ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର – ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ! ଦଲକି ଛକ ନିକଟ ରେ ଟ୍ରକ ଓ ହାଇୱା ଡମ୍ଫର ଆମନା ସାମନା 

ରାଇରଙ୍ଗପୁର – ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା !

ଦଲକି ଛକ ନିକଟ ରେ ଟ୍ରକ ଓ ହାଇୱା ଡମ୍ଫର ଆମନା ସାମନା 
 ୨ ଘଣ୍ଟାର ଅପରେସନ ପରେ କ୍ୟାବିନରୁ ଗୁରୁତର ୨ ଡ୍ରାଇଭରଙ୍କୁ ଉଦ୍ଧାର 

ରାଇରଙ୍ଗପୁର : – ୪/୦୮ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅନ୍ତର୍ଗତ ରାଇରଙ୍ଗପୁର – ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ଦଲକି ଛକ ନିକଟରେ ଆଜି ମଙ୍ଗଳବାର ପୂର୍ବାହ୍ନ ୧୨ ଘଟିକା ରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇ ଡ୍ରାଇଭର ଗାଡ଼ିରେ ଥିବା ଷ୍ଟିଅରିଂ ଏଵଂକେଵିନ ମଝିରେ ଚାପି ହୋଇ ଜୀବନ ସହିତ ଲଢ଼ୁଥିଲେ ଏବଂ ଜଣେ ଡ୍ରାଇଭର ଚେତାଶୂନ୍ଯ ହୋଇ ମୂର୍ମୁଷ୍ ଅବସ୍ଥାରେ ଥିଲେ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ମାତ୍ରେ ଉଭୟ ଗାଡ଼ିର ଆଗପଟ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା।

ଖବର ପାଇ ବାଦାମପାହାଡ଼ ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁଇ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଗୁରୁତର ଦୁଇ ଜଣଙ୍କୁ ରାଇରଙ୍ଗପୁର ଉପଖଣ଼ଡ ଚିକିତ୍ସାଳୟକୁ ପଠାଇଥିଲେ ।

ଗୁରୁତର ଆହତ ଟ୍ରକ ଡ୍ରାଇଭର ଜଣକ ବାଦାମପାହାଡ଼ ବୁରୁଡି ଗ୍ରାମର ମଦନ ହେମ୍ବ୍ରମ ଏବଂ ହାଇୱା ଡମ୍ପର ଡ୍ରାଇଭର ଜଣକ ଅନୁଗୁଳ ଜିଲ୍ଲା ପାଲଲହଡାର ବଳରାମ ମୁଣ୍ଡା ବୋଲି ଜଣାପଡିଛି ।ପରେ ପରିସ୍ଥିତି ଗୁରୁତର ହେବାରୁ ସେମାନଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ପଠାଇଥିଲେ ।ବାଦାମ ପାହାଡ଼ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ଼୍ବାଳ

Related posts

ପଞ୍ଚାୟତ ସମିତି ପରିସରରେ “ସୁଭଦ୍ରା ମିଶନ ଶକ୍ତି କାଫେ” ଉଦଘାଟିତ 

Sunil Chandra Nayak

ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ନାମ୍ପୋ ଶୀତଳା ଠାକୁରାଣୀ ଟ୍ୟୁଟୋରିଅଲର ଶତପ୍ରତିଶତ ସଫଳତା

ନିଜକୁ ଚାକିରି ଖୋଜୁଥିବା ବ୍ୟକ୍ତି ଭାବରେ ଭାବନ୍ତୁ ନାହିଁ ବରଂ ଚାକିରି ସୃଷ୍ଟିକାରୀ, ନବସୃଜନକାରୀ ଏବଂ ଉଦ୍ଯୋଗୀ ଭାବରେ ଭାବନ୍ତୁ : ଓଡିଶା ରାଜ୍ୟପାଳ

Sunil Chandra Nayak

Leave a Comment

error: Content is protected !!