ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଜିଲ୍ଲା ପ୍ରଶାସନ–ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍) ମଧ୍ୟରେ ଏମଓୟୁ ସ୍ୱାକ୍ଷର : ‘ଆମ ରାସ୍ତା’ ଯୋଜନାରେ ମୁନିଗୁଡ଼ା ବ୍ଲକର ଗ୍ରାମୀଣ ସଡ଼କ ନିର୍ମାଣ ପାଇଁ ₹୧୦.୨୯ କୋଟି ସିଏସଆର ସହାୟତା

ରାୟଗଡ଼ ଜିଲ୍ଲା ପ୍ରଶାସନ–ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍) ମଧ୍ୟରେ ଏମଓୟୁ ସ୍ୱାକ୍ଷର : ‘ଆମ ରାସ୍ତା’ ଯୋଜନାରେ ମୁନିଗୁଡ଼ା ବ୍ଲକର ଗ୍ରାମୀଣ ସଡ଼କ ନିର୍ମାଣ ପାଇଁ ₹୧୦.୨୯ କୋଟି ସିଏସଆର ସହାୟତା

 ରାୟଗଡ଼ ଜିଲ୍ଲାର ଦୁର୍ଗମ ପିଭିଟିଜି (PVTG) ଅଞ୍ଚଳରେ ସର୍ବକାଳୀନ ପକ୍କା ସଡ଼କ ସଂଯୋଗ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନଙ୍କ ‘ଆମ ରାସ୍ତା–୨୦୨୫–୨୬’ ପଦକ୍ଷେପକୁ ଆଉ ଏକ ବଡ଼ ସଫଳତା ମିଳିଛି। ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧକ୍ଷତା ରେ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) CSR ଜେନେରାଲ ମ୍ୟାନେଜର ଶ୍ରୀ ଜ୍ୟୋତିର୍ମୟ ସିହ୍ନା, ଜିଲ୍ଲା ମୁଖ୍ୟ ଉର୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ନିଜର କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ପାଣ୍ଠିରୁ ମୁନିଗୁଡ଼ା ବ୍ଲକର ଗ୍ରାମୀଣ ସଡ଼କ ନିର୍ମାଣ ପାଇଁ ₹୧୦,୨୯,୩୬,୨୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ରାୟଗଡ଼ ଜିଲ୍ଲା ପ୍ରଶାସନ ଓ ଏମସିଏଲ୍ ମଧ୍ୟରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହା ମାଧ୍ୟମରର ମୁନଗିୁଡ଼ା ର୍ଲକ ଅନ୍ତଗଗତ ଶିର୍ପଦର ଓ ମୁନଖୋଲ ଗ୍ରାମ ପଞ୍ଚାୟତର ରକସରପାଡ଼ି, ରକାଟା, ସୁତାନଗୁଣି, ର୍ଡ଼ର୍ଡ଼ା, ଗରଟା, ମଣ୍ଡା, ତ୍ରାହାଲି ଏର୍ଂ ସରଗିପାଇ ଗ୍ରାମର ୫୬୪ ଜଣ ପିଭିଟିଜି ଜନସାଧାରଣ ପ୍ରତ୍ୟକ୍ଷ ଭାବରେ ଉପକୃତ ହେବେ।

ଜିଲ୍ଲା ପ୍ରଶାସନର ‘ଆମ ରାସ୍ତା–୨୦୨୫–୨୬’ ଯୋଜନାର ଉଦ୍ଦେଶ୍ୟ ହେଉଛି ବିଷମକଟକ, ଗୁଣପୁର, କଲ୍ୟାଣସିଂହପୁର ଓ ମୁନିଗୁଡ଼ା ବ୍ଲକର ଦୁର୍ଗମ ପିଭିଟିଜି ବସତିଗୁଡ଼ିକୁ ୩ ମିଟର ଚଉଡ଼ା ସର୍ବକାଳୀନ ପକ୍କା ସଡ଼କ ସହ ମୁଖ୍ୟ ସଡ଼କ ନେଟୱାର୍କ ସହିତ ସଂଯୋଗ କରିବା। ଏହାଦ୍ୱାରା ଆମ୍ବୁଲାନ୍ସ ଚଳାଚଳ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଗ୍ରାମୀଣ ବଜାର, ମୋବାଇଲ୍ ନେଟୱାର୍କ ସଂଯୋଗ, ପିଏମ୍-ଜନମନ ଆବାସ ନିର୍ମାଣ ସାମଗ୍ରୀ ପରିବହନ ସହ ବିଭିନ୍ନ ସରକାରୀ ସେବାର ପହଞ୍ଚ ସୁନିଶ୍ଚିତ ହେବ।

ମୁନିଗୁଡ଼ା ବ୍ଲକ ପାଇଁ ପ୍ରସ୍ତୁତ ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ (DPR) ଅନୁଯାୟୀ ୮ଟି ଗ୍ରାମୀଣ ସଡ଼କ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହା ଅଧୀନରେ ୧୦.୩୦ କିଲୋମିଟର (୧୦,୩୦୦ ମିଟର) ପକ୍କା ସଡ଼କ, ୨୪ଟି କଲଭର୍ଟ (Cross Drainage Structures) ଏବଂ ୨,୯୮୦ ମିଟର ଲମ୍ବର ଡ୍ରେନ୍ ନିର୍ମାଣ କରାଯିବ। ପାହାଡ଼ିଆ ଓ ଝରଣା ପ୍ରବଣ ଅଞ୍ଚଳରେ ବର୍ଷାଜଳର ସୁଚାରୁ ନିଷ୍କାସନ ଏବଂ ସଡ଼କର ସ୍ଥାୟୀତ୍ୱ ସୁନିଶ୍ଚିତ କରିବା ପାଇଁ କ୍ରସ୍ ଡ୍ରେନେଜ୍ ଷ୍ଟ୍ରକଚର (Cross Drainage Structures) ଓ ଡ୍ରେନେଜ୍ ବ୍ୟବସ୍ଥାକୁ ପ୍ରକଳ୍ପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ବର୍ଷା ଦିନରେ ମଧ୍ୟ ସଡ଼କ ଯୋଗାଯୋଗ ବଜାୟ ରହିବା ସହ ଜଳ ନିଷ୍କାସନ ଜନିତ ସମସ୍ୟା ଦୂର ହେବ।

ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଥିବା ସମ୍ପୂର୍ଣ୍ଣ ଡିପିଆର୍ ଅନୁଯାୟୀ ବିଷମକଟକରେ ୧୧ଟି, ଗୁଣପୁରରେ ୧୦ଟି, କଲ୍ୟାଣସିଂହପୁରରେ ୧୬ଟି ଏବଂ ମୁନିଗୁଡ଼ାରେ ୮ଟିକୁ ମିଶାଇ ମୋଟ ୪୫ଟି ସଡ଼କ ପ୍ରକଳ୍ପ ପ୍ରସ୍ତାବିତ ହୋଇଛି। ଏଥିରେ ପ୍ରାୟ ୮୨.୮୨ କିଲୋମିଟର ସଡ଼କ ଏବଂ ୬୯୫୮ ମିଟର ଡ୍ରେନ୍ ନିର୍ମାଣ ପ୍ରସ୍ତାବ ରହିଛି। ସମସ୍ତ ପ୍ରକଳ୍ପର ମୋଟ ଆନୁମାନିକ ବ୍ୟୟ ₹୫୬.୩୪ କୋଟି ହୋଇଥିବା ବେଳେ ମୁନିଗୁଡ଼ା ବ୍ଲକର ୮ଟି ପ୍ରକଳ୍ପ ପାଇଁ ₹୧୦.୨୯ କୋଟି ବ୍ୟୟ ଆକଳନ କରାଯାଇଛି।

ଏହି ଏମଓୟୁ ସ୍ୱାକ୍ଷର ମାଧ୍ୟମରେ ଜିଲ୍ଲା ପ୍ରଶାସନ ଓ ଏମସିଏଲ୍‌ର ମିଳିତ ପ୍ରୟାସରେ ଦୁର୍ଗମ ପିଭିଟିଜି ଅଞ୍ଚଳରେ ଗୁଣାତ୍ମକ ସଡ଼କ ଯୋଗାଯୋଗ ବ୍ୟବସ୍ଥା ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ବଜାର ସଂଯୋଗ ଏବଂ ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୭୫ତମ ଵନ ମହୋତ୍ସବ ସପ୍ତାହ ପାଳିତ

masiha

ଆସିକା ଉପ କାରାଗାରରେ ବିଶ୍ଵ ତମ୍ବାଖୁ ବର୍ଜନ ଦିବସ ପାଳିତ

Medha Patkar Detained by Police at Rayagada Railway Station

masiha

Leave a Comment

error: Content is protected !!