ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋବାଇଲ ବିସ୍ଫୋରଣରେ ଘରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୫ ଜଣିଆ ପରିବାର

ମୋବାଇଲ ବିସ୍ଫୋରଣରେ ଘରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୫ ଜଣିଆ ପରିବାର

ଜୁନାଗଡ଼,୩/୮(ମନୀ ସ)_କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମପଞ୍ଚାୟତର କନ୍ଧ ବ୍ରାହ୍ମଣୀଗୁଡ଼ା ଗ୍ରାମର ବିକ୍ରମ ଜାନୀ (୩୫)ଙ୍କ ଘରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ପରିବାରର ଅଭିଯୋଗ ଅନୁସାରେ, ରାତି ପ୍ରାୟ ୧୨ଟା ସମୟରେ ମୋବାଇଲ ଫୋନକୁ ଚାର୍ଜରେ ଲଗାଇ ପରିବାରର ସମସ୍ତ ସଦସ୍ୟ ଶୋଇ ପଡ଼ିଥିଲେ। ପ୍ରାୟ ରାତି ୩ଟା ବେଳେ ମୋବାଇଲ ଫୋନଟି ବିସ୍ଫୋରଣ ହୋଇଥିବାରୁ ଘରର ଏକ ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା। କିଛି ସମୟ ପରେ ନିଦ ଭାଙ୍ଗିଯିବାରୁ ପରିବାରର ସମସ୍ତ ସଦସ୍ୟ ବହୁ କଷ୍ଟରେ ଘରୁ ବାହାରକୁ ବାହାରି ଆସିଥିଲେ।ପରେ ପାଖପଡ଼ୋଶୀଙ୍କୁ ଡାକି ପାଣି ମୋଟରର ସାହାଯ୍ୟରେ ଜଳୁଥିବା ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ଅଗ୍ନିକାଣ୍ଡରେ ଘରୋଇ ବ୍ୟବହାର ସାମଗ୍ରୀ, ଚାଉଳ, କପଡ଼ା ଓ ଅନ୍ୟାନ୍ୟ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଘଟଣାର ଖବର ପାଇ ସ୍ଥାନୀୟ ଆର୍.ଆଇ. ଉତ୍ତମ କୁମାର ମାଝୀ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। ବର୍ଷା ଦିନରେ ଅସୁବିଧାକୁ ଦୃଷ୍ଟିରେ ରଖି ପୀଡ଼ିତ ପରିବାରକୁ ଅଫିସରୁ ଦରି ଓ ପାଲ ନେବାକୁ ପରାମର୍ଶ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଚିନ୍ମୟୀ ସେଠୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଥିଲେ, ପୀଡ଼ିତ ପରିବାରର ନାମ ଯଦି ଆବାସ ଗୃହ ଯୋଜନା ତାଲିକାରେ ଥାଏ, ତେବେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସହାୟତା ପ୍ରଦାନ ପାଇଁ ପ୍ରୟାସ କରାଯିବ। ତେବେ କ୍ଷତିଗ୍ରସ୍ତ ପରିବାରକୁ କେବେ ସରକାରୀ ସହାୟତା ମିଳୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶିକ୍ଷକ ଦିବସରେ ଶିଶୁ ବିବାହ ବିରୋଧରେ ସାମୂହିକ ଦାୟିତ୍ୱର ଆହ୍ୱାନ

Sunil Chandra Nayak

ପଥର ଖଣି ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି

ଧର୍ମଗଡ: କାଶୀବାହାଲ ଠାରେ ବିଦ୍ୟାଳୟସ୍ତରୀୟ ଏକଦିବସୀୟ ଓଡ଼ିଆ ଭାଷା,ସାହିତ୍ୟ ଓ ସୃଜନଶୀଳତା ର ମହୋତ୍ସବ

masiha

Leave a Comment

error: Content is protected !!