ହିନ୍ଦୁ ଜାଗରଣ ମଞ୍ଚ ଓ ସ୍ମାଇଲ ଫର ଏଭର୍ ର ସାମାଜିକ କାର୍ଯ୍ୟକ୍ରମ
ରାଉରକେଲା: ସହରର ସାମାଜିକ ଅନୁଷ୍ଠାନ ହିନ୍ଦୁ ଜାଗରଣ ମଞ୍ଚ ଓ ସ୍ମାଇଲ ଫର ଏଭର୍ ତରଫରୁ ସେକ୍ଟର ୩ ସ୍ଥିତ ବାଜି ରାଉତ ଶିକ୍ଷା ନିକେତନ ଓ ଏନ୍ଆଇଟି କ୍ୟାମ୍ପସ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ନିଶାମୁକ୍ତ ଭାରତ ଅଭିଯାନ କରାଯାଇଥିଲା। ଉଭୟ ସାମାଜିକ ଅନୁଷ୍ଠାନର ମୁଖ୍ୟ ସନ୍ତୋଷ କୁମାର ବିଶ୍ବାଳଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ବାଜି ରାଉତ ଶିକ୍ଷା ନିକେତନ ଠାରେ ଏକ ପେଡ୍ ଆପନୋ କି ନାମ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ହରିହର ରାଉତରାୟ, ଲତିକା ପଟ୍ଟନାୟକ, ରଞ୍ଜିତ ନାୟକ ଓ ବିଦ୍ୟାଳୟର ସମ୍ପାଦକ ଅକ୍ଷୟ ଜେନା, ଅକ୍ଷୟ ଚୈ।ଧୁରୀ, ଶିକ୍ଷା ଉପଦେଷ୍ଟା
ସୈ।ଦାମିନୀ ମୁଦାଲି,ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ରାୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସାଧନା ଦାସ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଦିବଙ୍ଗତ ସନ୍ତୋଷ କୁମାର ମହାନ୍ତି, ରବିଶଙ୍କର ଦାସ, ସଂଘମିତ୍ରା ବିଶ୍ବାଳ ଙ୍କ ସ୍ମୃତିରେ ବୃକ୍ଷରୋପଣ କରିଥିଲେ। ସେହିପରି ନିଶାମୁକ୍ତ ଓଡିଶା ପାଇଁ ଛାତ୍ର ଛାତ୍ରୀ ମାନେ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀକାନ୍ତ ନାୟକ, ଦୁର୍ଗାଚରଣ ଜେନା, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସ୍କାଉଟ ଆଣ୍ଡ ଗାଇଡ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ସେହିପରି ଏନ୍ଆଇଟି ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏନ୍ଆଇଟି ର ନିର୍ଦ୍ଦେଶକ ପ୍ରଫେସର କେ ଊମା ମହେଶ୍ଵର ରାଓ, ରାଉରକେଲା ଡିଏଫଓ ରବିକାନ୍ତ ମୀନା,ବିଶ୍ରା ବ୍ଲକ୍ ଶିକ୍ଷାଧିକାରୀ ସୁପ୍ରଭାତ ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ସୁଦୀପ୍ତା ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ର ଦିବଙ୍ଗତ ପ୍ରଧାନ ଶିକ୍ଷକ ବିଜୟ କେଶରୀ ବିଶ୍ବାଳ, କପିଳେଶ୍ୱର ଶତପଥୀ, ଜନାର୍ଦ୍ଦନ ପାତ୍ର ଓ କର୍ମଚାରୀ ବିଜେନ୍ଦ୍ର ମାହାତୋ ଙ୍କ ସ୍ମୃତିରେ ବୃକ୍ଷରୋପଣ କରାଯାଇଥିଲା । ସେହିପରି ଛାତ୍ର ଛାତ୍ରୀ ମାନେ ନିଶାମୁକ୍ତ ଅଭିଯାନ ରେ ସାମିଲ ହେବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ମହାନ୍ତି, କେଦାର ମହାନ୍ତି,ଗୋଲଡି ସିଂ,ପ୍ରଣବ ପଣ୍ଡା,ହିରୋଜ ରାୟ,ବାବୁ ରାୟ, ବିଦ୍ୟାଳୟ ତରଫରୁ ନିରୁପମା ପତି, ସୁଜାତା ତ୍ରିପାଠୀ,ଅଜୟ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଉଭୟ କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟ ଆବାହକ ଶ୍ରୀ ବିଶ୍ବାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

