ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ପରିସରରେ ମଦ ମାଂସର ଆସର !

ବିଦ୍ୟାଳୟ ପରିସରରେ ମଦ ମାଂସର ଆସର !

ଉମରକୋଟ:(୪|୮)(ରବି ନାରାୟଣ ମହାନ୍ତି)ବିଦ୍ୟାଳୟ ପରି ସ୍ଥାନରେ ମଦ ମାଂସର ଆସର,ଏ କଥା ଶୁଣିଲେ ମନ କୁ କଷ୍ଟ ଲାଗେ l କିନ୍ତୁ ଏଭଳି ଏକ ଦୃଶ୍ୟ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି l ଏଭଳି ଏକ ଭିଡିଓ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ କୁର୍ସି ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର l ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ରହିଛି l ଏକ ଭିଡିଓରେ କିଛି ଶିକ୍ଷକ ମଦ ମାଂସ ଖାଇବା ସହ ରାତ୍ରି ପ୍ରାୟ ୪ ଘଟିକା ସମୟରେ ଛାତ୍ରୀ ନିବାସରୁ ଛାତ୍ରୀ ମାନେ ବାହାରକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି l ଏପରି ଭିଡିଓ ଭାଇରାଲ୍ ବିଷୟରେ ବିଦ୍ୟାଳୟ କମିଟିତା ୯|୭|୨୬ ତାରିଖରେ ଜିଲ୍ଳା ମଙ୍ଗଳ ଅଧିକାରୀ, ଜିଲ୍ଳା ଶିକ୍ଷା ଅଧିକାରୀ, ବ୍ଳକ ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ କମିଟି ଦ୍ଵାରା ଲିଖିତ ଅଭିଯୋଗ ଦେଇଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ l ସେପଟେ ଜିଲ୍ଳା ଶିକ୍ଷା ଅଧିକାରୀ ବିଦ୍ୟାଳୟ କତୃପକ୍ଷଙ୍କୁ ବିଦ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ମନା କରିଛନ୍ତି l ବ୍ଳକ ଶିକ୍ଷା ଅଧିକାରୀ ଉକ୍ତ ବିଦ୍ୟାଳୟକୁ ଯାଇ ଶିକ୍ଷକ ମାନଙ୍କ ସହ କଥାବାର୍ତ୍ତା କରିଛନ୍ତି, ହେଲେ କୌଣସି ସୁଫଳ ମିଳି ପାରୁନାହିଁ l ଜିଲ୍ଳା ଶିକ୍ଷା ଅଧିକାରୀ ଓ ବ୍ଳକ ଶିକ୍ଷା ଅଧିକାରୀ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ମଧ୍ୟ ଦେଉନାହାନ୍ତି l ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଅଧିକାରୀ ଓ ସମ୍ପୃକ୍ତ ବିଦ୍ୟାଳୟ ଶିକ୍ଷକ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ଛାତ୍ରୀ ମାନଙ୍କ ଭବିଷ୍ୟତ ଉପରେ ଖେଳ ଖେଳାଯାଉଛି l ଶିକ୍ଷା ବିଭାଗର ଅଧିକାରୀ ମାନେ ବିଦ୍ୟାଳୟରେ ମଦ ମାଂସ ଖାଉଥିବା ଶିକ୍ଷକଙ୍କ ପ୍ରତି ଏତେ ଅନୁକମ୍ପା କାହିଁକି ?ତାହା ଏବେ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଏପରି ହେବା ଦ୍ଵାରା ଛାତ୍ରୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଜନସାଧାରଣରେ ଦୃଢ଼ ଦାବୀ କରୁଛନ୍ତି l ଏଭଳି ଶିକ୍ଷକଙ୍କ ଉପରେ କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା ଦେଖିବାକୁ ବାକି ରହିଲା !

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ଚାଷୀମୂଲିଆ ଆଦିବାସୀ ସଂଘ ପକ୍ଷରୁ ବନ୍ଧୁଗାଁ ବ୍ଲକରେ ଶତାଧିକ ସମର୍ଥକଙ୍କ ସହ ଟ୍ରାକ୍ଟର ପଟୁଆର ସହିତ ପ୍ରତିବାଦ ଆନ୍ଦୋଳନ

Sunil Chandra Nayak

ଶ୍ରୀମା ଅରବିନ୍ଦ ଆଶ୍ରମର ପ୍ରମୁଖ ପରିଚାଳିକାଙ୍କ ସ୍ୱର୍ଗବାସ

Sunil Chandra Nayak

ଷ୍ଟେପିଙ୍ଗ ଷ୍ଟୋନ୍ ଇଂଲିଶ ମିଡିଅମ୍ ସ୍କୁଲର ବାର୍ଷିକୋତ୍ସବ 

masiha

Leave a Comment

error: Content is protected !!