ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଫ.ଏଫ.ସି.ର “ବିଶ୍ୱ ବନ୍ଧୁତ୍ୱ ଦିବସ” ପାଳନ

ଏଫ.ଏଫ.ସି.ର “ବିଶ୍ୱ ବନ୍ଧୁତ୍ୱ ଦିବସ” ପାଳନ:

ଭୁବନେଶ୍ୱର – ତା ୦୨/୦୮/୨୦୨୬ –  ୱାକରସ ଇଣ୍ଟରନ୍ୟାସନାଲ ଦ୍ୱାରା ଅନୁବନ୍ଧିତ ଫନ ଆଣ୍ଡ ଫିଟନେସ କ୍ଲବ ଅଗଷ୍ଟ ୨ ତାରିଖ, ରବିବାର ଦିନ “ବିଶ୍ୱ ବନ୍ଧୁତ୍ୱ ଦିବସ” ପାଳନ କରିଅଛି। ୱାକରସ ଇଣ୍ଟରନ୍ୟାସନାଲର ଯୁଗାନ୍ତକାରୀ ବାର୍ତ୍ତା “ସମସ୍ତେ ଚାଲନ୍ତୁ ଏବଂ ସୁସ୍ଥ ରୁହନ୍ତୁ” ହେଉଛି ଭାଇଚାରା ଓ ବନ୍ଧୁତ୍ୱର ସମନ୍ୱୟ ଯାହାକି ନିଜନିଜ ମଧ୍ୟରେ ସୁସମ୍ପର୍କ ସହ ରାଷ୍ଟ୍ର ଓ ଅନ୍ତଃରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ କରାଇଥାଏ। ରୋମାନ ସଭ୍ୟତାର “ଦାମନ ଓ ପିଥିୟାସ” ଏବଂ ମହାଭାରତର “କୃଷ୍ଣ ସୁଦାମା”ଙ୍କ ବନ୍ଧୁତ୍ୱର ପରାକାଷ୍ଠାକୁ ମନେ ପକାଇବା ଏବଂ ନିଜନିଜ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟ ନେଇ ଏଫ.ଏଫ.ସି. “ବିଶ୍ୱ ବନ୍ଧୁତ୍ୱ ଦିବସ” ପାଳନ କରିଅଛି। ଏଥିରେ ପ୍ରାକ୍ତନ ସଭାପତି କେଦାର ପଟ୍ଟନାୟକ, ଆଶିଷ ପଟ୍ଟନାୟକ, ସମ୍ପାଦକ ସୌଭାଗ୍ୟ ନାୟକ, କୋଷାଧକ୍ଷ ପ୍ରଦୀପ୍ତ ପଣ୍ଡା, ଜଲ୍ଲୀ ୱାକର ବାବୁରାମ ସେଠୀ, ପି.ଆର.ଓ. ଅମୀୟ ଶର୍ମା, ଉପ-ସଭାପତି ଭବାନୀ ପଟ୍ଟନାୟକ, ଜୟସୁରିୟା କାନୁନଗୋ, ସହ-ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା ଓ ପ୍ରତାପ ରାଉତରାୟ, ରିୟା ଖାନ, ଏସ. ଏନ. ସେଠୀ, ଡମ୍ବରୁ ନାୟକ, ଏ. ସଲାମ ଖାନ, ସୁମିତ୍ରା ବେହେରା, ମନ୍ଦାକିନୀ ସାହୁ, ତପସ୍ୱିନୀ ସାହୁ, ମଧୁସ୍ମିତା ପ୍ରିୟଦର୍ଶିନୀ, ଯଶୋଦା ଭଞ୍ଜ, ଫେମି ୱାକର୍ସ କ୍ଲବର ସଭାପତି ସଂଯୁକ୍ତା ପଣ୍ଡା, ଉପଦେଷ୍ଟା ଇଂ ଅସୀମାନନ୍ଦ ମହାନ୍ତି, ମୋହନ, କ୍ରିଷ୍ଣା ନାୟକ, ଦୁର୍ଗା ସାହୁ, ଲଳିତ ମୋହନ ଦାସ ଅଧିକାରୀ ପ୍ରମୁଖ କର୍ମକର୍ତ୍ତାଙ୍କ ନେତୃତ୍ୱରେ ଆନନ୍ଦଉଲ୍ଲାସ ଓ ଉଦ୍ଦୀପନାର ସହ ଆଜିର କାର୍ଯ୍ୟକ୍ରମ ସମ୍ପାଦିତ ହୋଇଅଛି ବୋଲି ସଭାପତି ସୁଧାକର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

 

Related posts

ଡାକ ଉପଖଣ୍ଡ ବିଭାଗ ପକ୍ଷରୁ କେରଡ଼ାଗଡ଼ ଠାରେ ଡାକ ମେଳା ଅନୁଷ୍ଠିତ 

Sunil Chandra Nayak

Cyclone & Hailstorm Devastates Bolangir: ExMP Niranjan Bishi Demands ₹20 Lakh Relief for each affected Farmers of Bolangir.

Sunil Chandra Nayak

ପୂଜାରିଗୁଡା : କମ୍ପ୍ୟୁଟର ଦୋକାନ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ 

Sunil Chandra Nayak

Leave a Comment

error: Content is protected !!