ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଏନ୍ ଏ ସି ପକ୍ଷରୁ ୧୮୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ

ଧର୍ମଗଡ଼ ଏନ୍ ଏ ସି ପକ୍ଷରୁ ୧୮୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ

ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ, ଧର୍ମଗଡ଼ ଆନୁକୂଲ୍ୟରେ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ଧର୍ମଗଡ଼ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ କରକମଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY-U 2.0) ଅଧୀନରେ ୧୮୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ଧର୍ମଗଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି, ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱମ୍ବର ମିଶ୍ର, ସମାଜସେବୀ ଶ୍ରୀଯୁକ୍ତ ବିଷ୍ଣୁ ଅଗ୍ରୱାଲ ଏବଂ ସମସ୍ତ ପାରିଷଦବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

କାର୍ଯ୍ୟକ୍ରମର ସୁପରିଚାଳନା ଓ ସଫଳ ଆୟୋଜନରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ଧର୍ମଗଡ଼ର ସମସ୍ତ କର୍ମଚାରୀବୃନ୍ଦ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଟକ ଜିଲ୍ଲାର ମାନ୍ୟବର ସାଂସଦ ଡ଼.ଭର୍ତ୍ତୃହରି ମହତାବଙ୍କ ୬୯ ତମ ଜନ୍ମ ଜୟନ୍ତୀ 

Sunil Chandra Nayak

୧- ସହରର ଲୋକଙ୍କ ସମସ୍ୟାକୁ ନେଇ ସି ଜି ଏମଙ୍କ ସହିତ ସାକ୍ଷାତ କଲେ ବିଧାୟକ, ୨- ମା ମନସା ଦେବୀଙ୍କ ନିକଟରେ ମାନବ ସମାଜର ମଙ୍ଗଳ କାମନା କଲେ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ

Sunil Chandra Nayak

ସମସ୍ୟା ଘେରରେ ଉତକାପାଡୁ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

Leave a Comment

error: Content is protected !!