ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୁଳାପଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

ରୁପ୍ରା ,୧୭/୫(ମନିସ ): ନର୍ଲା ବ୍ଳକ ଅଧିନସ୍ଥ ତୁଳାପଡା ଠାରେ ଥିବା ପୁରାତନ ଜଗନ୍ନାଥ ମନ୍ଦିରକୁ ଭାଙ୍ଗି ନିର୍ମାଣ କରାଯାଇଛି ନୂତନ ଜଗନ୍ନାଥ ମନ୍ଦିର । ଏହି ନବ ନିର୍ମିତ ମନ୍ଦିର ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ସହଯୋଗରେ ତିଆରି କରା ଯାଇଥିବା ଜଣାପଡିଛି। ୨୦୦୨ ରୁ ନିର୍ମାଣାଧୀନ ଥିବା ଏହି ମନ୍ଦିରର କାର୍ଯ୍ୟ ଚଳିତ ମାସରେ ଶେଷ ହେବାପରେ ଗତ ୧୫ ତାରିଖରୁ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ଏହି ଅବସରରେ ବିରାଟ କଳସଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ଦିନରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଉତ୍ସବରେ ନାମଯଜ୍ଞ ସମେତ,ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ତାରିଖରେ ଏହାର ପୂର୍ଣ୍ଣାହୁତି ହେବ । କର୍ତ୍ତା ଭାବରେ ନିର୍ମଳ ନାୟକ ସପତ୍ନୀକ ରହିଥିବା ବେଳେ ଆଚାର୍ଯ୍ୟ କର୍ମ କରୁଛନ୍ତି ଲକ୍ଷ୍ମଣ ଷଡ଼ଙ୍ଗୀ ଓ ପୂଜାର୍ଚ୍ଚନାରେ ସାରଙ୍ଗଧର ଷଡ଼ଙ୍ଗୀ, ନାରାୟଣ ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କଳ୍ପତରୁ ପାଢୀ, ଆଶୁତୋଷ ଷଡ଼ଙ୍ଗୀ, ଆଶୁତୋଷ ପାଢୀ, ରବିନ୍ଦ୍ର ଷଡ଼ଙ୍ଗୀ, ମୁନ୍ନା ପାଢୀ, ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖ ସହଯୋଗ କରୁଥିବା ଜଣାପଡିଛି । ଆସନ୍ତା ୨୦ ତାରିଖରେ ମହାପ୍ରଭୂ ନୂତନ ମନ୍ଦିରରେ ପ୍ରବେଶ କରିବା ସହିତ ସେହି ଦିନଠାରୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ । ପ୍ରତ୍ୟେକ ଦିନ ପାଇଁ ଭକ୍ତଙ୍କୁ ଅଭଡା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଦ୍ରୋଣ ନାୟକ, ନେତ୍ରାନନ୍ଦ ନାୟକ, ରାଧାକାନ୍ତ ସାହୁ, ସନକ ସାହୁ, ଡମ୍ବରୁଧର ନାୟକ, ଯାଦବ ପଧାନ, ମାୟାଧର ପଧାନ ଙ୍କ ସମେତ ଅଞ୍ଚଳର ଜନସାଧାରଣ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ବେଳେ ତୁଳାପଡା ଉତ୍ସବ ମୁଖର ହୋଇଛି। ଆଜି ଅପରାହ୍ନରେ କାଲ ବୈଶାଖିର ପ୍ରଭାବରେ ହଠାତ୍ ପ୍ରବଳ ବର୍ଷା ହେବାରୁ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ଓ ଭକ୍ତମାନେ ଅସୁବିଧାର ସମ୍ମୁଖିନ ହୋଇଥିଲେ। ତେବେ ବର୍ଷା ଯୋଗୁଁ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ବସ୍ତ ମିଳି ପାରିଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

Related posts

ମ. ରାମପୁର ବନାଞ୍ଚଳ ରେ ୭୩ତମ ବନ ମହୋତ୍ସଵ ସପ୍ତାହ ପାଳନ 

ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ବିଭିନ୍ନ ସମସ୍ୟା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଝିଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଲେ ଝିଅର ବନ୍ଧୁ ବାନ୍ଧବ ଓ ଶିକ୍ଷକ

Sunil Chandra Nayak

Leave a Comment

error: Content is protected !!