ ୨ କିଲୋମିଟର ବୁହା ହେଲେ ଗର୍ଭବତୀ 

ଷ୍ଟେଚରରେ ୨ କିଲୋମିଟର ବୁହା ହେଲେ ଗର୍ଭବତୀ 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ପୁଣି ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁଙ୍କ ପାଇଁ ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ l ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ପାହାଡ ଉପର ଗାଁ ପାଟଦରା ଗାଁର ପ୍ରେମ ଲାଲ ମାଝୀଙ୍କ ସ୍ତ୍ରୀ ଲଳିତା ମାଝୀ ଗର୍ଭ ଯନ୍ତ୍ରଣା ହେବାରୁ ସେମାନେ ୧୦୮ କୁ କଲ୍ କରି ଥିଲେ l ବୋଡ଼େନ ବ୍ଲକ କରଙ୍ଗାମାଲ ଡାକ୍ତରଖାନାରୁ ଆମ୍ବୁଲାନ୍ସ ଧରି ଫାର୍ମାସିଷ୍ଟ ରୂପେଶ କୁମାର ହେର୍ଣା, ସହଯୋଗୀ ଲାଲ ମୋହନ ବନ୍ଦିଛୋର ଓ ଡ୍ରାଇଭର ହେମ ଲାଲ ବାଗ ପାଟଦରା ବାହାରି ଥିଲେ l ଲଘୁଚାପଜନୀତ ବର୍ଷାରେ ରାସ୍ତା ଧୋଇ ଯାଇ ଥିଲା l ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରି ନ ଥିଲା l ଅନ୍ୟ ଉପାୟ ନ ପାଇ ଶେଷରେ ଆମ୍ବୁଲାନସ କର୍ମଚାରୀମାନେ ଷ୍ଟେଚର ଧରି ଗାଁକୁ ଯାଇ ଥିଲେ l ଗର୍ଭବତୀଙ୍କୁ ଷ୍ଟେଚରରେ ପ୍ରାୟ ୨ କିମି ବୋହି ପରେ ଆମ୍ବୁଲାନ୍ସରେ ବୋଡ଼େନ ମେଡ଼ିକାଲକୁ ଆଣି ଥିଲେ l

Related posts

ଦୀର୍ଘ ୭ବର୍ଷ ବିବାଦ ର ସମାଧାନ ବଡଘୁମେର ପଞ୍ଚାୟତ ଗୄହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

masiha

ଆଦାନୀ ଗ୍ରୁପ୍‌ର ନଜରରେ ରାୟଗଡ଼ା! ଥେରୁବାଲି ଇମ୍ଫା ପରିସର ଗସ୍ତରେ ଗୌତମ ଓ କରନ ଆଦାନୀ

Sunil Chandra Nayak

ନିମ୍ନ ମାନର ରେଙ୍ଗାଲି କାମ

masiha

Leave a Comment

error: Content is protected !!